ଭୁବନେଶ୍ବର : ଶେଷରେ ଧରାପଡ଼ିଛି ଗାଈ ଚୋର। ଗତ ଜାନୁଆରି ୩୧ ତାରିଖ ଦିନ ଜଣେ କାର୍ଯ୍ୟରତ ପୁଲିସ କନେଷ୍ଟବଳଙ୍କୁ ମାଡ଼ ମାରି ଗାଈ ନେଇ ପଳାଇଥିବା ଗାଙ୍ଗ୍‌ର ଜଣକୁ ଧରିଛି ବଡ଼ଗଡ଼ ଥାନା ପୁଲିସ। ସେ ହେଉଛି ପିପିଲି ଦାନଗୋହିରାର ମହମ୍ମଦ ରହିମ୍‌। ଜାନୁଆରି ୩୧ ତାରିଖ ରାତି ପ୍ରାୟ ୨ଟା ବେଳେ ବଡ଼ଗଡ଼ ଥାନା ଠାରୁ ମାତ୍ର କିଛି ଦୂରରେ କନେଷ୍ଟବଳ ଧୀରେନ୍ଦ୍ର ସାହୁ ଡ୍ୟୁଟି କରୁଥିଲେ। […]

ଦୁର୍ଗାଙ୍କ ସୁମରଣା ଢାଳିଲା ଭକ୍ତିରସ, ସମ୍ମାନିତ ହେଲେ ୪ ଶିଳ୍ପୀ ଭୁବନେଶ୍ୱର: ନୃତ୍ୟରେ ହେଉଥିଲା ଦୁର୍ଗାଙ୍କ ଆରଧନା। ନୃତ୍ୟଶିଳ୍ପୀ ସୁପ୍ରଭା ସାହୁ ମଙ୍ଗଳାଚରଣରେ ପରିବେଷଣ କରିଥିଲେ ‘ନବଦୁର୍ଗା ନୃତ୍ୟ’। ଯାହା ଭକ୍ତିରସରେ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଦିଗୁରୁ ପଙ୍କଜ ଚରଣ ଦାସ ଏହାର ନୃତ୍ୟ ସଂଯୋଜନା ଓ ପରିକଳ୍ପନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ […]

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଅଭିନବ ଉନ୍ନତ କୋଭିଡ୍‌ ଟିକା ଉପଲବ୍‌ଧ ହୋଇପାରିବ ଯାହା ପାଇଁ ଶୀତଳୀକରଣର ଆବଶ୍ୟକତା ପଡ଼ିବନି କି ଟିକାକରଣରେ ସିରିଞ୍ଜ୍‌ ଲାଗିବନି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ଆଶା ବ୍ୟକ୍ତ କରିଛନ୍ତି। ସମ୍ପ୍ରତି ୧୨୨ଟି ଦେଶରେ ୭ରୁ ୮ଟି କୋଭିଡ୍‌ ଟିକାର ବ୍ୟବହାର ଜାରି ରହିଛି, ତେବେ ଅଭିନବ କରୋନାଭୂତାଣୁର ରୂପାନ୍ତରିତ ପ୍ରଜାତିର ସଂକ୍ରମଣ ବ୍ୟାପିବା ଆରମ୍ଭ […]

ଭୁବନେଶ୍ବର : ନୂଆପଲ୍ଲୀରେ ୫୦ରୁ ଅଧିକ ଯୁବକ ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ପ୍ଲଟ ନମ୍ବର ଏନ୍‌୩/୨୧୧ରେ ଭଡ଼ାରେ ରହୁଥିବା ପ୍ରଣବ ରାୟଙ୍କ ଘରେ ପଶି ସଂଘବଦ୍ଧ ଆକ୍ରମଣ କରିବା ଏବଂ ଆସବାବପତ୍ର ଭାଙ୍ଗିବା ଘଟଣାରେ ବୁଧବାର ପୁଲିସ ୧୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ମଧ୍ୟରେ ଜ‌ଣେ ହାବିଲଦାର, ଜଣେ ଓକିଲ, ଚିଟ୍‌ଫଣ୍ଡ ଠକ, ଘର ମାଲିକ ବିଜୟ ନାୟକ ଓ ତାଙ୍କ ପତ୍ନୀ ସଂଯୁକ୍ତା […]

ଭଦ୍ରକ: ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଉତ୍ତେଜନା ଦେଖା ଦେଇଛି। ଯୁକ୍ତତିନ ଦ୍ୱିତୀୟ ବର୍ଷର ସମସ୍ତ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀମାନଙ୍କ ସେକେଣ୍ଡ ସେମିଷ୍ଟାର ପରୀକ୍ଷାରେ ବ୍ୟାକ ଲାଗିଥିବା ନେଇ ଉ‌‌ତ୍ତେଜନା ଲାଗିରହିଛି। କଲେଜ ମୁଖ୍ୟ ଫାଟକ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ। କରୋନା ସମୟରେ ସେକେଣ୍ଡ ସେମିଷ୍ଟାର ପରୀକ୍ଷା ହୋଇ ନଥିବା ବେଳେ କିପରି ବ୍ୟାକ ଲାଗିଲା ତାହାକୁ କେନ୍ଦ୍ର କରି ଅଶାନ୍ତି ଦେଖା ଦେଇଛି। […]

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ କୋଭିଡ ଗାଇଡଲାଇନ ମାନି ଭୋଟ ଗ୍ରହଣ କରାଯିବ। ସେହିପରି କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବାକୁ ଥିବାବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ନିୟମ କରାଯାଇଛି। ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ। ଦିବ୍ୟାଙ୍ଗ ଓ କରୋନା […]

ପୁରୀ: କୋଭିଡ ସଂକ୍ରମଣକୁ ଏଡ଼ାଇବା ପାଇଁ ଆଜିଠାରୁ ଆରମ୍ଭ ହେଲା ସେବାୟତଙ୍କ ଟିକାକରଣ କାର୍ଯ୍ୟକ୍ରମ। ଟିକାଦାନର ସମୟ ରହିଛି ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ। ଲୋକନାଥ ରୋଡର ପ୍ରତିହାରୀ ନିଯୋଗ ବୈଠକ ହଲରେ ଭ୍ୟାକ୍ସିନେସନ କ୍ୟାମ୍ପ କରାଯାଇଛି। ୬୦ ବର୍ଷରୁ ଅଧିକ ସେବାୟତମାନେ ପରିଚୟ ପତ୍ର ଦେଖାଇ ଟିକା ନେଉଛନ୍ତି। ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ରହିଥିବା ସେବାୟତଙ୍କୁ ଟିକାକରଣ କରାଯାଉଛି। ୨ଟି କାଟାଗୋରୀରେ କେବଳ […]

ଘର ଛାଡ଼ିଲେନି ବୋଲି ଗୁଣ୍ଡା ଲଗାଇ ଭଙ୍ଗାରୁଜା, ୧୪ ଅଟକ ଭୁବନେଶ୍ବର: ଗତକାଲି ଅପରାହ୍ନରେ ନୂଆପଲ୍ଲୀରେ ଘର ନ ଛାଡ଼ିବାକୁ କେନ୍ଦ୍ର କରି ୪୦ରୁ ୫୦ ‌ଯୁବକ ଓ ଦୁଇ ଜଣ ମହିଳା ଜଣେ ଭଡ଼ାଟିଆଙ୍କ ଆଇଆର୍‌ସି ଭିଲେଜରେ ଥିବା ଏନ୍‌-୩, ୨୧୧ ଘରେ ପଶି ଆତଙ୍କ ଖେଳାଇଛନ୍ତି। ସେମାନଙ୍କ ଆକ୍ରମଣରେ ଭଡ଼ାଟିଆ ପ୍ରଣବ ରାୟ ଆହତ ହୋଇଥିବାବେଳେ ଅଭିଯୁକ୍ତମାନେ ଲୁହାଛଡ଼ ଓ କାଠ ଫାଳିଆରେ ପିଟି ଘରର ଆସବାବପତ୍ର […]

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୬ ହଜାର ୨୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୮୫ ଦିନ ମଧ୍ୟରେ ଦିନିକିଆ ଆକ୍ରାନ୍ତ ଭିତରେ ଏହା ସର୍ବାଧିକ। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ୩୩୯ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। […]

ନୂଆଦିଲ୍ଲୀ: ୨୦୨୧ରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ମନରେଗା ମଜୁରି ବୃଦ୍ଧି କରିଥିବା ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ପାଇଁ ଏହା ଗତ ବର୍ଷ ୨୦୭ ଟଙ୍କା ଥିଲା ଏବଂ ୨୦୨୧ରେ ମଜୁରି ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ବୃଦ୍ଧି ଲାଗୁ କରାଯାଇଛି। ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶରେ ମନରେଗା ମଜୁରି ପୂର୍ବରୁ […]

Social media & sharing icons powered by UltimatelySocial