କେନ୍ଦୁଝର-କୋଲକାତା ଯୋଗାଯୋଗ ବିଚ୍ଛିନ୍ନ କେନ୍ଦୁଝର/ଯାଜପୁର : ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପରେ ବୈତରଣୀରେ ବନ୍ୟା ଆସିଥିବା ବେଳେ ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏହି ୨ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ବୈତରଣୀରେ ବନ୍ୟା ଯୋଗୁ କେନ୍ଦୁଝର ଓ ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ପ୍ରଭାବରେ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜରେ କଣ୍ଟା, […]

ନୂଆଦିଲ୍ଲୀ : ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ‘ୟାସ୍’ର ତାଣ୍ଡବ ଯୋଗୁଁ ହୋଇଥିବା କ୍ଷତିର ଆକାଳନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ପ୍ରଭାବିତ ଦୁଇ ରାଜ୍ୟ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରେ ଅବତରଣ କରି ଏକ ସମୀକ୍ଷା ବୈଠକ କରିବେ। ତା’ପରେ ସେ ଆକାଶ ମାର୍ଗରେ ବାଲେଶ୍ୱର, ଭଦ୍ରକ ଏବଂ ପୂର୍ବ ମେଦିନୀପୁରର ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକ ବୁଲି ଦେଖିବେ। ତାଙ୍କ ସହିତ ଆସିବେ […]

୨ ଲକ୍ଷ ଉପରେ ସଂକ୍ରମଣ ଜାରି, ମୃତ୍ୟୁ ବି ୪ ହଜାର ପାଖରେ ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ଲାଗୁ ହୋଇଥିବା କୋଭିଡ୍‌-୧୯ କଟକଣାକୁ ଆଗାମୀ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏ ବାବଦରେ ପୂର୍ବରୁ ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାହାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ଆଜି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି। ଗତ ସୋମବାର ଯାଏ […]

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଧରାପଡ଼ିଛି ପୁଣି ଏକ ନକଲି ମଦ ଫ୍ୟାକ୍ଟ୍ରି। ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ପାଣିଗ୍ରାହୀପେଣ୍ଠ ସାହିସ୍ଥିତ ଏକ ଭଡ଼ାଘରେ ଚାଲିଥିବା ନକଲି ମଦ ଫ୍ୟାକ୍ଟ୍ରିରେ ଗୁରୁବାର ସନ୍ଧ୍ୟାରେ ଚଢ଼ଉ କରିଛି ପୁଲିସ। ଯାହାକୁ ଭଡ଼ାଘର ବୋଲି କୁହାଯାଉଛି ତାହା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହୋଇଥିବା ଏକ ଘର। ସେହି ଘର ଯାଞ୍ଚ ପରେ ସେଠାରୁ ବିପୁଳ ପରିମାଣର ନକଲି ମଦ ପ୍ରସ୍ତୁତି ସାମଗ୍ରୀ […]

ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ ପରେ ଯୁଦ୍ଧକା​ଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ‘ୟାସ’ ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କର। ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲାରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରାଯିବା ଦରକାର। ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ଷୟଷତି ଆକଳନ କରିବା ପରେ ଗୁରୁବାର […]

ଶହେ ମିଟର ଭାସି ଆସି ଘର ଉପରେ ଚଢ଼ିଗଲା ଟ୍ରଲର ବାଲେଶ୍ବର : ବାଲେଶ୍ବରରେ ‘ୟାସ୍‌’ ପ୍ରଭାବରେ ମଙ୍ଗଳବାର ରାତିରୁ ବୁଧବାର ସକାଳ ମଧ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା ଓ ପବନ ପ୍ରବାହିତ ହୋଇଥିଲା। ପବନର ବେଗ କିଛିମାତ୍ରାରେ ହ୍ରାସ ପାଇଥିଲେ ବି ଏ ପର୍ଯ୍ୟନ୍ତ ସମୁଦ୍ରକୂଳିଆ ଅଞ୍ଚଳରେ ଏହାର ପ୍ରଭାବ ରହିଛି। ସୋର ବ୍ଲକର ୨ଟି ପଞ୍ଚାୟତ, ବାହାନଗା ବ୍ଲକର ୩ଟି ପଞ୍ଚାୟତ, ରେମୁଣା ବ୍ଲକର ୪ଟି […]

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନଜରରେ ରଖି ରାଜ୍ୟରେ ଥିବା ମାନସିକ ସ୍ବାସ୍ଥ୍ୟ ହଷ୍ଟେଲ, ଅନାଥାଶ୍ରମ, ସର୍ଟ ଷ୍ଟେ ହୋମ ଓ ଶିଶୁ ସ୍ବାସ୍ଥ୍ୟ ଯତ୍ନ କେନ୍ଦ୍ରଗୁଡ଼ିକ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଏସ୍‌ଓପି ଜାରି ହୋଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସବୁ ଜିଲ୍ଲାପାଳ, ନଗର ନିଗମ, ସିଡିଏମ୍‌ଓ ଓ ଏସ୍‌ସିବି ଏମଏଚ୍‌ଆଇର ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ହଷ୍ଟେଲ/କେନ୍ଦ୍ର […]

ଭୁବନେଶ୍ବର : ବାତ୍ୟା ‘ୟାସ୍‌’ ଆଜି ଓଡ଼ିଶା ଛା଼ଡ଼ିବ। ହେଲେ ଏହା ପୂର୍ବରୁ ମୟୂରଭଞ୍ଜରେ ପ୍ରତି ଘଣ୍ଟାରେ ୬୦ କିଲୋମିଟର ବେଗରେ ପବନ ଓ କିଛି ଅଞ୍ଚଳରେ ବର୍ଷା ଲାଗି ରହିଥିଲା। ଭାରତର ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ‘ୟାସ୍‌’ ଇତିମଧ୍ୟରେ ଦୁର୍ବଳ ହୋଇ ବାତ୍ୟା ରୂପକୁ ଓହ୍ଲାଇ ଆସିଛି। ଘଣ୍ଟାପ୍ରତି ୬୦ କିଲୋମିଟର ପାଖାପାଖି ପବନର ବେଗ ରହିଥିଲା। ଏହା ମଧ୍ୟରାତ୍ରିରେ ଆହୁରି ଦୁର୍ବଳ ହୋଇଯିବ […]

କୋଲକାତା: ଆଜି ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ତୀବ୍ର ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ଧନଖଡ଼ଙ୍କ କାର୍ଯ୍ୟକାଳ ପୂରିଗଲେ ଜନତାଙ୍କଦ୍ବାରା ଦାଏର ହୋଇଥିବା ଅଭିଯୋଗର ବିଚାର ହେବ ଓ ତାଙ୍କୁ ‘ପ୍ରେସିଡେନ୍‌ସି ଜେଲ୍‌’କୁ ପଠାଯିବ। ସମ୍ପ୍ରତି ‘ନାରଦା ଦୁର୍ନୀତି’ ମାମଲାରେ ଗିରଫ ହୋଇ ତୃଣମୂଳ କଂଗ୍ରେସର ୪ଜଣ ନେତା ‘ପ୍ରେସିଡେନ୍‌ସି ଜେଲ୍‌’ରେ ଅଛନ୍ତି। କଲ୍ୟାଣଙ୍କ ଏତାଦୃଶ କଥା ଶୁଣି ‘ହତଭମ୍ବ’ ହୋଇଯାଇଛନ୍ତି ବୋଲି ପଶ୍ଚିମବଙ୍ଗର ରାଜ୍ୟପାଳ […]

ନୂଆଦିଲ୍ଲୀ: ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍‌ରୁ ଆରୋଗ୍ୟଲାଭ କରୁଥିବା ପୀଡ଼ିତଙ୍କ ଠାରେ ‘ବ୍ଳାକ୍‌ ଫଙ୍ଗସ୍‌’ ସଂକ୍ରମଣ ଏବେ ଚିନ୍ତାର ବିଷୟ ହୋଇଛି। ତେବେ କୋଭିଡ୍‌ ପୀଡ଼ିତମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଅସ୍ବାସ୍ଥ୍ୟକର ପରିବେଶରେ ଯୋଗାଇ ଦିଆଯାଇଥିବା ଅମ୍ଲଜାନ ଯୋଗୁଁ ଏପରି ଏହି ନୂଆ ସଂକ୍ରମଣ ସତ୍ତା ଧାରଣ କରିଛି ବୋଲି ଏବେ ବିତର୍କ ଆରମ୍ଭ ହୋଇଯାଇଛି। ଅନିୟନ୍ତ୍ରିତ ମଧୁମେହ ଓ ରୋଗପ୍ରତିରୋଧକତାକୁ ଚାପି ରଖୁଥିବା ଉଚ୍ଚ ମାତ୍ରାର ଶକ୍ତିବର୍ଦ୍ଧକ ହିଁ […]

Social media & sharing icons powered by UltimatelySocial