ଭୁବନେଶ୍ୱର : ଭୁବନେଶ୍ୱରରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଆଜି ସକାଳ ସୁଦ୍ଧା‌ ୯୧.୬ମିମି ବର୍ଷା ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ପାଣି ଜମିଥିଲା। କିନ୍ତୁ ରାଜଧାନୀ ଉପକଣ୍ଠ ଅବସ୍ଥା ସଙ୍ଗିନ ହୋଇଯାଇଛି। ସତ୍ୟବିହାରରୁ ଆରମ୍ଭ କରି ନହରକଣ୍ଟା, ହଂସପାଳ, ସୁନ୍ଦରପଦା ଆଦି ଅଞ୍ଚଳରେ ବନ୍ୟାଞ୍ଚଳ ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଉପକଣ୍ଠ ଭାସୁଥିଲେ ହେଁ ଏଠାରେ ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇନି। ଫଳରେ […]

ଦୁଇ କାର୍ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ସାଢେ ୧ଟା ବେଳେ ଏକ କାର୍ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଦେଇ ନାଲକୋ ଛକରେ […]

କେନ୍ଦ୍ରାପଡ଼ା : କୋଭିଡ୍‌ ପରିଚାଳନା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ୨୪୯ଏଏନ୍‌ଏମ୍‌ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କିଭଳି ଆଉ କେଉଁ ପରିସ୍ଥିତିରେ ଏପ୍ରକାର ନମ୍ବର ଜାଲିଆତି କରାଗଲା, ସେ ସମ୍ପର୍କରେ ଆସନ୍ତା ୨୪ଘଣ୍ଟା ମଧୢରେ ତଦନ୍ତ ରିପୋର୍ଟ ଦେବାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅନିତା ପଟ୍ଟନାୟକଙ୍କୁ କୁହାଯାଇଛି। […]

ନୂଆଦିଲ୍ଲୀ : ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି’ ପ୍ଲାଜାଗୁଡିକରେ କେନ୍ଦ୍ରସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହାଫଳରେ ଗାଡ଼ିଚାଳକମାନେ ଫେରନ୍ତା ଯାତ୍ରାରେ ରିହାତି ସମେତ ଅନ୍ୟ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ପ୍ରକାଶିତ ଏକ ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାତୀୟ ରାଜପଥରେ […]

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ନଦୀବନ୍ଧ ଜଗିବାକୁ ନିର୍ଦ୍ଦେଶ-ସବୁ ବିଭାଗକୁ ସଜାଗ କରାଗଲା ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ବୈତରଣୀ ଓ ତାର ଶାଖା ନଦୀ ସମେତ ବୁଢାବଳଙ୍ଗ, ଜଳକା, ଖରସ୍ରୋତା, କାଣୀ ପ୍ରମୁଖ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ନଦୀଗୁଡିକ କ୍ରମଶଃ ଫୁଲୁଛନ୍ତି ଓ ବିଶାଳ ରୂପ ଧାରଣ କଲେଣି। ବୈତରଣୀ ନଦୀ ବିପଦ ସଙ୍କେତର ଯଥେଷ୍ଟ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର […]

ସାତ ଦଶନ୍ଧିର ତିକ୍ତ ସମ୍ପର୍କ ପରେ ଇସ୍ରାଏଲ-ୟୁଏଇ ରାଜିନାମା ନୂଆଦିଲ୍ଲୀ: ୧୯୪୮ରେ ଇସ୍ରାଏଲ ରାଷ୍ଟ୍ରଗଠନ ଓ ପରବର୍ତ୍ତୀ ସାତ ଦଶନ୍ଧିର ‘କଟୁତିକ୍ତ’ ସମ୍ପର୍କ ପରେ ନିକଟରେ ଇସ୍ରାଏଲ ଓ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଏକ ବୁଝାମଣାରେ ଉପନୀତ ହୋଇଛନ୍ତି। ଏହାଫଳରେ ପଶ୍ଚିମ ଏସିଆ ସମୀକରଣରେ କି ପ୍ରକାର ପରିବର୍ତ୍ତନ ଆସିବ ତାକୁ ନେଇ ସମଗ୍ର ବିଶ୍ବରେ ଉତ୍କଣ୍ଠା ଦେଖାଦେଇଛି। ଆମେରିକା ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ବେଳେ ଉଭୟ […]

ଗଲୱାନ ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ୍ତ: ଚୀନ୍‌ ନୁଆଦିଲ୍ଲୀ: ଆସନ୍ତା ମାସରେ ରୁଷିଆ ଦ୍ବାରା ଆୟୋଜିତ ହେବାକୁ ଥିବା ଏକ ବହୁଦେଶୀୟ ସମରାଭ୍ୟାସରେ ଚୀନୀ ଓ ପାକିସ୍ତାନୀ ସୈନିକଙ୍କ ସହ ଭାରତୀୟ ଯବାନମାନେ ଯୋଗଦେବେ ବୋଲି ଜଣାଯାଇଛି। ସମ୍ପ୍ରତି ଚୀନ୍‌ ସହ ସୀମାରେ ଉତ୍ତେଜନା ଲାଗିରହିବା ସାଙ୍ଗକୁ ପାକିସ୍ତାନ ସହ ବହୁ ପୁରୁଣା ସୀମା ବିବାଦ ରହି ଆସିଥିବା ବେଳେ ଏ ପ୍ରକାର ସମ୍ମିଳିତ ସମରାଭ୍ୟାସ ଚର୍ଚ୍ଚାର ବିଷୟ […]

ମାଲକାନଗିରି : ସାଧାରଣ ଲୋକଙ୍କ ମୌଳିକ ସୁବିଧା ଭାବରେ ଗମନାଗମନର ସୁ-ବନ୍ଦୋବସ୍ତ କରିବା ହେଉଛି ସରକାର ବା ପ୍ରଶାସନର ଦାଇତ୍ୱ। ମାତ୍ର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ତରଲାକୋଟା ପଞ୍ଚାୟତ ଅଧୀନ ସିଦ୍ଧେଶ୍ୱରପୁର ଗ୍ରାମରେ। ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଂଚିତ ଏହି ଗ୍ରାମବାସୀ। ଏହି ଗ୍ରାମରେ ପ୍ରାୟ ୩୦ରୁ ଅଧିକ ପରିବାର ରହି ଆସୁଛନ୍ତି। ବାଲିମେଳା-ମାଲକାନଗିରି ରାଜ୍ୟ ରାଜପଥରୁ […]

ବ୍ୟାସନଗର: କାମ ଦେବା ବାହାନାରେ ଆଣି ଜଣେ ନାବାଳିକାକୁ ଦେହ ବ୍ୟବସାୟରେ ଲଗାଇଥିବା ପାର୍ଲର ମାଲିକାଣୀ ତଥା ରାଣୀ ମହୁମାଛିକୁ ଉଠାଇ ନେଇଛି ଯାଜପୁର ରୋଡ ପୁଲିସ। ପୁଲିସ ସଂପୃକ୍ତ ମହିଳାଙ୍କୁ ନେଇ ମାରାଥନ୍‌ ଜେରା କରୁଛି। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ନିଜର ନବଜାତ ଶିଶୁକନ୍ୟାକୁ ଧରି ଯାଜପୁର ରୋଡ ପୁଲିସ ନିକଟରେ ହାଜର ହୋଇଥିଲେ। କେଉଁ ପରିସ୍ଥିତିରେ ତାଙ୍କୁ […]

୧୧ଟି ଜିଲ୍ଲାରେ ସକାଳ ସାଢ଼େ ୧୦ଟା ସୁଦ୍ଧା ପ୍ରବଳ ବର୍ଷା! ଭୁବନେଶ୍ୱର: ଗତକାଲି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ସକାଳେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଫଳରେ ଆଜି ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ସେହିପରି କଟକ ଓ ଭୁବନେଶ୍ୱରରେ ସକାଳ ୯ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ବର୍ଷା ସମୟରେ ଘଣ୍ଟା ପ୍ରତି ୨୦ରୁ ୩୦ […]

Social media & sharing icons powered by UltimatelySocial