ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ରହୁଥିବା ଜଣେ ୨୫ବର୍ଷ ବୟସ୍କା ମହିଳା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ତାଙ୍କୁ ୧୩୯ ଜଣ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ପୀଡିତା।ତାଙ୍କ ଏତଲାରେ ସେ ଅନେକ ନେତା ଏବଂ ସାମ୍ବାଦିକଙ୍କ ନାଁ ମଧ୍ୟ ଯୋଡିଥିବା ଦେଖାଯାଇଛି। ମହିଳା ଜଣକ ତାଙ୍କ ଅଭିଯୋଗରେ ଛାତ୍ର ନେତା, ରାଜନେତାଙ୍କ ବ୍ୟକ୍ତିଗତ ସହାୟକ, ଓକିଲ, ମିଡିଆ […]

ଭୁବନେଶ୍ୱର: ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତ ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଆଜି ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି କହିଛନ୍ତି ଯେ, ବେଆଇନ ଭାବେ ଧର୍ମଶାଳାକୁ ପ୍ଲଟିଂ କରି ରାଜ୍ୟ ସରକାର ଓ ପୁରୀ ପ୍ରଶାସନ ଲଜିଂ ମାଲିକଙ୍କୁ ବିକ୍ରି କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ […]

ଜେନିଭା : ସମଗ୍ର ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀ ଆସନ୍ତା ଦୁଇ ବର୍ଷରେ ଲୋପ ପାଇଯିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି। ଜେନିଭାଠାରେ ସଂଗଠନର ମୁଖ୍ୟ ଟ୍ରେଡସ ଆଧାନମ ଗେବ୍ରେସସ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷରୁ କମ ସମୟ ମଧ୍ୟରେ କରୋନା ଭାଇରସ ଲୋପ ପାଇଯିବାର ସମ୍ଭାବନା ରହିଛି। ୧୯୧୮ରେ ହୋଇଥିବା ସ୍ପାନିଶ ଭାଇରସ ତୁଳନାରେ କରୋନା ଭାଇରସକୁ ଶୀଘ୍ର ନିୟନ୍ତ୍ରଣ କରିହେବ। […]

ହୋମ୍‌ ଆଇସୋଲେସନରେ ଥାଇ ସୁସ୍ଥ ହେଲେ ୬୦୦ କରୋନା ଆକ୍ରାନ୍ତ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଶୀର୍ଷରେ ପହଂଚିଛି। ଏଥି ପାଇଁ ଅଧିକରୁ ଅଧିକ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ବିଏମ୍‌ସି ଅଂଚଳରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣବିହନୀ ବୋଲି ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି ଯେ, ଏପର୍ଯ୍ୟନ୍ତ ବିଏମ୍‌ସି […]

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଆଗାମୀ ବିହାର ନିର୍ବାଚନ ଓ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଉପନିର୍ବାଚନରେ ଏସବୁ ଗାଇଡଲାଇନ ଲାଗୁ କରାଯିବ। ଓଡ଼ିଶାର ଦୁଇଟି ସ୍ଥାନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି। ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣ ଦାସଙ୍କ ପରଲୋକ ହେତୁ ଏହି […]

ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣ ୨୦୧୭ରେ ୯୪ତମ ର‍୍ୟାଙ୍କ, ୨୦୧୮ରେ ୨୪୩ତମ ର‍୍ୟାଙ୍କ, ୨୦୧୯ରେ ୨୮୮ତମ ର‍୍ୟାଙ୍କ ପାଇଥିଲା ଭୁବନେଶ୍ବର। ୨୦୨୦ରେ ପାଇଲା ୨୩୩ତମ ର‍୍ୟାଙ୍କ। ବର୍ଷ ବଢ଼ିବା ସହ ଭୁବନେଶ୍ବରର ପରିମଳ ବ୍ୟବସ୍ଥା ବିଗିଡ଼ି ଚାଲିଛି। ଯେତେବେଳେ ସ୍ବଚ୍ଛ ସର୍ବେକ୍ଷଣରେ ଦେଶର ଏବଂ ଆମ ରାଜ୍ୟର ଅନ୍ୟ ସହରଗୁଡ଼ିକର ର‍୍ୟାଙ୍କ ବଢ଼ି ବଢ଼ି ଚାଲିଛି, ସେତେବେଳେ ଭୁବନେଶ୍ବରର ର‍୍ୟାଙ୍କ କମୁଛି। ସ୍ଥିତି ଏପରି ହୋଇଛି ଯେ ସ୍ମାର୍ଟସିଟି ପ୍ରତିଯୋଗିତାରେ […]

ଭୁବନେଶ୍ୱର : ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଭୁବନେଶ୍ବର ଜିଲ୍ଲା ବିଜେଡିର ସଭାପତି ଭାବେ ଆଜି ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ସଭାପତି ଅନନ୍ତ ନାରାୟଣ ଜେନା ଦଳର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲା ପରେ ଜିଲ୍ଲା ସଭାପତି ପଦବିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କିଛି ନେତା ବିଭିନ୍ନ ଉପାୟରେ ଲବି ବି ଆରମ୍ଭ କରି ଦେଇଥିଲେ। ଆଜିର ନିଯୁକ୍ତି ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। […]

ଆସନ୍ତାବର୍ଷ ଭଲ ର‍୍ୟାଙ୍କ ପାଇବୁ: ବିଏମ୍‌ସି କମିସନର ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ସର୍ବଭାରତୀୟସ୍ତରରେ ୨୩୩ ର‍୍ୟାଙ୍କ ମିଳିଥିବା ବେଳେ ରାଜ୍ୟରେ ୫ମ ସ୍ଥାନରେ ଅଛି। ରାଜ୍ୟର ସବୁଠୁ ସ୍ବଚ୍ଛ ସହର ଭଳି ଭୁବନେଶ୍ବର ଦେଖାଯାଉଛି, ସହରକୁ ସ୍ୱଚ୍ଛ ରଖିବା ପାଇଁ ବର୍ଷକୁ ପ୍ରାୟ ୭୦ କୋଟି ଖର୍ଚ୍ଚ ହେଉଛି, ସବୁଠୁ ଅଧିକ ସଫେଇ କର୍ମଚାରୀ ଏଠାରେ କାମ କରୁଛନ୍ତି, ଯାନ୍ତ୍ରିକ ସଫେଇ ବି ହେଉଛି। ରାଜ୍ୟର ଅନ୍ୟ […]

ହେମଗିରି: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବନଖଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଅଞ୍ଚଳରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ହେମଗିରି ବନଖଣ୍ଡର ବାଘୋରା ସେକ୍ସନ ଖଜୁରବାହାଲ ଗାଁର ଚାଷ ଜମି ନିକଟରେ ଥିବା ଏକ ଗାଡ଼ିଆ(ଛୋଟ ପୋଖରୀ)ରେ ଏକ ଛୁଆ ହାତୀ ପାଣିରେ ବୁଡ଼ିଯିବାରୁ ତାର ମୃତ୍ୟୁ ଘଟିଛି। ଉକ୍ତ ଛୁଆ ହାତୀର ବୟସ ପ୍ରାୟ ଏକ ମାସ […]

ସ୍ଥାନୀୟ ସଂକ୍ରମଣ ୧୪୭ ଜଣ, ସୁସ୍ଥ ହେଲେ ୧୧୩ ଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧ ନଗରରୁ ୧୨ ଜଣଙ୍କ ସମେତ ରାଜଧାନୀ ଭୁବନେଶ୍ୱରରେ ଆଜି ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ […]

Social media & sharing icons powered by UltimatelySocial