ଭୁବନେଶ୍ୱର: ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବିଜେପି ଛାଡ଼ିଥିବା ଲେଖାଶ୍ରୀ। ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ। ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବସ୍ୱ ଦେଇଛି, ଓଡ଼ିଶାବାସୀଙ୍କ ସେବା […]

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି ସ୍ଥିତି ସେତିକି ବିଗିଡ଼ିବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ବୁନୁଙ୍କୁ ଟିକେଟ୍‌ ଦେବା ପାଇଁ ସମର୍ଥକ ଲବି ଚଳାଇଥିବା ବେଳେ ଦଳରୁ ସବୁଜ ସଙ୍କେତ ତାଙ୍କୁ ମିଳିଥିବା କହି ବାଇଁଆ ପ୍ରଚାର ଜାରି ରଖିଛନ୍ତି। ରାଜନୀତିରୁ ଦୂରରେ ଥିବା ବାଦଲ-ମିହିରଙ୍କୁ ଏକାଠି କରି ବାଇଁଆ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ପଛାଉ ନାହାନ୍ତି। ଫଳରେ ଦ୍ଵନ୍ଦ […]

ବାଲେଶ୍ଵର: ବିଗତ କିଛି ଦିନ ହେବ ବାଲେଶ୍ଵର ଜିଲ୍ଲାରେ ବିଭିନ୍ନ ମନ୍ଦିର ଚୋରି ଘଟଣା ସାମ୍ନାକୁ ଆସୁଥିବା ବେଳେ ବାଲେଶ୍ଵର ପୁଲିସ ଘଟଣାର ପର୍ଦ୍ଦାଫାଶ କରିଛି। ଜିଲ୍ଲାର ବିଭିନ୍ନ ଫାଣ୍ଡିରେ କେସ ରେଜିଷ୍ଟର ପରେ ବାଲେଶ୍ୱର ଏସପିଙ୍କ ନିର୍ଦେଶରେ ସଦର ଏସ.ଡି.ପିଓଙ୍କ ନେତୃତ୍ୱରେ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରୁ ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା ଏକ ୭ ଜଣିଆ ଗ୍ୟାଙ୍ଗକୁ ବାଲେଶ୍ୱର ପୁଲିସ ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ସମସ୍ତ […]

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଲୋକ ଟ୍ରେନ୍ ଯୋଗେ ସାରା ଦେଶରେ ଯାତ୍ରା କରିଥାନ୍ତି। ଯାତ୍ରୀମାନଙ୍କୁ ଭାରତୀୟ ରେଳବାଇ ଦ୍ୱାରା ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ଅନେକ ଥର ଟ୍ରେନ୍ କୌଣସି କାରଣରୁ ବିଳମ୍ବ ହୁଏ, ଯେଉଁଥିପାଇଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଟ୍ରେନ୍ ବିଳମ୍ବ ହେଲେ ଭାରତୀୟ ରେଳ ସମ୍ପୂର୍ଣ୍ଣ ଫେରସ୍ତ କରେ କିନ୍ତୁ ଏନେଇ କିଛି ସର୍ତ୍ତ ଅଛି। ଭାରତୀୟ ରେଳର ନିୟମ କ’ଣ ଜାଣନ୍ତି? […]

୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ସହରରେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ଥିବା ପରିବହନ ବ୍ୟବସ୍ଥାର ଅନ୍ୟତମ ମାଧ୍ୟମ ‘ମୋ ବସ୍‌’ ସେବାରେ ପୁଣି ତ୍ରୁଟି ଦେଖାଯାଇଛି। ଡ୍ରାଇଭରଙ୍କ ଅବହେଳା କାରଣରୁ ଖୋର୍ଦ୍ଧାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧୀନ ପିତାପଲ୍ଲୀ ଛକ ନିକଟରେ ଶନିବାର ଅପରାହ୍‌ଣ ପ୍ରାୟ ସାଢ଼େ ୧ଟାରେ ମୋ ବସ୍‌ ନାଳକୁ […]

ଭୁବନେଶ୍ୱର : ଖରା ଓ ତାତିର ପ୍ରକୋପ ଏତେ ପ୍ରଚଣ୍ଡ ଯେ ରାଜ୍ୟର କି ଦେଶର ନୁ‌ହେଁ,‌ ଆଜି ଏସିଆ ମହାଦେଶର ୬ଷ୍ଠ ତତଲା ସହର ପାଲଟିଥିଲା ଭୁବନେଶ୍ୱର। ଦିନର ଡହଡହ ଖରା ସାଙ୍ଗକୁ ରାତିର ଉଷ୍ମତାତିରେ ସନ୍ତୁଳି ହେଉଛନ୍ତି ସହରବାସୀ। ଗୁରୁବାର ସହରର ତାପମାତ୍ରା ୩୭.୪ ଡିଗ୍ରି ଥିଲାବେଳେ ଆଜି ପାରଦ ୪୩.୫ ଡିଗ୍ରିରେ ପହଞ୍ଚିଥିଲା। ୨୪ ଘଣ୍ଟା ମଧ୍ୟରେ ପାରଦ ୬.୧ ଡିଗ୍ରି ବଢ଼ିବା ପରେ ସହ […]

ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ କ୍ରିକେଟ୍ ପ୍ରତି ଭଲପାଇବା ପୂର୍ବରୁ ଆମେ ଜାଣନ୍ତି। ସେ ଅନେକ ସମୟରେ ଏହି ଖେଳ ପ୍ରତି ତାଙ୍କର ଭଲପାଇବା ପ୍ରଦର୍ଶନ କରିଥିଲେ, ଯାହା ଗ୍ରେଟ ବ୍ରିଟେନରେ ଉତ୍ପନ୍ନ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱରେ ଲୋକପ୍ରିୟ ହେବାକୁ ଲାଗିଲା। ଶୁକ୍ରବାର ଦିନ ଋଷି ସୁନକ ତାଙ୍କ ବ୍ୟାଟିଂ କୌଶଳ ପ୍ରଦର୍ଶନ କରିବାକୁ ଇଂଲଣ୍ଡ ଦଳରେ ଯୋଗଦେବା ପରେ ତାଙ୍କ ଉତ୍ସାହକୁ ଏକ […]

କଟକ: କଟକ- ବାରବାଟୀ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ପରେ ପ୍ରକାଶ ବେହେରା ନିଜର ମତ ରଖିଛନ୍ତି। ସେ କହିଛନ୍ତି, ମୋ ପାଇଁ କଟକ ବାରବାଟୀ ନୂଆ ନୁହେଁ। ଗତ ୨୦ ବର୍ଷ ହେବ ମୁଁ ଏଠାରେ ରାଜନୀତି କରୁଛି। ବିଭିନ୍ନ ରାଜନୈତିକ ଦାୟିତ୍ୱ ଓ ପଦପଦବୀରେ ଏଠାରେ ଥିଲି। କିନ୍ତୁ ସିଧାସଳଖ ଭାବେ କଟକ ବାରବାଟୀରୁ ନିର୍ବାଚନ ଲଢ଼ି ନାହିଁ। କଟକରେ ସଂଗଠନ ରହିଛି। ରାଜନୈତିକ କାର୍ଯ୍ୟକ୍ରମ […]

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ‘ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ର (ସେଲ୍‌) ‘ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ୍‌’ର (ବିଏସ୍‌ଏଲ୍‌)ର ହଟ ଷ୍ଟ୍ରିପ ମିଲରେ ଶନିବାର ସକାଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୫ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବୋକାରୋ ଷ୍ଟିଲର ଯୋଗାଯୋଗ ମୁଖ୍ୟ ମାଣିକାନ୍ତ ଧାନ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ କହିଛନ୍ତି, ଗ୍ୟାସ ପାଇପଲାଇନ ବନ୍ଦ ଥିଲା। […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ଶୁକ୍ରବାର ରେକର୍ଡ ହୋଇଛି। ଭୁବନେଶ୍ୱରରେ ଆଜି ତାପମାତ୍ରା ୪୩.୫ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୨୫ଟି ସହରରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଉପର ରହିଥିଲା। ପାରଳାଖେମୁଣ୍ଡିରେ ୪୨.୬, ତାଳଚେରରେ ୪୨.୧, ମାଲକାନଗିରି, ବୌଦ୍ଧରେ ୪୨.୨, ଅନୁଗୁଳରେ ୪୨.୧, ବଲାଙ୍ଗୀର, […]

Social media & sharing icons powered by UltimatelySocial