ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଆରମ୍ଭ ହୋଇଛି ନିଟ୍‌(ନ୍ୟାସନାଲ ଏଲିଜିବିଲିଟି କମ୍‌ ‌ଏଣ୍ଟ୍ରାନ୍ସ ଟେଷ୍ଟ) । ପରୀକ୍ଷା ଅପରାହ୍‌ଣ ୨ଟାରୁ ୫ଟା ମଧ୍ୟରେ ଅନୁଷ୍ଠିତ ହେଉଛି। ତେବେ ପୂର୍ବାହ୍ନ ୧୧ଟାରେ ପରୀକ୍ଷା କେନ୍ଦ୍ର ଗେଟ୍‌ ଖୋଲିଥିଲା ଏବଂ ଅପରାହ୍‌ଣ ସାଢ଼େ ୧ଟା‌ରେ ବନ୍ଦ କରାଯାଇଥିଲା। ନିଟ୍ ପରୀକ୍ଷା ପାଇଁ ଓଡ଼ିଶାରେ ୮୪ଟି ପରୀକ୍ଷା କେନ୍ଦ୍ରରେ କୋଭିଡ୍ ନିୟମର ପାଳନ କରାଯାଉଥିବା ପରିଲକ୍ଷିତ ହୋଇଛି। ସକାଳୁ ପରୀକ୍ଷା କେନ୍ଦରେ […]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପନିପରିବା ଚାଷୀର ମେରୁଦଣ୍ତ ଭାଙ୍ଗି ଦେଇଛି ଲଘୁଚାପ ଜନିତ ଲଗାଣ ବର୍ଷା। ତା ସାଙ୍ଗକୁ ଦାଉ ସାଦିଛି ବନ୍ୟା। ନାଉଗାଁ ବ୍ଲକ ଦେଇ ପ୍ରବାହିତ ଦେବୀ, ଅଳକା ଓ ଗୋବରୀ ନଦୀର ଉପତ୍ୟକାରେ ବର୍ଷ ତମାମ ଚାଷୀ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଇଥାଏ। ଚଳିତ ବର୍ଷ ବର୍ଷା ଋତୁରେ ଚାଷୀମାନେ ଏହି ଅଞ୍ଚଳ ଦେଇ ପ୍ରବାହିତ ନଦୀ ପଠାରେ ଚାଷ କରିଥିଲା ବାଇଗଣ, ପୋଟଳ, […]

ବେଣୁପୁର ସ୍ତବ୍ଧ, କରୋନା ମୃତ୍ୟୁ ୧୧ ଛୁଇଁଲା ବାଲିଅନ୍ତା : ଏକ ମାତ୍ର ପୁଅ ମହାମାରୀ କରୋନାରେ ଆକ୍ରାନ୍ତ ହେବା କଥା ଶୁଣିବା ମାତ୍ରେ ବାପାଙ୍କ ହୃଦ୍‌ଘାତ ହେଲା। କିନ୍ତୁ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପୂର୍ବରୁ ସେ ଆଖି ବୁଜିଦେଲେ। କୋଭିଡ୍‌ ହସ୍ପିଟାଲରେ ଥିବା ପୁଅ ମୁଖାଗ୍ନି ଦେଇ ପାରିଲେ ନାହିଁ କି ବାପାଙ୍କ ଶେଷ ଦର୍ଶନ କରି ପାରିଲେ ନାହିଁ। ଦୁଃଖ ଏତିକିରେ ସରିନଥିଲା। ବାପାଙ୍କ ଶବ ସତ୍କାର […]

ଭୁବନେଶ୍ବର: ୨୦୨୦ ସତେ ଯେପରି ଚଳଚ୍ଚିତ୍ର ଜଗତକୁ ଶ୍ରୀହୀନ କରିଚାଲିଛି। ଏହି କ୍ରମରେ ଆଜି ରବିବାର ଦିନ ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ଅଜିତ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ‌ପ୍ଟେମ୍ବର ୧ ତାରିଖ ଦିନ ସେ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡ଼ିବା ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଡାକ୍ତରଖାନା ତରଫରୁ […]

୮ ଚେନ୍‌, ୨୬ ସ୍ମାର୍ଟ ଫୋନ୍‌, ୫ ବାଇକ୍‌ ଜବତ ଭୁବନେଶ୍ବର: କୁଖ୍ୟାତ ଲୁଟେରା ଆବିଦ୍‌ ଗ୍ୟାଙ୍ଗ୍‌କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ୍‌ର ୮ଜଣଙ୍କୁ ପୁଲିସ୍‌ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ଚୋରା ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଗଞ୍ଜାମ ଧଳପୁରର ରାଜା ଜିତେନ୍ଦ୍ର ପ୍ରଧାନ(୧୯), ଛତ୍ରପୁର ତରୁପୋଇର ରାବଣ ବିଶ୍ବଜିତ୍ ଦାସ(୨୦), ମୟୂରଭଞ୍ଜ ସିରକୋଲିର କାଶିଆ ଓରଫ୍ କାଶିନାଥ ପାତ୍ର(୨୦), […]

କଟକ: ପରସ୍ପରର ହାତକୁ ବାନ୍ଧି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରେମୀ ଯୁଗଳଙ୍କ ଶେଷକୃତ୍ୟ କାଳିଆବୁଦା ଶ୍ମଶାନରେ ଶେଷ ହୋଇଛି। ପାଖାପାଖି ଦୁଇଟି ଜୁଇରେ ଉଭୟଙ୍କ ଶବକୁ ଦାହ କରାଯିବା ସମୟରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକେ ବି ସେଠାରେ ଜମା ହୋଇଯାଇଥିଲେ। ଶିଖରପୁର ଉପରସାହିରେ ରହୁଥିବା ତୁଷାର ଜେନା ଓ ଅଙ୍କିତା ସିଂହ ଗତ ୮ ତାରିଖରେ ଘରୁ ଲୁଚି ପଳାଇ ଯାଇଥିଲେ। […]

ଜେନେଭା: ଆମେରିକା ଓ ଇସ୍ରାଏଲର ବିରୋଧ ମଧ୍ୟରେ ଶୁକ୍ରବାର ଜାତିସଂଘରେ ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ଏକ ସଂକଳ୍ପ ପାରିତ ହୋଇଯାଇଛି। ମୋଟ ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଉପସ୍ଥିତ ଥିବା ୟୁକ୍ରେନ୍‌ ଓ ହଙ୍ଗେରି ସଂକଳ୍ପ ସପକ୍ଷରେ ମତଦେବାରୁ ବିରତ ରହିଥିବା ବେଳେ ଏହା ୧୬୯-୨ ଭୋଟରେ ପାରିତ ହୋଇଯାଇଛି। ଜାତିସଂଘ ଇତିହାସରେ ସର୍ବାଧିକ ଆହ୍ବାନ ଆଣିଥିବା ଏହି ମହାମାରୀର ନିୟନ୍ତ୍ରଣ, ପ୍ରକୋପର ହ୍ରାସ ଏବଂ ଏହାର ପରିଣତି […]

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଲା ଭୁବନେଶ୍ବର: ଆଜି ରାଜ୍ୟରେ ୩୯୧୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୬୫ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ […]

ବିଏମ୍‌ସିର କ’ଣ ନିଜ ରିପୋର୍ଟ ଉପରେ ଭରସା ନାହିଁ…? ଭୁବନେଶ୍ୱର : ଯଦି କେହି ବିଏମ୍‌ସି ବ୍ୟବସ୍ଥାରେ କରୋନା ପରୀକ୍ଷା କରୁଛନ୍ତି, ତେବେ ତାଙ୍କୁ ରିପୋର୍ଟ ଦିଆଯାଉନି। ଯଦି ରିପୋର୍ଟ ପଜିଟିଭ୍ ଆସୁଛି, ତେବେ ଫୋନ୍‌ କଲ୍‌ ଯାଉଛି। ନେଗେଟିଭ୍ ଆସିଲେ ଫୋନ୍‌ କଲ୍‌ ଯିବା ଦୂର କଥା, ପଚାରିଲେ ବି କେହି ନିଶ୍ଚିତ କରି କହୁନାହାନ୍ତି ଯେ ତୁମକୁ କରୋନା ହୋଇନି। ଫଳରେ ଲୋକଙ୍କ ମଧ୍ୟରେଦ୍ଵନ୍ଦ ବଢ଼ିବାରେ ଲାଗିଛି। […]

ଭୁବନେଶ୍ୱର : ପୁଣି ପଦାକୁ ଆସିଛି ଚାର୍ଜସିଟ୍‌ ଦାଖଲ ଅବହେଳାର ଆଉ ଏକ ନମୁନା। କମିସନରେଟ୍‌ ପୁଲିସର ଏଭଳି ଉଦାସୀନତା ପାଇଁ ଜଣେ କୁଖ୍ୟାତ ବହୁରୂପୀ ବଙ୍ଗୀୟ ଠକକୁ ମିଳିଛି ଜାମିନ୍‌। ବ୍ୟବସାୟ ବାହାନାରେ ରାଜଧାନୀର ଦୁଇ ବ୍ୟବସାୟୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଇଥିବା ବଙ୍ଗୀୟ ଠକକୁ ଜାମିନ୍‌ ମିଳିଛି। ଉପରେ ଟଙ୍କା ଓ ଭିତରେ କାଗଜ ବିଡ଼ା ରଖି ବଡ଼ ଚତୁରତାର ସହ ଠକିଥିବା ଧୂର୍ତ୍ତ ପୁଲିସ […]

Social media & sharing icons powered by UltimatelySocial