ନୂଆଦିଲ୍ଲୀ: ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍‌ରୁ ଆରୋଗ୍ୟଲାଭ କରୁଥିବା ପୀଡ଼ିତଙ୍କ ଠାରେ ‘ବ୍ଳାକ୍‌ ଫଙ୍ଗସ୍‌’ ସଂକ୍ରମଣ ଏବେ ଚିନ୍ତାର ବିଷୟ ହୋଇଛି। ତେବେ କୋଭିଡ୍‌ ପୀଡ଼ିତମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଅସ୍ବାସ୍ଥ୍ୟକର ପରିବେଶରେ ଯୋଗାଇ ଦିଆଯାଇଥିବା ଅମ୍ଲଜାନ ଯୋଗୁଁ ଏପରି ଏହି ନୂଆ ସଂକ୍ରମଣ ସତ୍ତା ଧାରଣ କରିଛି ବୋଲି ଏବେ ବିତର୍କ ଆରମ୍ଭ ହୋଇଯାଇଛି। ଅନିୟନ୍ତ୍ରିତ ମଧୁମେହ ଓ ରୋଗପ୍ରତିରୋଧକତାକୁ ଚାପି ରଖୁଥିବା ଉଚ୍ଚ ମାତ୍ରାର ଶକ୍ତିବର୍ଦ୍ଧକ ହିଁ […]

ନୂଆଦିଲ୍ଲୀ: ଆଜି ଲାଗୁ ହେଉଥିବା ସରକାରଙ୍କ ନୂଆ ‘ଡିଜିଟାଲ୍‌ ନିୟମାବଳି’କୁ ଚାଲେଞ୍ଜ୍ କରି ମଙ୍ଗଳବାର ଦିନ ‘ହ୍ବାଟ୍‌ସ୍‌ଆପ୍‌’ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର କରିଛି। ଏହି ନିୟମାବଳୀ କାରଣରୁ ବ୍ୟବହାରକାରୀଙ୍କ ଗୋପନୀୟତା ଉଲ୍ଲଂଘନ କରିବା ଲାଗି ‘ହ୍ବାଟ୍‌ସ୍‌ଆପ୍‌’ ବାଧ୍ୟ କରିବ ବୋଲି ‘ହ୍ବାଟ୍‌ସ୍‌ଆପ୍‌’ କହିଛି। ସରକାର ଲାଗୁ କରୁଥିବା ନୂତନ ନିୟମ ଅନୁସାରେ, ‘ଫେସ୍‌ବୁକ୍‌’ ମାଲିକାନାରେ ଥିବା ବାର୍ତ୍ତା ପ୍ରେରଣର ମାଧ୍ୟମ ‘ହ୍ବାଟ୍‌ସ୍‌ଆପ୍‌’କୁ ପ୍ରେରିତ ବାର୍ତ୍ତାର ଉତ୍ସ ବା ମୂଳର […]

ବାରିପଦା: ଫାଇଲିନ, ଫନି ଓ ଅମ୍ଫାନ ବାତ୍ୟାର ଭୟାବହତାକୁ ଭୁଲିନଥିବା ମୟୂରଭଞ୍ଜବାସୀଙ୍କ ପାଇଁ ବାତ୍ୟା ୟାସ ପୁନର୍ବାର ଭୟ ସଂଚାର କରିଛି। ଆଜି ସକାଳ ସୁଦ୍ଧା ଜିଲ୍ଲାରୁ ୬୧ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଗଲାଣି। ଆଜି ସକାଳୁ ଜିଲ୍ଲାରେ ବର୍ଷା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସେହିପରି ପଵନର ବେଗ ମଧ୍ୟ ବଢୁଛି। ଆଜି ଜିଲ୍ଲାରେ ହାରାହାରି ୬୨.୬୫ ମିମି ବର୍ଷା ରେକର୍ଡ କରାଯାଇଛି। […]

ନୂଆଦିଲ୍ଲୀ: କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇଥିବା ଭାରତସ୍ଥିତ ଇଣ୍ଡୋନେସୀୟ ଦୂତାବାସର ଉପମୁଖ୍ୟ ଫେର୍ଡି ପିୟେ ମଙ୍ଗଳବାର ଦିନ ଜାକର୍ତାର ଏକ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ଥିବା ବେଳେ ସେ କରୋନାଭାଇରସ୍‌ଦ୍ବାରା ସଂକ୍ରମିତ ହୋଇ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ, ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଏପ୍ରିଲ୍‌ ୨୭ ତାରିଖ ଦିନ ତାଙ୍କୁ ଜାକର୍ତାର ଏକ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଜାକର୍ତା ଯାଇଥିଲେ। ଡିସେମ୍ବର […]

ଭଦ୍ରକ: ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ଭଣ୍ଡାରୀପୋଖରୀରେ ରାସ୍ତା ଉପରେ ଉପୁଡ଼ି ପଡ଼ିଛି ଗଛ। ଅଗ୍ନିଶମ ବିଭାଗ ଗଛ କଟା ଆରମ୍ଭ କରିଛନ୍ତି। ଏଣେ ବର୍ଷା ଜଳରେ ବୁଡିଗଲା ଭଦ୍ରକ ପୌରପାଳିକା ଅନ୍ତର୍ଗତ ପ୍ରଫୁଲ୍ଲ ନଗର ନିଉ କଲୋନି। ଏହାଫଳରେ ବହୁ ଲୋକଙ୍କ ଘରେ ବର୍ଷା ଜଳ ପଶିଛି। ଖାଲି ସେତିକି ନୁହେଁ, ଭଦ୍ରକ ସହରରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ […]

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୨.୦୮ ଥିବା ବେଳେ ମୃତ୍ୟୁସଂଖ୍ୟା ୪ ହଜାରରୁ ଅଧିକ ରହିଛି। ଗତକାଲି ରେକର୍ଡ ଠାରୁ ଆଜି ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୦୮,୯୨୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪,୧୫୭ ମୃତ୍ୟୁ ରେକର୍ଡ […]

ପ୍ରକ୍ରିୟା ସରିବା ଯାଏଁ ପବନର ବେଗ ରହିବ ୧୩୦ ରୁ ୧୪୦ କିମି ଭଦ୍ରକ: ଶେଷରେ ଉପକୂଳକୁ ଛୁଇଁଛି ବାତ୍ୟା ୟାସ। ବାତ୍ୟା ‘ୟାସ’ ବର୍ତ୍ତମାନ ବାଲେଶ୍ୱର-ଭଦ୍ରକର ବାହାନଗାରେ ଲ୍ୟାଣ୍ଡଫଲ କରୁଛି। ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଅପରାହ୍ନ ୧ଟା ସୁଦ୍ଧା ସରିବ। ପ୍ରାୟ ୩ରୁ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ। ଆଜି ସକାଳ ୯ଟାରେ ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବାବେଳେ ଧାମରାର ଉତ୍ତର ବାଲେଶ୍ୱର ସହର ତଳକୁ […]

କଟକ: ରାଜ୍ୟରେ କରୋନା ସଂକ୍ରମଣର ଶୀର୍ଷ ତାଲିକାରେ ରହିଛି କଟକ। ଖୋର୍ଦ୍ଧାକୁ ଆଜି କଟକ ଟପି ଯାଇଛି। ଗାଁଗୁଡିକରେ ସଂକ୍ରମଣ ମାଡି ଚାଲିଥିବାବେଳେ ଆଜିଠୁ ଆରମ୍ଭ ହୋଇଛି ଘରକୁ ଘର ସର୍ଭେ କାର୍ଯ୍ୟକ୍ରମ। ଏଭଳିସ୍ଥିତିରେ ଏବେ ବାତ୍ୟା ସହ କରୋନା ମୁକାବିଲା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଗୃହ ସଙ୍ଗରୋଧରେ ଥିବା ସଂକ୍ରମିତଙ୍କ ଚିକିତ୍ସା ଏଭଳି ସମୟରେ କିପରି କରାଯିବ, ସବୁ କୋଭିଡ୍‌ ହସ୍ପିଟାଲ ଓ ସିସିସିରେ ନିରବଚ୍ଛିନ୍ନ […]

କମ୍ପାନି କହିଲା, ସେ ଏଲୋପାଥି ଚିକିତ୍ସା କରାଉଥିଲେ ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦର ଦୁଗ୍ଧଜାତ ସାମଗ୍ରୀ ବ୍ୟବସାୟର ମୁଖ୍ୟ ସୁନୀଲ ବଂଶଲ୍‌ କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କଥା ସୋମବାର ଦିନ କମ୍ପାନି କହିଛି। ଏଥିସହ କମ୍ପାନି ମଧ୍ୟ କହିଛି ଯେ, ବଂଶଲ୍‌ଙ୍କ ‘ଏଲୋପାଥି’ ଚିକିତ୍ସାରେ କମ୍ପାନିର କୌଣସି ଭୂମିକା ନ ଥିଲା। ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ର ଦୁଗ୍ଧଜାତ ବିଭାଗର ଉପାଧ୍ୟକ୍ଷ ଥିବା ୫୭ ବର୍ଷିୟ […]

ବାଲେଶ୍ବର: ବାତ୍ୟା ୟାସ୍ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ପରେ ଜିଲ୍ଲାକୁ ଗଲେ ଶକ୍ତିମନ୍ତ୍ରୀ। କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିଠାରେ ରହି ବାତ୍ୟା ସ୍ଥିତିର କରିବେ ଅନୁଧ୍ୟାନ କରିବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସେପଟେ, ଅତିଭୀଷଣ ବାତ୍ୟା ଆକାରରେ ୟାସ୍ କେଉଁଠି ସ୍ଥଳଭାଗ ଛୁଇଁବ ତାର ଆକଳନକୁ ପରିବର୍ତ୍ତନ କଲା ଭାରତୀୟ ପାଣିପାଗ ବିଭାଗ। ଆଇଏମଡି ଜାରି କରିଥିବା ତାଜା ବୁଲେଟିନରେ […]

Social media & sharing icons powered by UltimatelySocial