ଭୁବନେଶ୍ୱର: ହକିକୁ ନେଇ ଭୁବନେଶ୍ୱର ଉଠୁଛିପଡ଼ୁଛି। ସବୁଆଡ଼େ ଉତ୍ସବର ମାହୋଲ୍‌। ସବୁ କେମିତି ଶୃଙ୍ଖଳାରେ ହେବ, ସେଥିପାଇଁ ସରକାରଙ୍କ ସବୁ ବିଭାଗ ଏକ ହୋଇଯାଇଛନ୍ତି। ବିଶ୍ୱକପ୍‌ ହକିକୁ ସଫଳ ଆୟୋଜନ କରିବା‌ରେ ସମସ୍ତେ ଯେମିତି ବ୍ୟଗ୍ର। ସମସ୍ତେ ନିଜନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜାନୁଆରି ୨୯ ତାରିଖରେ ହେବାକୁ ଥିବା ଫାଇନାଲ୍‌ ମ୍ୟାଚ୍‌ ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍‌ […]

ଭୁବନେଶ୍ୱର: ଶେଷ ହୋଇଛି ବିଶ୍ଵକପର ପ୍ରଥମ ମ୍ୟାଚ୍। ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ ମୁହାଁମୁହିଁ ହୋଇଥିଲେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ରେ ଜିତିଛି। ଉଭୟ ଦଳ ମଧ୍ୟରେ କଡା ଟକର ହେଇଥିଲେ ବି ତୃତୀୟ ହାଫରେ ଆର୍ଜେଣ୍ଟିନା ଦଳ ସାଉଥ୍ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା। ପରବର୍ତୀ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ […]

କଟକ/ଭୁବନେଶ୍ୱର: ରାଜଧାନୀରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଆଗରେ ପହଞ୍ଚିଛନ୍ତି ନିଖୋଜ ମହିଳା କ୍ରିକେଟ୍‌ ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ପରିବାର। ସେମାନେ ଝିଅର ଫଟୋ ହାତରେ ଧରି ନ୍ୟାୟ ଲାଗି ଗୁହାରି କରିବାକୁ ସେଠାରେ ପହଞ୍ଚିଛନ୍ତି। ରାଜଶ୍ରୀ ସ୍ୱାଇଁଙ୍କ ମା’ କହିବା ଅନୁଯାୟୀ, ତାଙ୍କ ଝିଅ ପ୍ରତି ଚୟନରେ ଅନ୍ୟାୟ କରାଯାଇଛି। ତାଙ୍କୁ ଲୁଚାଯାଇଛି କି ମାରି ଦିଆଯାଇଛି ସେନେଇ ସ୍ପଷ୍ଟ କରାଯାଉ। ଝିଅକୁ ଖୋଜି ଆଣିବା ଲାଗି […]

ଭୁବନେଶ୍ୱର: ରାତି ପାହିଲେ ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯିବ। ବିଶ୍ୱକପରେ ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପ୍ରସ୍ତୁତ ରହିଛି। ଭୁବନେଶ୍ୱରରେ ୮୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୪୦୦ରୁ ଉର୍ଦ୍ଧ୍ୱ ଅଧିକାରୀ ମୁତୟନ ହେବେ। ଶେଷ ପର୍ଯ୍ୟାୟ‌ରେ ପ୍ରସ୍ତୁତି କେମିତି ଚାଲିଛି, ସେନେଇ ପୁଲିସ କମିସନର ବୁଲି ଦେଖିଛନ୍ତି। କଳିଙ୍ଗ ଷ୍ଟାଡିଅମରେ ପୁଲିସ ଅଧିକାରୀଙ୍କୁ ଡିସିପି ପ୍ରତୀକ ସିଂ ଟ୍ରେନିଂ ଦେଇଛନ୍ତି। ପୁଲିସ […]

କଟକ : ହକିର ଜନ୍ମସ୍ଥାନ କଟକ। ହକିର ଗଡ଼ ହୋଇପାରେ ସୁନ୍ଦରଗଡ଼। କିନ୍ତୁ କଟକ ହେଉଛି ରାଜ୍ୟରେ ହକିର ଜନ୍ମସ୍ଥାନ। ଇଂରେଜ ଶାସନ ସମୟରୁ ହକି ଖେଳ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା କଟକର ଶିକ୍ଷାନୁଷ୍ଠାନରୁ। ହକିର ଜନ୍ମସ୍ଥାନରେ ଯଦିଓ ଏବେ ହକି ଅଲୋଡା, ତଥାପି ଏଥର ଉଦ୍‌ଘାଟନ କାର୍ଯ୍ୟକ୍ରମ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବା ଘଟଣା ନୂଆ ଉତ୍ସାହର କାରଣ ହୋଇଛି। କଟକର ଭେଟେରାନ୍‌ ହକି […]

ମୁମ୍ବାଇ : ପୂର୍ବତନ କ୍ରିକେଟିୟର ଚେତନ ଶର୍ମାଙ୍କୁ ଚୟନ କମିଟିର ମୁଖ୍ୟ ନିଯୁକ୍ତ କରିଛି ବିସିସିଆଇ। ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟିର ପରାମର୍ଶକ୍ରମେ ଚେତନଙ୍କୁ ପୁଣି ଥରେ ଏହି ପଦରେ ନିଯୁକ୍ତ କରାଯାଇଛି। ଏହି ଚୟନ କମିଟିରେ ଓଡ଼ିଶାରୁ ଶିବସୁନ୍ଦର ଦାସ ସ୍ଥାନ ପାଇଛନ୍ତି। କମିଟିର ଅନ୍ୟ ସଦସ୍ୟମାନେ ହେଲେ ସଲିଲ ଆଙ୍କୋଲା, ସୁବ୍ରତ ବାନାର୍ଜୀ ଓ ଶ୍ରୀଧରନ ଶରତ। ଗତ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ବିଦା ହେବା […]

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ୱକପ୍। ଏଥିପାଇଁ ବିଭିନ୍ନ ସ୍ତରରେ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଉଛି । ଏହି କ୍ରମରେ ପୁଲିସ କମିସନରେଟ୍ ପକ୍ଷରୁ ଜାରି ହୋଇଛି ଏକ ହେଲ୍ପ ଲାଇନ୍ ନମ୍ବର। ଏହି ନମ୍ବରଟି ହେଲା ୭୩୭୭୭୭୦୦୭୦। ହକି ବିଶ୍ୱକପକୁ ନେଇ ସମସ୍ତ ତଥ୍ୟ ଏହି ନମ୍ବରରେ ଥିବା ହ୍ବାଟ୍‌ସଆପ୍‌ ମେସେଞ୍ଜରରୁ […]

ନୂଆଦିଲ୍ଲୀ: ଦିଲ୍ଲୀରୁ ଫେରୁଥିବା ବେଳେ ଉତ୍ତରାଖଣ୍ଡର ରୂଡ଼କୀ ଅନ୍ତର୍ଗତ ନର୍ସାନ୍ ସୀମାନ୍ତ ନିକଟ ହମ୍ମାଦପୁର ଝାଲରେ ଭାରତୀୟ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତ ଦୁର୍ଘଟଣାର ସମୁଖୀନ ହୋଇଥିଲେ। ସଡ଼କ ଡିଭାଇଡର୍‌ରେ ଧକ୍କା ଖାଇବା ପରେ ତାଙ୍କ କାର୍‌ରେ ନିଆଁ ଲାଗି ଜଳି ଯାଇଥିଲା। ସେ ପ୍ରାଣବିକଳରେ କାରର ସାମ୍ନା କାଚ ଭାଙ୍ଗି ବାହାରକୁ ବାହାରି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ନିଜ ପରିଚୟ ଦେଇ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। […]

ଚେନ୍ନାଇ : ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱ କପ୍ ଲାଗି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଚେନ୍ନାଇଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ଙ୍କୁ ସାକ୍ଷାତ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ସେ ତାମିଲନାଡୁର କ୍ରୀଡାମନ୍ତ୍ରୀ ଉଦୟନାଥ ଷ୍ଟାଲିନ୍‌ଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି।ପ୍ରକାଶ ଥାଉକି ହକି ବିଶ୍ୱ କପ୍ ଲାଗି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ […]

ଭୁବନେଶ୍ବର: ହକି ବିଶ୍ବକପ୍‌-୨୦୨୩ ପାଇଁ ପ୍ରସ୍ତୁତି ‌ଜୋରଦାର ଚାଲିଛି। ଭାରତୀୟ ପୁରୁଷ ହକି ଦଳ ‘ହକି ବିଶ୍ୱକପ୍’ ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛି। ଭାରତୀୟ ହକି ଟିମ୍‌ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଭୁବନେଶ୍ଵର ବିମାନବନ୍ଦରରେ ଖେଳାଳିମାନେ ପହଞ୍ଚିଲା ପରେ ସେଠାରୁ ସିଧାସଳଖ ହୋଟେଲକୁ ଯାଇଥିଲେ। ସେଠାରେ ବିଶ୍ରାମ ନେବା ପରେ ପୁଣି ଖେଳାଳିମାନେ ରାଉରକେଲା ଅଭିମୁଖେ ବାହାରିଯିବେ। […]

Social media & sharing icons powered by UltimatelySocial