ଜଣକ ଗର୍ଭ ନଷ୍ଟ, ୩୦ରୁ ଅଧିକ ଅସୁସ୍ଥ ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର୍ ପିଏମ୍‌ଜିରେ ବସିଥିବା ଏଏନ୍‌ଏମ୍ ସ୍ବାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ଆଜି ମାସେ ପୂରିଛି। ନା ସରକାର ସେମାନଙ୍କ କଥା ଶୁଣୁଛନ୍ତି, ନା ଏଏନ୍‌ଏମ୍‌ କର୍ମୀମାନେ ଆନ୍ଦୋଳନରୁ ଓହରୁଛନ୍ତି। ସ୍ଥାୟୀ ନିଯୁକ୍ତି ନ ପାଇବା ଯାଏ ସେମାନେ ଉଠିବେ ନାହିଁ ବୋଲି ଅଡ଼ି ବସିଛନ୍ତି। ପ୍ରଥମେ ଧାରଣା, ପରେ ଆମରଣ ଅନଶନ ଶେଷରେ ଆତ୍ମାହୁତି ଉଦ୍ୟମ କରିଥିବା ଏହି […]

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ସଂକ୍ରାନ୍ତ ଅନ୍ୟାନ୍ୟ କାଗଜପତ୍ରର ବୈଧତାକୁ କେନ୍ଦ୍ର ସରକାର ଆଉ ୩ ମାସ ପାଇଁ ଅର୍ଥାତ୍‌ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ‌ଏହି ମର୍ମରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ସରକାର […]

ମାଲକାନଗିରି : ମାଲକାନଗିରି ଉପକାରାଗାରରେ ଜଣେ ବିଚାରଧୀନ ନକ୍ସଲର ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ। ବିଚାରଧୀନ ନକ୍ସଲ କଏଦୀ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସନ୍ଦେହ ଘେରରେ ରହିଛି। ଗତ ଦୁଇ ମାସ ତଳେ ନକ୍ସଲ କେଶରେ ମୃତ ଦନୁ ଗୋଲାରୀଙ୍କୁ ଗିରଫ କରି ଜେଲ ପଠାଇଥିଲେ। ସେ ସ୍ୱାଭିମାନ ଅଞ୍ଚଳର ଖଜୁରୀଗୁଡା ଗ୍ରାମର ସୁରେନ୍ଦ୍ର ଗୋଲାରୀଙ୍କ ପୁଅ ବୋଲି ଜଣାପଡିଛି। ମୃତ ଦନୁ […]

ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ପାଇଁ ଖୁସି ଖବର ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ଡିଏଲ୍ ଆବେଦନ କରିବା ପାଇଁ ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ସମୟ ସୀମା ବଢ଼ାଇଛନ୍ତି। ଯେଉଁ ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ଡିଏଲ୍ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ, ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ ବଢ଼ାଯାଇଛି। ଏହି ସମୟ ଭିତରେ ସେମାନେ ଡିଏଲ୍ ପାଇଁ ଆବେଦନ କରିପାରିବେ ବୋଲି ଜଣାଯାଇଛି। ଏନେଇ ରାଜ୍ୟ ପରିବହନ […]

ଗୌହାଟୀ: ଦୁଇ ଦିନିଆ ପୂର୍ବୋତ୍ତର ରାଜ୍ୟ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଙ୍କ ସହ ଗୌହାଟିସ୍ଥିତ କାମାକ୍ଷା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। କାମାକ୍ଷା ମନ୍ଦିର ଦର୍ଶନ ସମୟର କେତୋଟି ଫଟୋ ମଧ୍ୟ ଅମିତ ଶାହ ଟୁଇଟ୍‌ରେ ପୋଷ୍ଟ୍‍ କରି ଲେଖିଛନ୍ତି, ଆମ ନାଗରିକମାନଙ୍କ ମଙ୍ଗଳ ଓ ସମୃଦ୍ଧି କାମନା କରି ପ୍ରାର୍ଥନା କରିବା […]

ଆଜି ଦର୍ଶନ କରୁଛନ୍ତି ସେବାୟତ ଓ ସେମାନଙ୍କ ପରିବାର ପୁରୁଣା ଭୁବନେଶ୍ବର: ଦୀର୍ଘ ୯ ମାସ ପରେ ଆଜି (ରବିବାର) ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଛି। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଆଜିଠାରୁ ଖୋଲିଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର। ହେଲେ ଆଜି କେବଳ ସେବାୟତଙ୍କ ପାଇଁ ଖୋଲିଛି ଲିଙ୍ଗରାଜ ମନ୍ଦିର। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପ୍ରଥମେ ଦର୍ଶନ କରୁଛନ୍ତି କେବଳ ସେବାୟତ ଓ ସେମାନଙ୍କ ପରିବାର। ଆଜିଠାରୁ ଆଗାମୀ […]

ପୁରୀ: ମାଛଧରାକୁ କେନ୍ଦ୍ରକରି କଣାସ ବ୍ଲକ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ନଇକୁଳ ପାଟଣାରେ ଅଭାବନୀୟ ଘଟଣା ଘଟିଛି। ମାଛ ଧରାକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କାହାର କିଛି କ୍ଷୟକ୍ଷତିର ହୋଇନାହିଁ। ସୂଚନାଯୋଗ୍ୟ, କଣାସ ବ୍ଲକର ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି ନଦୀ କୂଳର ଉଭୟ ପାର୍ଶ୍ବରେ ଥିବା ନଇକୂଳ ପାଟଣା ଓ ଜାଗୁଳେଇପଦର ଗାଁ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ଉଭୟପଟୁ ଘନ […]

କଟକ: ଗତକାଲି ରିମାଣ୍ଡର ତୃତୀୟ ତଥା ଶେଷ ଦିନ ଥିଲା। ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଜେରା କରି ଅଧିକରୁ ଅଧିକ ତଥ୍ୟ, ବନ୍ଧୁକ, ଗୁଳି, ଟଙ୍କା ଜବତ କରିବାକୁ ଉଦ୍ୟମ କରିଥିଲା କମିସନରେଟ ପୁଲିସ। ନିଜ ମିସନରେ ଅନେକ ପରିମାଣରେ ସଫଳ ବି ହେଲା। କିନ୍ତୁ ଜେଲରେ ଥାଇ ବି ଧଳସାମନ୍ତ ଭାଇଙ୍କ ଏଭଳି ଯୋଜନାବଦ୍ଧ କାରବାର ଏବେ ପୁଲିସକୁ ବି ଚକିତ କରିଛି। କରୋନା ମହାମାରୀକୁ […]

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ(ଆସିଏମ୍‌ଆର୍) ଓ ଭାରତ ବାୟୋଟେକ୍‌ ଦ୍ବାରା ଦେଶର ନିଜସ୍ବ ଜ୍ଞାନକୌଶଳରେ ବିକଶିତ କୋଭିଡ୍‌ ଟିକା କୋଭାକ୍ସିନ୍‌ ସମଗ୍ର ବିଶ୍ବ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି। ଚଳିତ ମାସରେ ୭୦ରୁ ଅଧିକ ରାଷ୍ଟ୍ରର ସରକାରଙ୍କ ପ୍ରତିନିଧିମାନେ ହାଇଦ୍ରାବାଦର ଜିନୋମ୍‌ ଭ୍ୟାଲି ସ୍ଥିତ ଭାରତ ବାୟୋଟେକ୍‌ ଟିକା ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ଅଧିକାଂଶ ରାଷ୍ଟ୍ର ଏହି ଟିକା ହାସଲ କରିବାକୁ ଆଗ୍ରହ ପ୍ରକାଶ […]

ଅସିତ ତ୍ରିପାଠୀ ହେବେ ଡବ୍ଲୁଓଡିସି ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭୁବନେଶ୍ବର: ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ପରବର୍ତୀ ମୁଖ୍ୟ ଶାସନ ସଚିବ ହେବେ। ଏହା ସହିତ ସେ ମୁଖ୍ୟ ଉନ୍ନୟନ କମିସନର ଭାବେ ଦାୟିତ୍ବ ତୁଲାଇବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତ ନିଷ୍ପତ୍ତି ଚୂଡ଼ାନ୍ତ କରିବା ପରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ବର୍ତମାନର […]

Social media & sharing icons powered by UltimatelySocial