କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ପୁଣି ଆରମ୍ଭ ହୋଇଛି ଭାରତ-ପାକିସ୍ତାନ ମ୍ୟାଚ। ରବିବାର ପରି ସୋମବାର ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ ପ୍ରଭାବିତ ହୋଇଥିଲା। ମ୍ୟାଚ ଅପରାହ୍ନ ୩ଟା ସମୟରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରାୟ ଦେଢ ଘଣ୍ଟା ବିଳମ୍ବ ରେ ମ୍ୟାଚ ଆରମ୍ଭ ହୋଇଥିଲା। ଭାରତ ଗତକାଲିର ନିଜର ଅସମାପ୍ତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା। ଦଳର ଦୁଇ ବ୍ୟାଟର୍ ବିରାଟ କୋହଲି ଓ କେଏଲ […]

ମୁଲତାନ : ଆରମ୍ଭ ହୋଇଛି ବହୁଚର୍ଚ୍ଚିତ ଏସିଆ କପ୍। ପ୍ରଥମ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ପାକିସ୍ତାନର ମୁଲତାନ କ୍ରିକେଟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ବାବର ଆଜମଙ୍କ ଦେଢ ଶତକ ବଳରେ ନେପାଳ ଆଗରେ ୩୪୩ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ସ୍ଥାପନ କରିଛି।ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନେପାଳ ଦ​ଳ […]

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ନିରଜ ଚୋପ୍ରା ସ୍ୱିଡ଼େନର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚମ୍ପିୟାନସିପରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି। ଏହି କ୍ରମରେ ନିରଜ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ନିରଜ ତାଙ୍କ ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଜାଭେଲିନ୍ ଥ୍ରୋ କରି ଫାଇନାଲକୁ ପ୍ରବେଶ କରି ପୁଣି ଚର୍ଚ୍ଚାକୁ ଆସିଛି। ଅଗଷ୍ଟ ୨୭ରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିର […]

ଡବଲିନ : ଆୟର୍ଲାଣ୍ଡର ଡବଲିନଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଆୟର୍ଲାଣ୍ଡକୁ ରନରେ ହରାଇଦେଇଛି ଭାରତ। ଆୟର୍ଲାଣ୍ଡ ଆଗରେ ଭାରତ ୧୮୬ ରନର ଲକ୍ଷ୍ୟ ରଖିଥିବାବେଳେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ରନ କରିପାରିଥିଲା। ଦଳ ପକ୍ଷରୁ ଆଣ୍ଡ୍ୟୁ ବାଲବାର୍ନି ସର୍ବାଧିକ ୭୨ ରନ କରିଥିଲେ। ମାର୍କ ଆଡାୟାର ୨୮ରନ କରିଥିଲେ।ଏହି ମ୍ୟାଚରେ ଆୟର୍ଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ […]

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ଓ ଭାରତୀୟ ଜନତା ପାର୍ଟିର ସାଂସଦ ହେଉଛନ୍ତି ବ୍ରିଜଭୂଷଣ ଶରଣ ସିଂହ। ବ୍ରିଜଭୂଷଣ ମହିଳା କୁସ୍ତିଯୋଦ୍ଧାଙ୍କୁ ‌‌‌ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ପରେ ବିବାଦରେ ଛନ୍ଦି ହୋଇରହିଛନ୍ତି। ଏହି ମାମଲାକୁ କେନ୍ଦ୍ର କରି ଅଦାଲତରେ ଶୁଣାଣି ବି ଚାଲିଛି। ଜୁନ ୧୫ରେ ଦିଲ୍ଲୀ ପୁଲିସ ବ୍ରଜଭୂ‌‌‌ଷଣଙ୍କ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା। ଯେଉଁଥିରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ବ୍ରିଜଭୂଷଣ ଶରଣ […]

ନୂଆଦିଲ୍ଲୀ: ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ସମସ୍ତେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। କିନ୍ତୁ ଭାରତ ନୁହେଁ, ଆଉ ଏକ ପଡ଼ୋଶୀ ଦେଶକୁ ସମ୍ମୁଖୀନ ହେବାକୁ ଡରୁଛି ପାକିସ୍ତାନ। ସେହିଦେଶ ହେଉଛି ଆଫଗାନିସ୍ତାନ। ଆଫଗାନିସ୍ତାନ କ୍ରିକେଟ ଜଗତରେ ଅପେକ୍ଷାକୃତ ନୂଆଦେଶ […]

ହରାରେ : ବିଶ୍ୱକପ୍ କ୍ରିକେଟ ଆରମ୍ଭ ହେବା ପୂର୍ବରୁ ହିଁ ସବୁଠାରୁ ବଡ଼ ଓଲଟପାଲଟ ହୋଇଛି। ଦୁଇ ଥରର ଚାମ୍ପିଅନ ୱେଷ୍ଟଇଣ୍ଡିଜ ଏଥର ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଦିନେ ବିଶ୍ୱ କ୍ରିକେଟର ସବୁଠାରୁ ଦୁର୍ଦ୍ଧର୍ଷ ଟିମ ଥିବା ୱେଷ୍ଟଇଣ୍ଡିଜ ପାଇଁ ଏହା ଏକ ଦୁର୍ଦ୍ଦିନଠାରୁ କମ ନୁହେଁ। ଜିମ୍ବାୱେରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ ୨୦୨୩ ଯୋଗ୍ୟତା ପର୍ଯ୍ୟାୟର ସୁପରସିକ୍ସ ରାଉଣ୍ଡରେ ସ୍କଟଲାଣ୍ଡ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ […]

ନୂଆଦିଲ୍ଲୀ: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ବୋଲର ନିଜର ୧୦ ଓଭର କୋଟା ବାଦ ଆଉ ଏକ ଅତିରିକ୍ତ ଓଭର ପକାଇଦେଇଛନ୍ତି। ଏକଥା ଅମ୍ପାୟାର ବି ଜାଣିପାରିଲେନି। ଏହି ଘଟଣା ଘଟିଛି ଗତ ଶୁକ୍ରବାରଦିନ ଶ୍ରୀଲଙ୍କାର ଗାଲେରେ ନ୍ୟୁଜିଲାଣ୍ଡ ମହିଳା ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ। ଉକ୍ତ ବୋଲର ଜଣକ ହେଲେ ଏଡେନ କାର୍ସନ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ […]

ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ ହେବାକୁ ହେଲେ ଭାରତକୁ ନିଜର ୨ୟ ଇନିଂସରେ ୪୪୪ ରନ କରିବାକୁ ହେବ। ହାତରେ ରହିଛି ଦେଢ ଦିନ। ଶନିବାର ଥିଲା ଫାଇନାଲ ଟେଷ୍ଟ ମ୍ୟାଚର ୪ର୍ଥ ଦିନ। ଏହି ଦିନ ଅଷ୍ଟ୍ରେଲିଆ ନିଜର ଗତ କାଲିର ସ୍କୋର ୧୨୩/ ୪ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା। ତେବେ ଆଜର ଖେଳ ଆରମ୍ଭରୁ ମାର୍ନସ ଲାବୁସାନ ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। […]

ରାୟପୁର: ଦିଲ୍ଲୀରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଚାଲିଥିବା କୁସ୍ତି ଯୋଦ୍ଧାଙ୍କ ଲଢ଼େଇକୁ ନକ୍ସଲମାନେ ମଧ୍ୟ ସମର୍ଥନ କରୁଥିବାର ଘୋଷଣା କରିଛନ୍ତି। ଛତିଶଗଡର ନକ୍ସଲମାନେ ଦିଲ୍ଲୀରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ବିରୋଧକୁ ସମର୍ଥନ କରିଛନ୍ତି। ସେମାନେ କାଙ୍କେରରେ ବ୍ୟାନର ଲଗାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନକ୍ସଲମାନେ ଲେଖିଛନ୍ତି ଯେ ମହିଳା କୁସ୍ତିଯୋଦ୍ଧାମାନଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା, ରାସ୍ତାରେ ଟାଣି ଟାଣି ନିଆଯାଇଥିଲା, କିନ୍ତୁ ସେମାନେ […]

Social media & sharing icons powered by UltimatelySocial