ଧୂଆଁ ଗାଡ଼ିର ଦେଖା ନାହିଁ, ପଡ଼ୁନି ମଶା ତେଲ ଚନ୍ଦ୍ରଶେଖରପୁର : ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଥମିବା ନାଁ ନେଉନାହିଁ। ଗୋଟିଏ ପରେ ଗୋଟିଏ ଅଞ୍ଚଳ ଯୋଡ଼ି ହୋଇଯାଉଛି। ଡମଣା, ଶ୍ରୀବିହାର, ନୀଳାଦ୍ରିବିହାର ପରେ ଏବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ବି ମାଡ଼ି ଗଲାଣି। ପ୍ରାଚୀ ଏନ୍‌କ୍ଲେଭ୍‌, ନୀଳମାଧବ ବସ୍ତିରୁ ବି ଆକ୍ରାନ୍ତ ଚିହ୍ନଟ ହେଲେଣି। ଦୁଇ ଦିନ ତଳେ ସରକାରୀ ଭାବେ ଦୁଇଜଣ ଚିହ୍ନଟ ହୋଇଥିବା ବିଏମ୍‌ସି ମେୟର ସୁଲୋଚନା […]

ଡମଣା, ଶ୍ରୀବିହାର ଅଞ୍ଚଳରୁ ବାହାରି‌ଲେଣି ୧୨ରୁ ଅଧିକ ଚନ୍ଦ୍ରଶେଖରପୁର : ମୌସୁମୀ ଓଡ଼ିଶା ଛୁଇଁନି। ଲଗାଣ ବର୍ଷା ଆରମ୍ଭ ହୋଇନି। ଟାଣ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ସହରବାସୀ। ଏଭଳି ସମୟରେ ରାଜଧାନୀରେ କାୟା ମେଲାଇଲାଣି ଡେଙ୍ଗୁ। ୫ରୁ ୭ ଦିନ ମଧ୍ୟରେ ଡମଣା ଓ ଶ୍ରୀବିହାର ଅଞ୍ଚଳରେ ୧୨ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି। ତହିଁରୁ ଗୋଟିଏ ପରିବାରର ୫ଜଣ ଆକ୍ରାନ୍ତ ରହିଛି। ଏହାସହ ଆଉ ଜଣେ […]

ଭୁବନେଶ୍ବର: ଗତ କିଛିଦିନ ହେବ ରାଜ୍ୟରେ ଟମାଟୋ ଫ୍ଲୁ ଆତଙ୍କ ଦେଖାଦଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଜନସାଧାରଣଙ୍କୁ କହିଛନ୍ତି କି ଏଚ୍‌ଏଫ୍‌ଏମ୍‌ଡି ଟମାଟୋ ଫ୍ଲୁ ନୁହେଁ। ସେ ଆହୁରି ବି କହିଛନ୍ତି ଯେ, ‘ଏହି ରୋଗକୁ ନେଇ ଆଇସିଏମ୍‌ଆର୍‌ ଓ ଏନ୍‌ସିଡିସି ପକ୍ଷରୁ ଏଯାବତ୍‌ କୌଣସି ଗାଇଡ୍‌ଲାଇନ୍‌ ଜାରି ହୋଇନାହିଁ। ଏଚ୍‌ଏଫ୍‌ଏମ୍‌ଡିକୁ ନେଇ ଆତଙ୍କ ହେବାର ଆବଶ୍ୟକତା ନାହିଁ। ଏଥିସକାଶେ ସର୍ଭେଲାନ୍ସକୁ ଜୋର୍‌ଦାର କରିବାକୁ ସ୍ବାସ୍ଥ୍ୟ […]

ଭୁବନେଶ୍ବର: ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାଇଜାରି ଜାରି କରିଛନ୍ତି। ଏଥିରେ ସତର୍କ ରହିବାକୁ କହିଛନ୍ତି। ଭାରତରେ ମଙ୍କିପକ୍ସ ଚିହ୍ନଟ ହୋଇ ନାହିଁ। ମଙ୍କିପକ୍ସ ଭଳି କିଛି ଲକ୍ଷଣ ଥିଲେ ଅର୍ଥାତ ଜ୍ୱର ହେବା, ଦେହ ମୁଣ୍ଡ ବଥା ହେବା ଓ ଦେହସାରା ଫଳି ଯିବା, ଘା’ ହେବା ତାହା ହେଲେ ପୁନେକୁ ପରୀକ୍ଷା ଲାଗି […]

ପଞ୍ଚକର୍ମ, ଆଖି ଚିକିତ୍ସା, ଯୋଗ ପ୍ରଶିକ୍ଷଣ ଦିଆଯିବ ଭୁବନେଶ୍ବର : କୋଭିଡ୍‌ ପାଇଁ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଭୁବନେଶ୍ବର ଏମ୍‌ସର ଆୟୁଷ ବ୍ଲକ୍‌ ଏବେ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଓପିଡିରେ ରୋଗୀ ଦେଖା ଚାଲିଛି ଓ ଖୁବ୍‌ ଶୀଘ୍ର ରୋଗୀଙ୍କୁ ଶଯ୍ୟାରେ ରଖି ଚିକିତ୍ସା ଯୋଗାଇ ଦିଆଯିବ। ମାସକ ମଧ୍ୟରେ ଏଠାରେ ରୋଗୀଙ୍କୁ ଆଡ୍‌ମିସନ୍‌ କରି ଚିକିତ୍ସା ସେବା ଯୋଗାଇଦିଆଯିବ। ସେହିଭଳି ଏଠାରେ ଏଣିକି ପଞ୍ଚକର୍ମ, ଆଖି ଚିକିତ୍ସା, […]

ନୂଆଦିଲ୍ଲୀ: ସଜନା ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସଜନା ପତ୍ର ଖାଇବା ଦ୍ବାରା କ’ଣ କ’ଣ ଲାଭ ମିଳିଥାଏ। ମଧୁମେହ ରୋଗୀଙ୍କ ପାଇଁ ସଜନା ପତ୍ର ବହୁତ ଉପଯୋଗୀ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ, ଯେଉଁଥିପାଇଁ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ। ଏପରି ପରିସ୍ଥିତିରେ ଆପଣଙ୍କୁ ଡାଏଟରେ ସଜନା ପତ୍ର […]

ଡାକ୍ତର ଆସିଲେନି, ଧାରଣାରେ ବସିଲେ ରୋଗୀ ଭୁବନେଶ୍ୱର: ବୁଧବାର କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଏକ ଅଭା‌ବନୀୟ ଦୃଶ୍ୟ। ବଡ଼ ଆଶାରେ ଡାକ୍ତରଙ୍କୁ ଦେଖା କରିବାକୁ ଆସିଥିବା ରୋଗୀମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ନ୍ୟୁରୋଲୋଜି ବିଭାଗ ପାଇଁ ଉଦ୍ଦିଷ୍ଟ ଓପିଡି କାଉଣ୍ଟର ନିକଟରେ ରୋଗୀମାନଙ୍କୁ ଧାରଣା ଦେଇଥିବା ଦେଖାଯାଇଥିଲା। ସପ୍ତାହକୁ ମାତ୍ର ତିନି ଦିନ ରୋଗୀ ଦେଖୁଥିବା ନ୍ୟୁରୋଲୋଜି ଡାକ୍ତର ଆଜି ପାଳି ଥିବା ସତ୍ତ୍ବେ ଆସିନଥିବାରୁ ରୋଗୀମାନେ […]

ଭୁବନେଶ୍ବର: ରାଜ୍ୟ ସରକାର ଜାଣି ନାହାନ୍ତି କର୍କଟ ରୋଗୀଙ୍କ ସଂଖ୍ୟା। କେଉଁ ଜିଲ୍ଲାରେ କେଉଁ ପ୍ରକାର କର୍କଟ ରୋଗୀ ଅଛନ୍ତି ସେ ସମ୍ପର୍କରେ ମଧ୍ୟ ତଥ୍ୟ ନାହିଁ। ଏଭଳି ସ୍ଥିତିରେ କର୍କଟ ରୋଗ ମୁକାବିଲା କିଭଳି ହେଉଛି ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ୨୦୧୪ ମସିହାରୁ ରାଜ୍ୟରେ ଜନସଂଖ୍ୟା ଆଧାରିତ କର୍କଟ ପଞ୍ଜୀକରଣ (ପପୁଲେସନ ବେସ୍‌ଡ କ୍ୟାନସର ରେଜିଷ୍ଟ୍ରେସନ) କେନ୍ଦ୍ର ପାଇଁ ଆଇସିଏମଆରକୁ ସୁପାରିସ କରିଛି ଏମ୍‌ସ। […]

ଭୁବନେଶ୍ବର: ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଛି। ବକେୟା ଦରମା ସହିତ କୋଭିଡ ସହାୟତା ରାଶି ପ୍ରଦାନ କରାନଯିବାକୁ ନେଇ ଏଭଳି ଘଟିଥିବା ଜଣାଯାଇଛି। ସମନ୍ବିତ ରୋଗ ନିରୂପଣ କେନ୍ଦ୍ର ସମୁଖରେ ଚୁକ୍ତିଭିତ୍ତିକ କର୍ମଚାରୀ ଧାରଣା ଦେଇଛନ୍ତି।କ୍ୟାପିଟାଲ ହସ୍ପିଟାଲ ଏକ ଘରୋଇ କମ୍ପାନି ଟେକମେଡ ହେଲଥ କେୟାର(ନିଦାନ)କୁ ରୋଗ ନିରୂପଣ କରିବା ପାଇଁ ଏକ ଲ୍ୟାବ ଦିଆଯାଇଥିଲା। ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ୪ […]

ନୂଆଦିଲ୍ଲୀ: ନିକଟରେ କୋଭିଡ୍‌ ସଂକ୍ରମିତ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ ମାଧ୍ୟମରେ ସଂକ୍ରାମକ ସାର୍ସକୋଭ-୨ ଦ୍ୱାରା ସଂକ୍ରମିତ କରିବାର କୌଣସି ପ୍ରମାଣ ନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନର ରିପୋର୍ଟ ‘ପେଡିଆଟ୍ରିକ୍‌ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶ ପାଇଛି। ଏହି ଅଧ୍ୟୟନ କରିଥିବା ଗବେଷକମାନେ ୧୧୦ ଜଣ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଠାରୁ ସଂଗ୍ରହ କରିଥିବା କ୍ଷୀରର ନମୁନାକୁ ବିଶ୍ଳେଷଣ କରିବା ପରେ ଏହା ଜାଣିବାକୁ ପାଇଛନ୍ତି। […]

Social media & sharing icons powered by UltimatelySocial