ରଜ ବେଳକୁ ଓଡ଼ିଶାରେ ପହଞ୍ଚିବ ନୂଆଦିଲ୍ଲୀ: କେରଳ ଆକାଶକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଗମନ କରିଥିବା କଥା ଆଜି ପାଣିପାଗ ବିଭାଗ ସୁନିଶ୍ଚିତ କରିଛି। ଟୁଇଟ୍ କରି ଭାରତୀୟ ପାଣିପାଗ ବିଭାଗ କହିଛି, କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଛି। ସବିଶେଷ ବିବରଣୀ ଅବିଳମ୍ବେ ପ୍ରେସ୍ ରିଲିଜ୍ରେ ଜାରି କରାଯିବ। ସୂଚନାଯୋଗ୍ୟ, କେରଳକୁ ମୌସୁମୀ ପ୍ରବାହ ଆଗମନ ହେଉଛି ସମଗ୍ର ଦେଶରେ ୪ ମାସ ଧରି ବର୍ଷାଋତୁର ଆରମ୍ଭ। […]
ଖଇରପୁଟ : କରୋନା ମହାମାରୀ ସମୟରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ମୁଦୁଲିପଡ଼ା ଓ ପୁରୁଣା ଗୁମ୍ମା ଅଞ୍ଚଳ ଗସ୍ତ କରିଛନ୍ତି ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ବର୍ତ୍ତମାନ ସମୟରେ କରୋନା ପ୍ରକୋପରେ ସମସ୍ତେ ପୀଡିତ। ଆଦିମ ଅଧିବାସୀ ବୋଲାଉଥିବା ବଣ୍ଡା ଓ ଦିଦାୟୀ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏଥିରୁ ବଡ଼ ପଡି ନାହାନ୍ତି। ବଣ୍ଡା ଘାଟିରେ କରୋନା ସଂକ୍ରମଣ ଖବର ପାଇବା ପରେ […]
ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୯୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୬୯ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୬୭୬ରେ ପହଞ୍ଚିଛି। କରୋନାରେ ସଂକ୍ରମିତ ହୋଇ ୩୪୩ଜଣଙ୍କ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି […]
ନୂଆଦିଲ୍ଲୀ: ଏଲୋପାଥି ବନାମ ଆର୍ୟୁବେଦିକକୁ ନେଇ ବିବାଦୀୟ ବୟାନ ଭିତରେ ବାବା ରାମଦେବ ଓ ତାଙ୍କର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି କି ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ‘ବ୍ଲାକ ଫଙ୍ଗସ୍’ ରୋଗ ପାଇଁ ଆର୍ୟୁବେଦିକ ଔଷଧ ଲଞ୍ଚ କରିବାକୁ ଯାଉଛନ୍ତି। ଦୁଇଜଣ ଯାକ ଏହା ବି ଦାବି କରିଛନ୍ତି କି, ପତଞ୍ଜଳୀ ଆର୍ୟୁବେଦ ଲିମିଟେଡ ଓ ପତଞ୍ଜଳୀ ଯୋଗପୀଠ ଏହି ଔଷଧ ପ୍ରସ୍ତୁତ ନେଇ […]
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କ ୬୭ ବର୍ଷ ବୟସରେ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟଗତ ଜଟିଳତା ଯ଼ୋଗୁଁ ସେ ଚିକିତ୍ସିତ ହେଉଥିଲେ। ଭଦ୍ରକ ଜିଲ୍ଲାର ବାସୁଦେବପୁରରୁ ୬ ଥର ବିଧାୟକଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟ, ରାଜସ୍ବ, ଜଙ୍ଗଲ ଓ ପରିବେଶ […]
ଗୋଣ୍ଡା: ମଙ୍ଗଳବାର ରାତିରେ ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଗୋଟାଏ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଘଟିବାରୁ ୪ଜଣ ପିଲାଙ୍କ ସମେତେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ୱାଜିର୍ଗଞ୍ଜ ଅଞ୍ଚଳ ଅନ୍ତର୍ଗତ ଟିକ୍ରି ଗ୍ରାମରେ ଘଟିଥିବା ଏହି ବିସ୍ଫୋରଣ ହେତୁ ପାଖରେ ଥିବା ଅନ୍ୟ ଦୁଇଟି ଘର ମଧ୍ୟ ଭାଙ୍ଗି ଭୁଶୁଡ଼ି ପଡ଼ିଛି। ଠଠେରି ପୁର୍ୱାରେ ନୁରୁଲ୍ ହାସନ୍ଙ୍କ ପରିବାର ରୋଷେଇ କରୁଥିବା ବେଳେ […]
ବିଏମ୍ସି କାର୍ଯ୍ୟାଳୟରେ ମଧ୍ୟ ମାଳମାଳ ଦଲାଲ୍ ଚନ୍ଦ୍ରଶେଖରପୁର: କରୋନା ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ବାହାନାରେ ଆଜି ଜଣେ ଠକ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ୧ ହଜାର ଟଙ୍କା ନେଇ ଛୁ’ ମାରିଛି। ଠକାମିର ଶିକାର ହୋଇଥିବା ଯୁବକ ହେଲେ ଜଗତସିଂହପୁରର ଜ୍ଞାନପ୍ରସାଦ ମହାନ୍ତି। ଠକକୁ ନପାଇ ଜ୍ଞାନପ୍ରସାଦ ପୁଲିସରେ ଅଭିଯୋଗ କରିବା ପରେ ବି ତା’ର ସନ୍ଧାନ ନମିଳିବାରୁ କାନମୁଣ୍ଡା ଆଉଁସି ଘରକୁ ଫେରିଛନ୍ତି। ଜ୍ଞାନପ୍ରସାଦଙ୍କର ଦାଦା ଡମଣାସ୍ଥିତ ଏକ […]
ସୋ’ ରୁମ୍ ଖୋଲି ଅଧା ଦାମ୍ରେ ବିକୁଥିଲେ, ରାକେଟର ପର୍ଦ୍ଦାଫାସ୍ କଲା ସ୍ପେସାଲ ସ୍କ୍ବାଡ୍ ଭୁବନେଶ୍ବର: ସୋନି ବ୍ରାଣ୍ଡର ୩୨ଇଞ୍ଚ ଏଲଇଡି ଟିଭିର ଦାମ୍ ମାତ୍ର ୧୫ ହଜାର। ଆଉ ୪୮ଇଞ୍ଚ ଟିଭିର ଦାମ୍ ମାତ୍ର ୧୯ ହଜାର। ଏହି ବ୍ରାଣ୍ଡର ପ୍ରକୃତ ମୂଲ୍ୟଠାରୁ କାହିଁ କେତେ ଗୁଣା କମ୍। ଖୋଳ, ଲୋଗୋ ସବୁ ଅସଲି ଭଳି ଦେଖାଯାଉଥିବା ଟିଭି କିନ୍ତୁ ନକଲି। ଅସଲି ବ୍ରାଣ୍ଡ ନାଁରେ ନକଲି ଟିଭି […]
ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ବିଶିଷ୍ଟ ଗାୟିକା ଗିରିଜା ଦେବୀଙ୍କ ସେ ଆସୋସିଏଟ ଥିଲେ। ଆକାଶବାଣୀ କଟକର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବାବେଳେ ସେ ଅନେକ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଆକାଶବାଣୀରେ ପ୍ରସାରିତ ମୀରାବାଈ ତାଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା। ଦେଶର କିଛି ପ୍ରମୁଖ ଗାୟକଙ୍କ ସହ ବି ସୁନୀଲ ଶତପଥୀ କାମ କରିଥିଲେ। […]
୩ ମାସର ଭତ୍ତା ଆଗୁଆ ଦେବାକୁ ନିର୍ଦ୍ଦେଶ ଭୁବନେଶ୍ବର: କୋଭିଡରେ ଆକ୍ରାନ୍ତ ହୋଇ ବାପା ଓ ମା’ ଙ୍କୁ ହରାଉଥିବା ଅନାଥ ପିଲାମାନଙ୍କୁ ଶୀଘ୍ର ଚିହ୍ନଟ କର। ସେମାନଙ୍କୁ ୧୫ ଦିନ ଭିତରେ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ କର। ସେହିପରି କୋଭିଡ୍ରେ ନିଜର ସ୍ବାମୀ ହରାଉଥିବା ବିଧବା ମହିଳାଙ୍କୁ ବି ଦୁଇ ସପ୍ତାହ ଭିତରେ ମଧୁବାବୁ ପେନ୍ସନ୍ ଯୋଜନା ହିତାଧିକାରୀ ତାଲିକାରେ ସାମିଲ କର। […]