ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୩.୮ ତ୍ରୀବତାର ଭୂମିକମ୍ପ ରେକର୍ଡ କରାଯାଇଛି। ଏହାର ଗଭୀରତା ୧୬ କିଲୋମିଟର ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ଟା ୧୦ ମିନିଟରେଏହି ଭୂମିକମ୍ପ ଅନୁଭୂତ ହୋଇଥିବାର ସୂଚନା ମିଳିଛି। ଏହି ଭୂମିକମ୍ପ ପ୍ରାୟ ୫ରୁ ୭ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ସୂଚନା ରହିଛି। ବ୍ରହ୍ମପୁରଠାରୁ […]

ମାଗଣା ମାଛ ନେବା ବେଳେ ବି ଧରା ପଡ଼ିଥିଲେ ଭୁବନେଶ୍ବର : ଅଡି ଗାଡ଼ିରେ ଆସିଲେ। ମଲ୍‌ ଭିତରେ ପଶି ଦୋକାନରୁ ଦାମୀ ଶାଢ଼ି ବାଛିଲେ। କିନ୍ତୁ ମାଲିକଙ୍କ ପାର୍ଟନର୍‌ଙ୍କ ଲୋକ କହି ପଇସା ଦେଲେନି। ଶାଢ଼ି ନେଇ ବାହାରିଗଲେ। ସେଲ୍ସମ୍ୟାନ୍‌ ପଛରେ ଗୋଡ଼ାଇ ଗୋଡ଼ାଇ ପଇସା ଦେବାକୁ କହିବାରୁ ତାକୁ ନାଲିଆଖି ଦେଖାଇଲେ। ପିଛା କଲେ ବଳାତ୍କାର ମାମଲାରେ ଫସାଇଦେବି ବୋଲି କହିଲେ। ତେଣୁ ସେଲ୍ସମ୍ୟାନ୍‌ଜଣଙ୍କ କାନମୁଣ୍ଡା ଆଉଁସି […]

ଲାଭରେ ଚାଲୁଥିବା ଓଟିଡିସିକୁ ବୁଡ଼ାଇ ଦେବେ ଭୁବନେଶ୍ବର : କରୋନା ସମୟରେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ସମୟରେ ପର୍ଯ୍ୟଟନକୁ ସଜାଡ଼ିବା ପରିବର୍ତ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏକ ଅଭାବନୀୟ କାର୍ଯ୍ୟ କରିବାକୁ ଯାଉଛି। ସରକାରୀ ମାଲିକାନାରେ ଥିବା ୫ଟି ପାନ୍ଥନିବାସକୁ ବିକି ଦେବା ପାଇଁ ସାଂଘାତିକ ଷଡ଼ଯନ୍ତ୍ର ରଚାଯାଇଛି। ଏଥିପାଇଁ ବିଭାଗ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଭିନ୍ନ ଆଳ ଦେଖାଇ ପାନ୍ଥନିବାସର ଘରୋଇକରଣ ପାଇଁ […]

ନମୁନା: ୧୬,୦୫୫ , ଆକ୍ରାନ୍ତ: ୧,୮୩୩, କୋଭିଡ୍‌ ମୃତ୍ୟୁ: ୧୨, ସୁସ୍ଥ: ୧,୮୧୦ ଭୁବନେଶ୍ବର : ରାଜ୍ୟରେ କରୋନା ଆଜି ସବୁ କ୍ଷେତ୍ରରେ ନୂଆ ରେକର୍ଡ କରିଛି। ଦିନିକିଆ ନମୁନା ପରୀକ୍ଷା, ଆକ୍ରାନ୍ତ, ମୃତ୍ୟୁ ଓ ସୁସ୍ଥ ସଂଖ୍ୟାକୁ ପୂର୍ବାପେକ୍ଷା ପଛରେ ପକାଇ ଦେଇଛି। ଗତ ୨୪ ଘଣ୍ଟାରେ ୧୬୦୫୫ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବ‌େଳେ ୧୮୩୩ଜଣ ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି ଏବଂ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ […]

ଥିରୁଅନନ୍ତପୁରମ୍ : କେରଳରେ ପ୍ରବଳ ବର୍ଷା ପରେ ଇଡ଼ୁକ୍କି ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଛି ଏବଂ ଏଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆହୁରି ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ସେମାନେ ମାଟି ତଳେ ପୋତି ହୋଇ ରହିଥିବା କୁହାଯାଉଛି। ଭୂସ୍ଖଳନ ଯୋଗୁଁ ୨୦ରୁ ଅଧିକ ଘର ମାଟିରେ ମିଶି ଯାଇଛି। ଆଜି […]

‌ନୂଆଦିଲ୍ଲୀ: ୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଶୁକ୍ରବାର ସନ୍ଧ୍ୟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍ କରିବାରୁ ପାଇଲଟ୍‌ଙ୍କର ମୃତ୍ୟୁ ଘଟିବା ସହ ଯାତ୍ରୀମାନେ ଆହତ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ପ୍ରବଳ ବୃଷ୍ଟିପାତ ମଧ୍ୟରେ କାରିପୁର ବିମାନ ବନ୍ଦରରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟିର ସମୁଖ ଭାଗ ଦୁଇ ଖଣ୍ଡ ହୋଇଯାଇଛି। ବିମାନଟି ରନ୍‌ୱେରୁ ଖସି ନିକଟସ୍ଥ ୩୦ […]

ବ୍ରହ୍ମପୁର : ଜଣେ ରୋଗୀଙ୍କ ନାଁରେ ଆଉ ଜଣେ ସୁସ୍ଥ ହେଉଥିବା ରୋଗୀଙ୍କୁ ରେଫର‌୍‌ ଓ ଅନ୍ୟ ଔଷଧରେ ଚିକିତ୍ସା କରିବାରୁ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଦମୟନ୍ତୀ ସାହୁଙ୍କ ମୃତ୍ୟୁ ଘଟିଥିଲା। ଭୁଲ ପେସ୍‌କ୍ରିପସନ ଓ ଭୁଲ ଶଯ୍ୟା ଟିକେଟ୍‌ ଯୋଗୁଁ ଏଭଳି ହୋଇଥିବା ଦମୟନ୍ତୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଅଶୋକ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ […]

ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବରରୁ ଏକ କାର ଯୋଗେ ଗୋଟିଏ ପରିବାର ସଦସ୍ୟମାନେ ପଶ୍ଚିମବଙ୍ଗର ମେଦିନାପୁରକୁ ଯାଉଥିଲେ। ଏହି କାରଟି ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛରୁ ଶକ୍ତ […]

ସମ୍ବଲପୁର : ସମ୍ବଲପୁରୀ ହସ୍ତତନ୍ତ ବ୍ୟବସାୟକୁ ଶକ୍ତ ଧକ୍କା ଦେଇଛି କରୋନା ସ୍ଥିତି। ଗତବର୍ଷ ମାର୍ଚରୁ ଜୁନ୍‌ ମାସ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟ ହେଣ୍ଡଲୁମ କୋଅପରେଟିଭ ସୋସାଇଟି ଲିମିଟେଡ୍‌ ୨୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଚଳିତ ବର୍ଷ ମାର୍ଚରୁ ଜୁନ ମାସ ମଧ୍ୟରେ ମାତ୍ର ୧୦.୪୧ କୋଟି ଟଙ୍କାର ବ୍ୟବସାୟ କରିଛି। ଆଗାମୀ ଦିନରେ ଏହା ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି। ଏଥିସହିତ ଏହି ସୋସାଇଟି ଉପରେ […]

ମୁମ୍ବାଇ: ମୁମ୍ବାଇରେ ଚଳିତ ଋତୁର ରେକର୍ଡ ପରିମାଣରେ ବର୍ଷା ହୋଇଛି। ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଭୟଙ୍କର ଲଗାଣ ବର୍ଷା ଫଳରେ ମୁମ୍ବାଇର ଜୀବନଯାତ୍ରା ଠପ୍‌ ହୋଇଯାଇଛି। ସମଗ୍ର ମୁମ୍ବାଇ ସହର ଜଳମଗ୍ନ ହୋ‌ଇ ପଡ଼ିବା ସହିତ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରେଳ ଧାରଣା ଉପରେ ପାଣି ଚାଲୁଥିବାରୁ ଅନେକ ରେଳ ଚଳାଚଳ […]

Social media & sharing icons powered by UltimatelySocial