ଭୁବନେଶ୍ବର : ମହାପ୍ରଭୁ ଜଗନ୍ନାଥ ଓଡ଼ିଶାବାସୀଙ୍କୁ ରକ୍ଷା କରନ୍ତୁ। ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ ନେଇ ଗତକାଲି ରାଜ୍ୟ କ୍ୟାବିନେଟ୍‌ ନେଇଥିବା ନିଷ୍ପତ୍ତିକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କଡ଼ା‌ ଭାଷାରେ ସମାଲୋଚନା କରିଛନ୍ତି। ଏକ ପ୍ରେସ୍‌ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ସରକାର ୨୦୨୦ ଜୁନ୍‌ ମାସରୁ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଲାଇସେନ୍‌ସ୍‌ ଫି ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଲେ। […]

ବେଜିଙ୍ଗ୍: ଚୀନ୍‌ ପ୍ରେରିତ ରୋଭର୍‌ ‘ଜୁରୋଙ୍ଗ୍‌’ ଶନିବାର ଦିନ ପ୍ରଥମ କରି ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ଗତି କରିଥିବା କଥା ଉକ୍ତ ରୋଭର୍‌ ପାଇଁ ଥିବା ଚୀନା ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଛି। ଚୀନାର ପୌରାଣିକ ଅଗ୍ନିଦେବତା ‘ଜୁରୋଙ୍ଗ୍‌’ଙ୍କ ନାମାନୁସାରେ ନାମିତ ଏହି ରୋଭର୍‌ ବେଜିଙ୍ଗ୍ ସମୟ ସକାଳ ୧୦:୪୦ରେ ମଙ୍ଗଳ ପୃଷ୍ଠରେ ଚାଲିଛି ବୋଲି ଉପରୋକ୍ତ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଉଲ୍ଲେଖ ଅଛି। ରିମୋଟ୍‌-ନି‌ୟନ୍ତ୍ରିତ ସେ ମୋଟୋର୍‌ ଚାଳିତ […]

ଅନୁପସ୍ଥିତ ରହିପାରିବେନି ଅଧିକାରୀ,ବିଭିନ୍ନ ବିଭାଗ ସହ ଆଲୋଚନା କଲେ କମିସନର ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ବାତ୍ୟା ୟସ୍ ପ୍ରଭାବରେ ଭୁବନେଶ୍ବରରେ ବର୍ଷା ପବନ ହେବାର ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ବାତ୍ୟା ହେଲେ ଏହାର ଯେପରି ସଫଳ ମୁକାବିଲା କରିହେବ ଏବଂ ତୁରନ୍ତ ଜନଜୀବନ ସ୍ବାଭାବିକ ହୋଇପାରିବ ସେଥିପାଇଁ ବିଏମ୍‌ସିର ପ୍ରସ୍ତୁତି ଆରମ୍ଭ ହୋଇଛି। ବିଏମ୍‌ସି କମିସନର ସଞ୍ଜୟ ସିଂହ ଶନିବାର ବିଭିନ୍ନ […]

ନୂଆଦିଲ୍ଲୀ: ମେ ୨୬ ତାରିଖ ସନ୍ଧ୍ୟା ବେଳେ ଭାରତର ପୂର୍ବଉପକୂଳରେ ସ୍ଥଳଭାଗ ପ୍ରବେଶ କରିବାର ସମ୍ଭାବନା ଥିବା ସାମୁଦ୍ରିକ ବାତ୍ୟା ‘ୟାସ୍‌’ ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି। ସୂଚନାଯୋଗ୍ୟ, ବାତ୍ୟା ‘ୟାସ୍‌’ର ନାମକରଣ କରିଛି ଓମାନ୍‌। ଏହାର ଅର୍ଥ ‘ସୁଗନ୍ଧି ବୃକ୍ଷ’। ‘ୟାସ୍‌’ ଶବ୍ଦର ଉତ୍ପତ୍ତି ପାରସ୍ୟ ଭାଷାରୁ। ଏହାର ଇଂଗ୍ରାଜୀ ପ୍ରତିଶବ୍ଦ ହେଉଛି ‘ଜସ୍ମିନ୍‌’ (କୁନ୍ଦ ଜାତୀୟ ଫୁଲ)। ବରିଷ୍ଠ […]

ଭୁବନେଶ୍ବର : ଚଳିତ ବର୍ଷର ଶେଷ ‘ସୁପର୍‌ମୁନ୍’ ଆସନ୍ତା ୨୬ ତାରିଖରେ ଦେଖାଯିବ। ଏହି ଦିନ ଚନ୍ଦ୍ର ଆମଠାରୁ ୩ଲକ୍ଷ ୫୭ହଜାର ୪୬୨କିମି ଦୂରରେ ଦେଖାଯିବ। ଯେଉଁଥିପାଇଁ ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ରଠାରୁ ଏହା ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ। ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ, ଆମଠାରୁ ସାଧାରଣ ଦୂରତାର ୧୦ ପ୍ରତିଶତ ବା ତା’ଠାରୁ କମ୍ ଦୂରତାରେ ଚନ୍ଦ୍ର ଥିବା ସମୟରେ […]

ଭୁବନେଶ୍ବର: ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ୱେଲମାର୍କରେ ଲୋ- ପ୍ରେସର। ଏହା ୨୪ ତାରିଖ ଅର୍ଥାତ୍ ଆସନ୍ତାକାଲି ବାତ୍ୟାର ରୂପ ନେବା ପରେ ‘ୟାସ’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ଅତି ତୀବ୍ର ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ଥିବା କହିଛନ୍ତି, ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ। ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡ଼ିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ […]

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ସଂକ୍ରମଣ ସାମାନ୍ୟ କମ ହୋଇଥିବା ବେଳେ ଦେଶରେ ଦେଖାଦେଇଥିବା ମେଡିକାଲ ଅମ୍ଳଜାନର ଅଭାବକୁ ଦୂର କରିବା ପାଇଁ ପାଖାପାଖି ୪୦ଟି ଦେଶ ଭାରତକୁ ସାହାଯ୍ୟ ଯୋଗାଉଛନ୍ତି। ପୂର୍ବରୁ ଅନେକ ଦେଶ ଭାରତକୁ ଅମ୍ଳଜାନ କନସେନଟ୍ରେଟର ସହ ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଇଦେଇଥିବା ବେଳେ ଏବେ ପୁଣି ଥରେ ସିଙ୍ଗାପୁର ଭାରତକୁ ସାହାଯ୍ୟ କରିଥିବା ଜଣାପଡିଛି। ସିଙ୍ଗାପୁର ଏବଂ ବ୍ରୁନେଇରୁ ଆଜି ତରଳ ମେଡିକାଲ ଅମ୍ଳଜାନ […]

ବେଜିଙ୍ଗ୍: ଉତ୍ତରପଶ୍ଚିମ ଓ ଦକ୍ଷିଣପଶ୍ଚିମ ଚୀନ୍‌ରେ କ୍ରମାନ୍ବୟରେ କେତୋଟି ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବା କାରଣରୁ ଅନ୍ୟୂନ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପ୍ରତ୍ୟୁଷରେ ସ୍ଥାନୀୟ ସରକାରୀ ଅଧିକାରୀ ଓ ଭୂମିକମ୍ପବିତ୍‌ମାନେ କହିଛନ୍ତି। ଏହି ଭୂମିକମ୍ପରେ ଚୀନ୍‌ର ଉତ୍ତରପଶ୍ଚିମ ଅଞ୍ଚଳର ତିବ୍ବତୀୟ ପ୍ଲେଟ୍ୟୁ ଅନ୍ତର୍ଗତ କ୍ବିନ୍‌ଘାଇ ପ୍ରଦେଶ ଏବଂ ଦକ୍ଷିଣପଶ୍ଚିମ ଅଞ୍ଚଳର ୟୁନାନ୍ ପ୍ରଦେଶ ପ୍ରଭାବିତ ହୋଇଛି। କମ୍ପନର ଉତ୍ପତ୍ତିସ୍ଥଳ ଅଗଭୀର ଥିବାରୁ ଏହା ବିଶେଷ କ୍ଷତିକାରକ […]

ଲଣ୍ଡନ : ଅନେକ ରାଷ୍ଟ୍ରରେ ଦେଶବାସୀଙ୍କ ଗଣଟିକାକରଣ ପାଇଁ ଆବଶ୍ୟକ ପରିମାଣର ଟିକା ଅଭାବ ଯୋଗୁଁ ଆଗ୍ରହୀ ହିତାଧିକାରୀମାନେ ଉତ୍କଣ୍ଠାର ସହିତ ସେମାନଙ୍କ ପାଳିକୁ ଅପେକ୍ଷା କରି ରହିଛନ୍ତି। ତେବେ ଏଭଳି ସମସ୍ୟାର ସମାଧାନ ପାଇଁ ସରକାର ଟିକାର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନକୁ ବଢ଼ାଇ ଚାଲିଛନ୍ତି। ଏ ପ୍ରକାର ବିବାଦୀୟ ନିଷ୍ପତ୍ତି ପାଇଁ ସରକାରଙ୍କୁ କଟୁ ସମାମଲୋଚନାର ଶିକାର ହେବାକୁ ପଡୁଥିଲା ବେଳେ ଏବେ ବିଜ୍ଞାନସମ୍ମତ ତଥ୍ୟ ପରିସ୍ଥିତିକୁ […]

କଟକ : କରୋନାର ଦ୍ବିତୀୟ ଲହର କଟକ ଜିଲ୍ଲାରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ପ୍ରଥମଥର ପାଇଁ କଟକ ଜିଲ୍ଲା ଶିଶୁ ଥଇଥାନ କେନ୍ଦ୍ର (ସିସିଆଇ)ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକକାଳୀନ ୧୦ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ପରେ କେନ୍ଦ୍ରରେ ଥିବା ମୋଟ ୭୨୪ ଶିଶୁଙ୍କ ପ୍ରତି ଏବେ ବିପଦ ବଢ଼ିଯାଇଛି। କରୋନାର ପ୍ରଥମ ଲହରରେ କେହି ଜଣେ ବି ଶିଶୁ ଥଇଥାନ କେନ୍ଦ୍ରରେ ସଂକ୍ରମିତ […]

Social media & sharing icons powered by UltimatelySocial