କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ର ଏବେ ନୂଆ ହଟ୍‌ସ୍ପଟ୍‌ ଦିନକରେ ୫୫ ହଜାରରୁ ଅଧିକ ସଂକ୍ରମିତ ନୂଆଦିଲ୍ଲୀ : ଭାରତ ଆଜି କରୋନା ମୃତ୍ୟୁସଂଖ୍ୟାରେ ଇଟାଲିକୁ ଟପିଯାଇଛି। କରୋନା ମୃତ୍ୟୁ କ୍ଷେତ୍ରରେ ବିଶ୍ବର ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଏବେ ଭାରତ ପଞ୍ଚମ ସ୍ଥାନକୁ ଆସିଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୭୯ କରୋନା ମୃତ୍ୟୁ ସହ ମୋଟ୍‌ ମୃତ୍ୟୁସଂଖ୍ୟା ୩୫ ହଜାର ୭୪୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ […]

ଭୁବନେଶ୍ୱର : ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ (୦୨୮୬୧/୦୨୮୬୨) ସେବାକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍‌ ଅଗଷ୍ଟ ୩ରୁ ୧୨ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲାଠାରୁ ପ୍ରତିଦିନ ସକାଳ ୫ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ଭୁବନେଶ୍ୱରଠାରୁ ଅପରାହ୍‌ଣ ୨ଟା ୧୦ରେ ଛାଡ଼ିବ। ଉକ୍ତ ଟ୍ରେନ୍ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର […]

ଆକ୍ସନ ପ୍ଲାନ୍ ପ୍ରସ୍ତୁତ ଲାଗି ଜୋନାଲ ଡେପୁଟି କମିସନରଙ୍କୁ ନିର୍ଦ୍ଦେଶ ଭୁବନେଶ୍ୱର : ରାଜଧାନୀରେ କରୋନା ନେଇ ଗୋ‌ଷ୍ଠୀସ୍ତରୀୟ କାର୍ଯ୍ୟକ୍ରମ ପାଇଁ ୱାର୍ଡ ପିଛା ବାର୍ଷିକ ଲକ୍ଷେ ଟଙ୍କା ଦିଆଯିବ। କୋଭିଡ୍‌-୧୯ ବାର୍ଷିକ ୱାର୍ଡ ବଜେଟ୍‌ ଓ ଆକ୍ସନ୍ ପ୍ଲାନ୍ ଜରିଆରେ ଏହି ଅର୍ଥ ଦିଆଯିବ। ଜୋନାଲ ଡେପୁଟି କମିସନର୍‌ ନିଜ ନିଜ ଅଧୀନରେ ରହିଥିବା ୱାର୍ଡ ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବା ସହିତ ଡେପୁଟି କମିସନର(କୋଭିଡ ସେଲ) […]

ଭୁବନେଶ୍ୱର : କ୍ୟାପିଟାଲ ଥାନାରେ ମାଡ଼ି ଚାଲିଛି କରୋନା। ଜଣଙ୍କ ପରେ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଚାଲିଛନ୍ତି। ଗତକାଲି ଏକାଥରକେ ୬ଜଣ କରୋନା ପଜିଟିଭ୍‌ ବାହାରିଥିବା ବେଳେ ଆଜି ଆଉ ୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଭିତରେ ଡ୍ରାଇଭର୍‌, ହୋମଗାର୍ଡ, ଓଏପିଏଫ୍ କର୍ମଚାରୀ ରହିଥିବା ଜଣାପଡ଼ିଛି। ଆକ୍ରାନ୍ତ ବଢ଼ୁଥିବାରୁ କର୍ମଚାରୀଙ୍କ ଭିତରେ ଏକପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। କ୍ୟାପିଟାଲ ଥାନାର ଏତେସଂଖ୍ୟକ ଆକ୍ରାନ୍ତ ହେବା […]

କ୍ବା‌ରେଣ୍ଟିନ୍‌ ସମୟକୁ ଛୁଟି ଭାବେ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ଲଢ଼ୁଥିବା ଆଗ ଧାଡ଼ିର ଯୋଦ୍ଧା ତଥା ଡାକ୍ତରମାନଙ୍କ ଦରମା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ‌୍ ପୁଣିଥରେ କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‌ ଡ୍ୟୁଟିରେ ଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଠିକ୍‌ ସମୟରେ ଦରମା ସୁନିଶ୍ଚିତ କରିବାପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଏନେଇ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରନ୍ତୁ […]

କଟକ : କରୋନା ସମୟରେ ଅଭିଯୁକ୍ତଙ୍କ ଗିରଫଦାରୀ ପୁଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଗିରଫ ହେଉଥିବା କେତେକ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ କିଭଳି ସତର୍କତା ପାଳନ କରାଯିବ, ସେ ସମ୍ପର୍କରେ ପୁଲିସ ଡିଜି ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ। ଏ ସମ୍ପର୍କରେ ଆଜି ରାଜ୍ୟର ସମସ୍ତ ରେଂଜ ଆଇ.ଜି, ଡି.ଆଇ.ଜି, ଜିଲା ଏସ୍‌ପି/ଡିସିପି ଏବଂ କଟକ ଓ ରାଉରକେଲା ରେଳବାଇ ଏସ୍‌ପି ସହିତ ଭିଡିଓ […]

ନ୍ୟୁୟର୍କ: ବିଶ୍ବରେ ସମ୍ପ୍ରତି କୋଟିଏ ୭୨ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୬ ଲକ୍ଷ ୭୨ ହଜାର ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍‌-୧୯ ପାଇଁ ଦାୟୀ କରୋନାଭୂତାଣୁ ସାର୍ସ-କୋଭ୍-୨ ଦଶନ୍ଧି ଦଶନ୍ଧି ଧରି ବାଦୁଡ଼ିଙ୍କ ରକ୍ତରେ ସଂଚରିତ ହୋଇଆସୁଛି ବୋଲି ଏକ ସଦ୍ୟ ଗବେଷଣାରୁ ଜଣାଯାଇଛି। ଏଥି ସହିତ ଏମାନେ ଅନ୍ୟ ଭୂତାଣୁଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ସହ ମନୁଷ୍ୟ ଶରୀରକୁ ସଂକ୍ରମିତ ହେବାର ଦକ୍ଷତା ରଖିଛନ୍ତି […]

୧୨ ଦିନର ଶିଶୁପୁତ୍ର ସହ ଗୋଟିଏ ପରିବାରର ୪ ଗୁରୁତର ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଘରେ ନିଆଁରେ ଜଳିପୋଡ଼ି ହୋଇ ଗୁରୁତର ଅବସ୍ଥାରେ କଟକର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଜିରଙ୍ଗ ଗ୍ରାମର ଟୁକୁନା ବାରିକ, […]

୮୦ମିଟର ଉଚ୍ଚ ଆଇକନିକ୍‌ ଟାୱାର ପାଇଁ ଅନୁମତି ଦେଲା ଏଏଆଇ,ଖୁବ୍‌ ଶୀଘ୍ର ଟେଣ୍ଡର୍‌ ଆହ୍ବାନ ଭୁବନେଶ୍ୱର : ‌ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ ନେଇ ଥିବା ସବୁ ଅଡ଼ୁଆ ତୁଟିଛି। କରୋନା ପାଇଁ ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନଥିବାବେଳେ ଏବେ ରାଜ୍ୟ ସରକାରଙ୍କ ପାଇଁ ଖୁସି ଖବର ଆସିଛି। ଷ୍ଟେସନରେ ବିଡିଏ ପକ୍ଷରୁ ହେବାକୁ ଥିବା ୮୦ମିଟର ଉଚ୍ଚାର ଆଇକନିକ୍ ବିଲ୍‌ଡିଂ ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅନୁମତି […]

ନୂଆଦିଲ୍ଲୀ: ରାହୁଲ‌ ଗାନ୍ଧିଙ୍କୁ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ କରିବା ଆଗି ଆଜି ଦଳର କିଛି ବରିଷ୍ଠ ନେତା ଏକ ଭର୍ଚୁଆଲ ବୈଠକରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦାବି ଜଣାଇଛନ୍ତି। ଦଳର ପୁରୁଖା ନେତା ତଥା ରାଜ୍ୟସଭା ସାଂସଦ ଦିଗ୍‌ବିଜୟ ସିଂହ ଏହି ପ୍ରସଙ୍ଗ ପ୍ରଥମେ ଉଠାଇଥିଲେ। ଦେଶରେ ମହାମାରୀ କୋଭିଡ୍-୧୯ର ସ୍ଥିତି ଏବଂ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ଉକ୍ତ ବୈଠକ ଆହୂତ […]

Social media & sharing icons powered by UltimatelySocial