ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଉବୁଟୁବୁ ହେଉଛି ଭୁବନେଶ୍ବର। ପ୍ରାକୃତିକ ନାଳର ଅବରୋଧ ସହ ବେଆଇନ ନିର୍ମାଣ ଏହାର ପ୍ରମୁଖ କାରଣ। ଏହାସହ ସହରର ବର୍ଜ୍ୟଜଳ ଓ ବର୍ଷାଜଳ ନିଷ୍କାସନ ପାଇଁ ପ୍ରମୁଖ ମାଧ୍ୟମ ହୋଇଥିବା ଗଙ୍ଗୁଆ ନାଳ ମଧ୍ୟ ବର୍ଷ ବର୍ଷ ଧରି ଖୋଳା ଯାଇ ନଥିବାରୁ ଭୁବନେଶ୍ବର ଜଳବନ୍ଦୀ ହେବାର ଏହା ମଧ୍ୟ ଅନ୍ୟତମ କାରଣ ହେଉଛି। ଏହାକୁ ଆଖି ଆଗରେ ରଖି ଗତ ଏପ୍ରିଲ ୨୬ […]

ବେଜିଂ : ବିଶ୍ବର ଅନ୍ୟତମ କ୍ଷମତାଶାଳୀ ବ୍ୟକ୍ତିଭାବେ ଜଣାଶୁଣା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପଦ ଛାଡ଼ିପାରନ୍ତି କିମ୍ବା ତାଙ୍କୁ ପଦରୁ ହଟାଇ ଦିଆଯାଇପାରେ। ଏପରି ଏକ ଚର୍ଚ୍ଚା ଉଠିଛି ଚୀନ ସୋସିଆଲ ମିଡିଆରେ। ନିକଟରେ ଚୀନର ସର୍ବୋଚ୍ଚ କ୍ଷମତାଶାଳୀ ସଂସ୍ଥା କମ୍ୟୁନିଷ୍ଟ ପାର୍ଟି ପଲିଟିବ୍ୟୁରୋ ଷ୍ଟାଣ୍ଡିଂ କମିଟିର ଏକ ଜରୁରୀ ବୈଠକ ବସିଥିଲା। ଏହି ବୈଠକ ପରେ ସିଙ୍କୁ ହଟାଇବା ନେଇ ଚର୍ଚ୍ଚା ଜୋର ଧରିଛି। କାନାଡାର ଜଣେ […]

ଚଣ୍ଡିଗଡ଼: ଆଜି ଶନିବାର ଅପରାହ୍ନରେ ପଞ୍ଜାବର ଗୁରୁ ନାନକ ଦେବ ଡାକ୍ତରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସୂଚନାନୁସାରେ, ଓପିଡି ନିକଟରେ ଏକ ବଡ଼ ବିସ୍ଫୋରଣର ହେବା ପରେ ନିକଟସ୍ଥ କୋଠାରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ କଳା ଧୂଆଁରେ ହଜିଯାଇଥିଲା କୋଠା। ବହୁତ ଦୂରରୁ ଲୋକେ ନିଆଁ ଏବଂ କଳା ଧୂଆଁ ଦେଖିପାରୁଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର […]

ଅଗରତଲା: ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ। ଆଜି ସେ ଇସ୍ତଫା ଦେଇଥିବା ବେଳେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଏସ.ଏନ୍ ଆର୍ଯ୍ୟଙ୍କ ନିକଟରେ ଦାଖଲ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଏହି ସୂଚନା ଦେଇଛି। ତେବେ କେଉଁ କାରଣରୁ ସେ ଇସ୍ତଫା ଦେଇଛନ୍ତି, ତାହା ପ୍ରଥମେ ଜଣା ପଡିନଥିବା ବେଳେ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଦଳର ନିଷ୍ପତ୍ତି […]

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୧୫ ତାରିଖ ରବିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୯ଟି ଜିଲ୍ଲା […]

ଖୋର୍ଦ୍ଧା: ଗତକାଲି ରାତିରେ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କଡ଼ର ଖୋର୍ଦ୍ଧା–ଜଟଣୀ ବାଇପାସ୍ ନିକଟରେ ରାସ୍ତା ଉପରେ ପଥର ପକାଇ ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଏକ ଡକାୟତ ଗ୍ୟାଙ୍ଗର ୭ଜଣ ସଦସ୍ୟ ପୁଲିସ ହାତରେ ଧରାପଡ଼ିଛନ୍ତି। ସୂଚନାନୁସାରେ, ଗତକାଲି ଭୋର ୨ଟା ବେଳେ ଖୋର୍ଦ୍ଧା-ଜଟଣୀ ବାଇପାସ୍ର ମୋଦୀ ପଡ଼ିଆ ନିକଟରେ କେତେଜଣ ସନ୍ଦିଗ୍ଧ ଅବସ୍ଥାରେ ଛପି ରହିଥିବା ସୂଚନା ମିଳିଥିଲା। ଏହାପରେ ଏସ୍ପି ସିଦ୍ଧାର୍ଥ […]

କଟକ: ଗୋଟିଏ ରାସ୍ତାକୁ ୫ ବର୍ଷରେ ୭ରୁ ଅଧିକ ଥର ଖୋଳି କାମ କଲାଣି ଜାଇକା। ସବୁ ଥର କାମ ଶେଷ ହେବା ପରେ ନୂଆ ରାସ୍ତା କରାଯାଉଛି। ଏହାର କିଛି ଦିନ ପରେ ବାକି ଥିବା କାମ କରିବା ସହ ଶେଷ ହୋଇଥିବା କାମରେ ତ୍ରୁଟି ଦର୍ଶାଇ ପୁଣି ରାସ୍ତା ଖୋଳି କାମ କରୁଛି ଜାଇକା। ଅନ୍ୟପଟେ ପାଇପ ବିଛା ଓ ଚ୍ୟାମ୍ବର କାମ ଶେଷ ହେବା ପରେ […]

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ପାହାଳ ଥାନାରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଥିବାର ଖବର ମିଳିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କିଶନ ଅଗ୍ରୱାଲ(୨୪) ନାମକ ଜଣେ ଯୁବକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାରକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ତାପରେ ନିଜ ଘରକୁ ଯିବା ଲାଗି ଯୁବତୀଙ୍କୁ ଅନୁରୋଧ କରିଥିଲେ କିଶନ। ପରେ ଦୁହେଁ […]

କାମାକ୍ଷାନଗର: ଗାଁ ପୋଖରୀରେ ଅନ୍ୟମାନଙ୍କ ସହିତ ମାଛ ଧରୁଥିବା ବେଳେ ଜଣେ ଧୀବର ପାଣିରେ ବୁଡ଼ି ଯାଇଛନ୍ତି। ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପୋଖରୀରେ ଆଜି ପୂର୍ବାହ୍ନରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତ ଧୀବର ଜଣକ ହେଲେ ପରଜଙ୍ଗ ଥାନା ଡ଼ମୋଳ ଗାଁର ସଞ୍ଜୟ ସାମଲ (୨୩)। ସୂଚନା ଅନୁସାରେ ଡମୋଳ ଗାଁର ଅର୍ଜୁନ ସାମଲଙ୍କ ପୁଅ ସଞ୍ଜୟ ନିଜ ସାଥି ମାନଙ୍କ ସହିତ ବସୋଇ […]

ସମ୍ବଲପୁର: ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ସମ୍ବଲପୁରରେ ଆଜି ଜଣେ ଭିଜିଲାନ୍ସ ଅଧିକାରୀ ଧରାପଡ଼ିଛନ୍ତି। ସବୁଠାରୁ ବଡ଼ କଥା ହେଲା ଭିଜିଲାନ୍ସ ଅଧିକାରୀଙ୍କୁ ତାଙ୍କ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଚଢ଼ଉ କରି ଧରିଛନ୍ତି। ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନିସପେକ୍ଟର ମାନସୀ ଜେନା ହିଁ ନିଜ ବିଭାଗର ଟାର୍ଗେଟର ଶିକାର ହୋଇଛନ୍ତି। ସେ ଏକ କେସ୍ ବନ୍ଦ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା […]

Social media & sharing icons powered by UltimatelySocial