ଘୁ.ଉଦୟଗିରି: ଚାରିମାସର ସମସ୍ୟା ମାତ୍ର ୪ ଘଣ୍ଟା ମଧ୍ୟରେ ସମାଧାନ ହୋଇଛି। ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ପ୍ରଶାସନ ତତ୍ପରତା ଦେଖାଇ ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟାର ସମାଧାନ କରିଛି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧୭ନଂ ୱାର୍ଡବାସୀଙ୍କୁ ନଳକୂପରୁ ପାନୀୟ ଜଳ ମିଳିଛି। ସୂଚନା ଅନୁସାରେ କଳିଙ୍ଗା ପଞ୍ଚାୟତର ୧୭ନଂ ୱାର୍ଡ ତଥା ପୁକୁଲିଙ୍ଗିଆ ତିଡିସାହିରେ ଦୀର୍ଘ ୪ମାସ ହେଲା […]

ଭୁବନେଶ୍ୱର: ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ଏକାମ୍ର ବିକାଶ ପ୍ରକଳ୍ପର ଟିକନିକ୍ ସମୀକ୍ଷା କରିଛନ୍ତି। ସେ ସକାଳ ୬.୩୦ରୁ ୭.୩୦ ପର୍ଯ୍ୟନ୍ତ ପ୍ରକଳ୍ପ ବୁଲିଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭକ୍ତଙ୍କ ସୁବିଧା ଓ ଏକାମ୍ରକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ କିପରି ସୃଷ୍ଟି କରାଯାଇପାରିବ, ପରିକ୍ରମା କରିଡରରେ ଉଦ୍ୟାନ ଓ ପଥର କାରୁକାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନୂଆବର୍ଷ ଅର୍ଥାତ୍‌ ୨୦୨୫ ସୁଦ୍ଧା ଏହି ପ୍ରକଳ୍ପର […]

ପୁରୁଣା ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ କପିଳପ୍ରସାଦ-ହରିରାଜପୁର ରାସ୍ତା ପ୍ରଶସ୍ତୀକରଣ କାମ ୩ ମାସ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ସାଙ୍ଗକୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ସମସ୍ୟା ବଢ଼ୁଛି। କିନ୍ତୁ ଏବେ ପୂର୍ତ୍ତ ବିଭାଗ ଜମି ମାପଚୁପ କରିବା ସହ ‌ଜବରଦଖଲକାରୀଙ୍କ ସହ ଆଲୋଚନା କରିବା ପରେ ସମାଧାନର ବାଟ ବାହାରିଛି। ତେଣୁ ଏବେ ସବୁ କାମ ଠିକ୍‌ ସମୟରେ ସରିବ ବୋଲି […]

ପ୍ରଭାବିତ ହେଉଛି ଶାଗୁଣା ପ୍ରଜନନ, ପ୍ରସ୍ତୁତ ହେବ ବିକଳ୍ପ ସ୍ଥାନ ଭୁବନେଶ୍ୱର: ନନ୍ଦନକାନନ ପରିସରରେ ଥିବା ଉଦ୍ଭିଦ ଉଦ୍ୟାନରେ ବଣଭୋଜି ବନ୍ଦ ହେବ। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡ୍‌ଏ)ଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ସେନେଇ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷ ବିକଳ୍ପ ସ୍ଥାନ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ସମ୍ଭବତଃ ନୂଆକରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମିଶିଥିବା ଚୂଡ଼ଙ୍ଗଗଡ଼ ଓ […]

ପୁରୀ: ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ ଆସନ୍ତାକାଲି (ଶୁକ୍ରବାର)ଠାରୁ ଆରମ୍ଭ ହେବ। ଏହି ମରାମତି କାମ ନେଇ ଏଏସ୍‌ଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କିନ୍ତୁ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ ନହେଲେ ନାଟମଣ୍ଡପ ମରାମତି କାର୍ଯ୍ୟ ପ୍ରଭାବିତ ହେବ।ତେବେ ଏହାକୁ ଶୃଙ୍ଖଳିତ କରିବା ପାଇଁ ଘନଘନ ବୈଠକ ବସୁଛି। ଛତିଶାନିଯୋଗ ବୈଠକରେ ଏନେଇ ନୀତି ନିର୍ଘଣ୍ଟ ହୋଇଛି। […]

ଭୁବନେଶ୍ୱର: ଆଉ ଗୋଟିଏ ଦିନ ତାତିର ପ୍ରକୋପ ରହିବ। ୨୩ ତାରିଖ ଠାରୁ ବର୍ଷା ଆଶ୍ବସ୍ତି ଦେବ। ପରେ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରାଯାଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ, ସ୍ୱଭାବିକ ଭାବେ ଫେବୃଆରୀ ତୃତୀୟ ସପ୍ତାହ ଠାରୁ ତାପମାତ୍ରା ବୃଦ୍ଧି ହୋଇଥାଏ। ଜାନୁଆରି ୧୪ ପରଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ […]

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌, ମଧ୍ୟମା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ମଙ୍ଗଳବାର ଠାରୁ ଆ‌ରମ୍ଭ ହେଉଛି। ଏଥିପାଇଁ ଭୁବନେଶ୍ୱର ସମେତ ସମସ୍ତ ବ୍ଲକ ପାଇଁ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରକୁ ଜଣେ ଲେଖାଏଁ ସ୍ବତନ୍ତ୍ର ଅବ୍‌ଜରଭର୍ ଦିଆଯାଇଛି। ଏଥର ଭୁବନେଶ୍ୱରରେ କୌଣସି ବି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ […]

ଭୁବନେଶ୍ୱର: ବସନ୍ତ ଋତୁରେ ଗ୍ରୀଷ୍ମଋତୁର ଅନୁଭୂତି। ବସନ୍ତ ଋତୁର ପବନ ପ୍ରବାହିତ ହେବା ବଦଳରେ ଟାଣଖରାର ପ୍ରଭାବ ରହୁଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମଋତୁର ଖରା ଅନୁଭୂତ ହୋଇଛି। ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡ଼ିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୋମବାର ଦିନ ୨ଟା ୩୦ ସୁଧା ୩୨.୮ ଡ଼ିଗ୍ରି […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ସୋମବାର ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏଭଳି ପଦକ୍ଷେପ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଲାଗି ଏକ ମାର୍ଗଦର୍ଶନ ହେବ ବୋଲି କହିଛନ୍ତି।‘‘ବର୍ତ୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି। ତେଣୁ […]

ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ରାଜଧାନୀର ଲୋୟର ପିଏମଜିରେ ଧାରଣାରେ ବସିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସରକାର ଅଡୁଆରେ ପଡିଥିବାବେଳେ ଆଜି ଶିକ୍ଷକ ସଂଘ ବା ଓଷ୍ଟା ପକ୍ଷରୁ ଘୋଷଣା କରାଯାଇଛି ଯେ ମାଟ୍ରିକ ପରୀକ୍ଷାରେ ସହଯୋଗ କରାଯିବ। ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି ଯେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସକାରାତ୍ମକ […]

Social media & sharing icons powered by UltimatelySocial