୪ ଫୁଟ ମଧ୍ୟରେ ରହିବ ମୂର୍ତ୍ତିର ଉଚ୍ଚତା, ଭସାଣି ଶୋଭାଯାତ୍ରାକୁ ନା’ ଭୁବନେଶ୍ବର : ଆଗକୁ ଆସୁଛି ପାର୍ବଣ ଋତୁ, ସେଥିପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଆସନ୍ତା ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ,କାଳୀ ପୂଜା ପାଳନ ଲାଗି ଓଡ଼ିଶା ସ୍ବତନ୍ତ୍ର ରିଲିଫ କମିଶନର ଏହି ଗାଇଡଲାଇନ ଜାରି କରିଛନ୍ତି। ଏହି କଟକଣା ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଲାଗୁ ହେବ। ଏହି ଗାଇଡଲାଇନ […]

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତାଙ୍କ ମା ଭୁବନେଶ୍ବର: ରାଜଧାନୀରେ ଘଟିଥିବା ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲା ଅନ୍ତରାଳେ ଛପିଥିବା ବୀଭତ୍ସ ଓ ଭୟଙ୍କର କାହାଣୀ ଗୋଟିକ ପରେ ଗୋଟିଏ ହୋ‌ଇ ପଦାକୁ ଆସିବାରେ ଲାଗିଛି। ଏ ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତମାନଙ୍କୁ ଠାବ କରିବାରେ ବିଫଳ ହୋଇଥିବା ବେଳେ ସେମାନଙ୍କ ନାରକୀୟ କାଣ୍ଡର କାହାଣୀ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଅଭିଯୁକ୍ତମାନେ ହାତଗୋଡ଼ ବାନ୍ଧି […]

ମୁଣ୍ଡଳି ଓ ନରାଜ ବ୍ୟାରେଜରେ ଭଙ୍ଗା ବାଡ଼ା, ମିଟର ପାହାଚ କଟକ: ମହାନଦୀରେ ବନ୍ୟା ଆସିଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୁଏ ମୁଣ୍ଡଳୀ ଓ ନରାଜର ସ୍ଥିତି। ମୁଣ୍ଡଳୀ ବ୍ୟାରେଜର ପରେ ନରାଜରେ ମହାନଦୀରୁ ଅଲଗା ହୋଇଛି କାଠଯୋଡି। ମୁଣ୍ଡଳୀ ମହାନଦୀ ବନ୍ୟାଜଳର ମାପକ ହୋଇଥିବା ବେଳେ ନରାଜ ହେଉଛି କାଠଯୋଡିର ମାପକ। ଏହି ଦୁଇଟି ସ୍ଥାନର ଜଳ ପ୍ରବାହ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ପ୍ରବାହିତ ବିଭିନ୍ନ […]

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସଂପ୍ରତି ରାଜ୍ୟ ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇପଡ଼ିଛି। ତେବେ, ସମୁଦ୍ର ପତ୍ତନ ଉପରେ ଏକ ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଅମୃତସର, ଅମ୍ବାଲା, ବରେଲି, […]

ଯୋଗ ଦେବେ ଫ୍ରାନ୍ସ୍‌ର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍‌ ପାର୍ଲି ନୂଆଦିଲ୍ଲୀ: ଭାରତୀୟ ‌ବାୟୁସେନାର ପ୍ରଥମ ବ୍ୟାଚ୍‌ ରାଫେଲ୍ ଲଢୁଆ ଜେଟ୍‌ର ଆନୁଷ୍ଠାନିକ ପ୍ରବେଶ ଉତ୍ସବରେ ଯୋଗ ଦେବା ନିମନ୍ତେ ଫ୍ରାନ୍ସ୍‌ର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍‌ ପାର୍ଲି ସେପ୍ଟେମ୍ବର ୧୦ ତାରିଖ ଦିନ ସରକାରୀ ଗସ୍ତରେ ଭାରତ ଆସିବେ। ଗସ୍ତ ସମୟରେ ସେ ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ମିଳିତ ସମରାଭ୍ୟାସ ଭଳି ପ୍ରମୁଖ କ୍ଷେତ୍ରରେ ମଧ୍ୟ ଦ୍ବିପାକ୍ଷିକ ସହଯୋଗର ଅଗ୍ରଗତି କରାଇବେ। […]

ତୁମୁଡିବନ୍ଧ: କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଧୁସେରି ଜଙ୍ଗଲରେ ଓଡିଶା ପୁଲିସର ଏସଓଜି ଏବଂ ଡିଭିଏଫ ଯବାନ-ସିପିଆଇ ମାଓବାଦୀ ମୁହାଁମୁହିଁ ହେବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ବେଲଘର ପୁଲିସ ଷ୍ଟେସନ ଅଧୀନରେ ଥିବ‌େ ଭଣ୍ଡରଙ୍ଗୀ ପଞ୍ଚାୟତ ଅଂଚଳରେ ଏହି ଏନକାଉଣ୍ଟର ଘଟିଥିବା ଜଣା ପଡ଼ିଛି। କିଛି ସମୟ ଏନକାଉଣ୍ଟର ଚାଲିବା ପରେ ଏବେ ୪ ଜଣ ମାଓବାଦୀ […]

ତିହିଡି: ଭଦ୍ରକ ଜିଲ୍ଲା ତିହିଡି ଅଗ୍ନିଶମ ସେବାକେନ୍ଦ୍ର କର୍ମଚାରୀ ୨ଜଣ କରୋନା ଯୋଦ୍ଧାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅଗ୍ନିଶମ ସେବାକେନ୍ଦ୍ର ଦୁଇ କର୍ମଚାରୀ କରୋନା ମୁକାବିଲା ପାଇଁ ନିୟୋଜିତ ହୋଇ କରୋନା ଆକ୍ରାନ୍ତ ହୋଇଥିଲେ।ସେମାନେ ଚିକିତ୍ସିତ ହେବାପରେ କାର୍ଯ୍ୟାଳୟକୁ ଫେରିଥିଲେ। ସେହି ଦୁଇ କରୋନା ଯୋଦ୍ଧାଙ୍କୁ ଅଗ୍ନିଶମ କେନ୍ଦ୍ରର ଅଧିକାରୀ ଆଲୋକ ଦେବଗୋସ୍ୱାମୀଙ୍କ ତତ୍ତ୍ୱାବଧାନରେ ସମସ୍ତ କର୍ମଚାରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମହାମାରୀ କରୋନାକୁ ହରାଇ […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପଂଚାୟତ କାର୍ଯ୍ୟାଳୟ ସମୁଖରେ ମଙ୍ଗଳବାର ପଞ୍ଚାୟତର ବହୁ ପ୍ରବାସୀ ଓଡ଼ିଆ ଆମରଣ ଅନଶନ କରିଥିଲେ। ସଙ୍ଗରୋଧ କେନ୍ଦ୍ରରେ ମିଳୁଥିବା ସହାୟତା ରାଶି ୨୦୦୦ଟଙ୍କା ନ ପାଇବାରୁ ସେମାନେ ଆମରଣ ଅନଶନରେ ବସିଥିଲେ। ଯେପର୍ଯ୍ୟନ୍ତ ସେମାନେ ସହାୟତା ରାଶି ନ ପାଇଛନ୍ତି ,ଆମରଣ ଅନଶନରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଆମରଣ ଅନଶନରେ ପଞ୍ଚାୟତର ପ୍ରସନ୍ନ ଦାସ ,ଦିଲୀପ ଦାସ ,ସୁଦାମ […]

ଛତ୍ରପୁର ବ୍ଲକରେ ବୁଲି ଯାଞ୍ଚ କରୁଛନ୍ତି ପ୍ରଶାସନିକ ଅଧିକାରୀ ଛତ୍ରପୁର: ଗଞ୍ଜାମ ଜିଲାରେ ପ୍ରତେକ ବ୍ୟକ୍ତିଙ୍କ ଅକ୍ସିଜେନସ୍ତର ଯାଞ୍ଚ ପାଇଁ ମଙ୍ଗଳବାର ଠାରୁ କ୍ୟାମ୍ପେନ ଆରମ୍ଭ ହୋଇଛି। ଜ଼ିଲାର ସମସ୍ତ ଘରକୁ ଟିମ୍‌ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ସ୍ତର କ’ଣ ଅଛି ତାହା ଯାଞ୍ଚ କରୁଛନ୍ତି। ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାଦ୍ୱାରା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚି଼ହ୍ନଟ ସହ ଠିକ୍‌ ସମୟରେ […]

ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ଭୁବନେଶ୍ବର: କୋଭିଡ୍‌ ହସ୍ପିଟାଲରେ ଏବେ ‌ଶଯ୍ୟା ସଂକଟ ଦେଖାଗଲାଣି। ରାଜଧାନୀର ୫ଟି ଯାକ କୋଭିଡ୍‌ ହସ୍ପିଟାଲରେ ୱାର୍ଡରୁ ଆରମ୍ଭ କରି ଆଇସିୟୁ, ଏଚ୍‌ଡିୟୁ ଓ ଭେଣ୍ଟିଲେଟର୍‌ ପର୍ଯ୍ୟନ୍ତ ସବୁଠି ରୋଗୀ ଭର୍ତ୍ତି ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ, କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଭୁବନେଶ୍ବରର ଯେତିକି ଆକ୍ରାନ୍ତ ନାହାନ୍ତି, ତାହାଠାରୁ ଢେର୍ ଅଧିକ ଆକ୍ରାନ୍ତ ବାହାର ଜିଲ୍ଲାର। ୱାର୍ଡରୁ ଆରମ୍ଭ କରି ଆଇସିୟୁ, ଏଚ୍‌ଡିୟୁ ଓ ଭେଣ୍ଟିଲେଟର […]

Social media & sharing icons powered by UltimatelySocial