ଲଣ୍ଡନ: ଦୀପାବଳି ଉତ୍ସବ ଅବ୍ୟବହିତ ପୂର୍ବରୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଇଂଲଣ୍ଡ ଓ ସମଗ୍ର ବିଶ୍ବରେ ଥିବା ହିନ୍ଦୁ ସମ୍ପ୍ରଦାୟଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ‘୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌’ରେ ଥିବା ଆବାସିକ କାର୍ଯ୍ୟାଳୟରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ହର୍ଷୋତ୍‌ଫୁଲ୍ଲିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସହିତ ହିନ୍ଦୁ ସମ୍ପ୍ରଦାୟର ଅନେକ ଅତିଥି ଯୋଗ ଦେଇଥିଲେ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ […]

ୱାସିଂଟନ୍‌ : ଆମେରିକୀୟ ନାଗରିକଙ୍କ ଉପରେ କରାଯାଉଥିବା ଆକ୍ରମଣର ଜବାବ ଦେବାକୁ ଯାଇ ବୁଧବାର ଦିନ ପୂର୍ବ ସିରିଆରେ ଥିବା ଇରାନ୍‌-ସମ୍ପୃକ୍ତ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଆମେରିକୀୟ ଲଢୁଆ ବିମାନ ଆକ୍ରମଣ କରିଥିବା କଥା ଆମେରିକାର ପ୍ରତିରକ୍ଷା ସଚିବ ଲିୟଡ୍‌ ଅଷ୍ଟିନ୍‌ କହିଛନ୍ତି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଅଷ୍ଟିନ୍‌ କହିଛନ୍ତି, ଇରାନ୍‌ର ‘ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନେରି ଗାର୍ଡ ଗୃପ’ (ଆଇଆର୍‌ଜିସି) ଓ ତା’ର ସହଯୋଗୀ ସଙ୍ଗଠନ ଦ୍ବାରା ବ୍ୟବହୃତ […]

ନୂଆଦିଲ୍ଲୀ: ଗୋଟାଏ ଲୁଣିପାଣି କୁମ୍ଭୀରର ଆଖିପତାକୁ କାମୁଡ଼ି ଅଷ୍ଟ୍ରେଲିଆର ଜଣେ କୃଷକ ନିଜ ଜୀବନ ରକ୍ଷା କରିଥିବା କଥା ‘ବିବିସି’ ରିପୋର୍ଟ କରିଛି। ‘ବିବିସି’ ରିପୋର୍ଟରେ ଉଲ୍ଲେଖ ଅଛି, ଗତମାସରେ ୬୦ ବର୍ଷରୁ ଅଧିକ ବୟସ୍କ ଗୋରୁଚାଷୀ କଲିନ୍‌ ଡିଭେରକ୍ସ ଉତ୍ତରାଞ୍ଚଳରେ ଥିବା ଫିନିସ୍‌ ନଦୀ କୂଳରେ ବାଡ଼ ପୋତିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ପାଣି ଶୁଖି ଆସୁଥିବା ଗୋଟାଏ ଜଳାଶୟ ଭିତରେ ପଶି ଯିବା ବେଳେ […]

ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟର ଆତଙ୍କବାଦୀ ସଙ୍ଗଠନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବା କଥା ଉତ୍ତର କୋରିଆର ନେତା କିମ୍‌ ଜଙ୍ଗ୍‌ ଉନ୍‌ ବିଚାର କରୁଛନ୍ତି ବୋଲି ଦକ୍ଷିଣ କୋରିଆ ଗୁଇନ୍ଦା ଏଜେନ୍‌ସିସୂତ୍ରରୁ ଉଦ୍ଧାର କରି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବେଳେ ପାଲେଷ୍ଟିନୀୟମାନଙ୍କୁ ସମର୍ଥନ କରିବା ଲାଗି ମଧ୍ୟ ସେ ତାଙ୍କ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି। ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ପାଇଁ ଜାତିସଂଘର କଟକଣା ସମୁଖୀନ […]

ଜାକର୍ତା: ଆଜି ଇଣ୍ଡୋନେସିଆର ତିମୋର ଦ୍ବୀପରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାରୁ କେତେକ କୋଠାବାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକମାନେ ଭୟଭୀତ ହୋଇଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। କିନ୍ତୁ, ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ଖବର ତୁରନ୍ତ ମିଳି ପାରିନାହିଁ। ‘ୟୁଏସ୍‌ ଜିଓଲୋଜିକାଲ୍ ସର୍ଭେ’ ରିପୋର୍ଟ କରିଛି, ଇଷ୍ଟ୍‌ ନୁସା ତେଙ୍ଗାରା ପ୍ରଦେଶର ରାଜଧାନୀ ନଗରୀ କୁପାଙ୍ଗ୍‌ର ଉତ୍ତର-ଉତ୍ତରପୂର୍ବକୁ ୨୧ କିଲୋମିଟର୍‌ ଦୂର […]

ରାଫା : ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପରେ ଇଜିପ୍ଟ ପ୍ରଥମ ଥର ପାଇଁ ନିଜ ସୀମାର ରାଫା କ୍ରସିଂ ଖୋଲିବା ପରେ ବୁଧବାର ଶହ ଶହ ବିଦେଶୀ ପାସପୋର୍ଟଧାରୀ ଗାଜା ଛାଡ଼ିବା ଆରମ୍ଭ କରିଛନ୍ତି। ଇଜିପ୍ଟ ସହ ଗାଜାର ଦକ୍ଷିଣ ସୀମାରେ ଥିବା ରାଫା ଦେଇ କେତେ ଲୋକ ଯିବାକୁ ସକ୍ଷମ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଘଟଣାସ୍ଥଳର ଲାଇଭ୍‌ ଫୁଟେଜରେ ଟର୍ମିନାଲର […]

ବ୍ରାଜିଲ : ରବିବାର ସକାଳେ ବ୍ରାଜିଲ୍‌ର ଆମାଜନ୍‌ ଅଞ୍ଚଳରେ ଏକ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ଗୋଟାଏ କଅଁଳାପିଲା ସମେତ ୧୨ଜଣଙ୍କର ମୃତ୍ୟୁ ଘଟିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏପି’ ରିପୋର୍ଟ କରିଛି। ଉତ୍ତରପଶ୍ଚିମାଞ୍ଚଳ ରାଜ୍ୟ ଆକ୍ରି ସରକାର ଜାରି କରିଥିବା ବିବୃତିରେ ଉ‌ଲ୍ଲେଖ ଅଛି, ଉଡ଼ାଣ କରିବାର ଅଳ୍ପ ସମୟ ମଧ୍ୟରେ ଆକ୍ରି ରାଜ୍ୟର ରାଜଧାନୀ ରିଓ ବ୍ରାଙ୍କୋର ମୁଖ୍ୟ ବିମାନ ବନ୍ଦର ନିକଟରେ […]

ଲଣ୍ଡନ୍‌: ସୁପର୍‌ ହିଟ୍‌ ହିନ୍ଦୀ ଚଳଚ୍ଚିତ୍ର ‘ଅମର୍‌ ଆକ୍‌ବର୍‌ ଆନ୍ଥୋନି’କୁ ପୁଣି ଥରେ ନିର୍ମାଣ କରିବାକୁ ତୃତୀୟ ଥର ପାଇଁ ଲଣ୍ଡନ୍‌ ନଗରୀର ମେୟର୍‌ ହେବାକୁ ବ୍ୟାପକ ଅଭିଯାନ ଚଳାଇଥିବା ସାଦିକ୍‌ ଖାଁ ବଲିଉଡ୍‌କୁ ଅନୁରୋଧ କରିଛନ୍ତି। ପାକିସ୍ତାନରୁ ଯାଇ ଲଣ୍ଡନ୍‌ରେ ବସବାସ କରୁଥିବା ପିତାମାତାଙ୍କଠାରୁ ୧୯୭୦ ମସିହାରେ ଲଣ୍ଡନ୍‌ରେ ଜନ୍ମିତ ସାଦିକ୍‌ ଖାଁ କହିଛନ୍ତି ଯେ, ଲଣ୍ଡନ୍‌ ଭଳି ସହରରୁ ବଲିଉଡ୍‌କୁ ଏ ଭଳି ଅନୁରୋଧ କରିବା ପାଇଁ […]

ନ୍ୟୁୟର୍କ: ଲେବାନନ୍‌ରେ ସଶସ୍ତ୍ର ସଙ୍ଗଠନ ପ୍ରସ୍ତୁତ ହୋଇ ରହିଛନ୍ତି ଓ ସେମାନେ ଯେକୌଣସି ମୁହୂର୍ତ୍ତରେ ଭୟାବହ କାଣ୍ଡ ଘଟାଇ ପାରନ୍ତି ବୋଲି ଇରାନ୍‌ର ବୈଦେଶିକ ମନ୍ତ୍ରୀ ହୋସେନ୍‌ ଅମିର୍‌-ଅବ୍‌ଦୋଲ୍ଲାହିଆନ୍‌ ଗଣମାଧ୍ୟମ ‘ମର୍ଣ୍ଣିଙ୍ଗ୍‌ ଏଡିସନ୍‌’ର ପ୍ରତିନିଧି ଷ୍ଟିଭ୍‌ ଇନ୍‌ସ୍‌କିପ୍‌ଙ୍କ ସହିତ ନ୍ୟୁୟର୍କ ସହରରେ କରିଥିବା ସାକ୍ଷାତ୍‌କାର ବେଳେ ଇସ୍ରାଏଲ୍‌କୁ ସତର୍କ କରାଇ କହିଛନ୍ତି। ଅବ୍‌ଦୋଲ୍ଲାହିଆନ୍‌ କହିଛନ୍ତି ଯେ, ଚଳିତ ସପ୍ତାହରେ ଲେବାନନ୍‌ରେ ସେ ପ୍ରତିରୋଧୀ ନେତା ଓ ପାଲେଷ୍ଟିନୀୟ ସଙ୍ଗଠନକୁ ଭେଟିଥିଲେ। […]

ଜେରୁଜେଲମ୍‌: ଗାଜା ଷ୍ଟ୍ରିପ୍‌ରେ ସୁଡ଼ଙ୍ଗ ମଧ୍ୟରେ ଆତ୍ମଗୋପନ କରିଥିବା ହମାସ୍‌ ଆତଙ୍କବାଦୀମାନଙ୍କୁ ପରାସ୍ତ କରିବା ପାଇଁ ଇସ୍ରାଏଲ୍‌ ସମ୍ପ୍ରତି ‘ସ୍ପଞ୍ଜ୍‌ ବୋମା’ର ବ୍ୟବହାରିକ ପରୀକ୍ଷଣ କରୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଗାଜାରେ ସ୍ଥଳଭାଗ ଆକ୍ରମଣ ବେଳେ ଏହାର ଆବଶ୍ୟକତା ଉପଲବ୍ଧି କରି ଇସ୍ରାଏଲୀୟ ସେନା ‘ମକ୍‌ ଟନେଲ୍‌’ରେ (ପରୀକ୍ଷା ନିମନ୍ତେ ନିର୍ମିତ ସୁଡ଼ଙ୍ଗ) ‘ସ୍ପଞ୍ଜ୍‌ ବୋମା’ ପରୀକ୍ଷା ଚଳାଇଥିବା କୁହାଯାଉଛି। ଏହି ‘ସ୍ପଞ୍ଜ୍‌ ବୋମା’ ପ୍ରୟୋଗ ବିଷୟରେ […]

Social media & sharing icons powered by UltimatelySocial