ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନରେ ୧୫୬ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି ରାଜ୍ୟରେ। ଏଯାବତ୍ ଏତେ ସଂଖ୍ୟକ ଆକ୍ରାନ୍ତ ଏକାଥରକରେ ଚିହ୍ଟଟ ହୋଇ ନଥିଲେ। […]

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ସରକାର କିନ୍ତୁ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥାକୁ ସ୍ୱୀକାର କରୁନାହାନ୍ତି। ଗୋଟିଏ ପଟେ ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାବେଳେ ସରକାର ଏହି ସମୟରେ ଲକ୍‌ଡାଉନ୍ କଟକଣା କୋହଳ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ବି‌ଶେଷଜ୍ଞମାନେ କଡ଼ା ସମାଲୋଚନା କରିଛନ୍ତି। କ‌ରୋନା ନିୟନ୍ତ୍ରଣ ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) […]

ଭୁବନେଶ୍ୱର: କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ କଠୋର ହୋଇଛନ୍ତି। ଏଥିଲାଗି ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି। ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇତିମଧ୍ୟରେ ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି। ଯେତେ‌ ଅଧିକ ଲୋକ ଆସିବେ ‌ସେତେ ସଂକ୍ରମଣ ବଢ଼ିବ। ତେଣୁ ସଂକ୍ରମଣ ରୋକିବା ଲାଗି […]

‌‌ଦେଢ଼ ଲକ୍ଷ ଟଙ୍କା, ୩ ଦାମୀ ଗାଡ଼ି ଜବତ ଭୁବନେଶ୍ୱର : ଦିନରେ ତାଲାବନ୍ଦ କଟକଣା, ରାତିରେ ୧୨ ଘଣ୍ଟିଆ କର୍ଫ୍ୟୁ। ଶୂନ୍‌ଶାନ୍‌ ରାଜଧାନୀରେ ପୁଲିସର କଡ଼ା ପହରା। ନିୟମ ଉଲ୍ଲଙ୍ଘନ କଲେ ମହାମାରୀ ଆଇନରେ ଗିରଫ ହେବେ। କିନ୍ତୁ ଏସବୁ ପ୍ରତି ଜୁଆଡ଼ିଙ୍କର ଭ୍ରୂକ୍ଷେପ ନାହିଁ। ସବୁ କଟକଣାକୁ ମୋଡ଼ି ମକଚି ଜୁଆ ଖେଳରେ ମାତିଥି‌ବା ୯ ଜୁଆଡ଼ିଙ୍କୁ ଆଜି ନୂଆପଲ୍ଲୀ ଥାନା ପୁଲିସ୍‌ ଗିରଫ କରିଛି। ଆଜି […]

ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାୱତ ମୁମ୍ବାଇରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଅଜବ ଯୁକ୍ତି ରଖିଛନ୍ତି। ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ପାଇଁ କରୋନା ଭାଇରସର ବିସ୍ତାର ହୋଇଛି ବୋଲି ସେ କହିଛନ୍ତି। ରାୱତଙ୍କ କହିବା ମୁତାବକ ଯେ ଗୁଜରାଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଆୟୋଜିତ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଯୋଗୁଁ ଏହି ସଂକ୍ରମଣ ପରେ ମୁମ୍ବାଇ ଏବଂ ଦିଲ୍ଲୀରେ ବ୍ୟାପିଗଲା। ୨୪ […]

ନୂଆଦିଲ୍ଲୀ : ଲକଡାଉନ ୫.୦କୁ ନେଇ ଅନେକ ଆଲୋଚନା ଚାଲୁଥିବା ବେଳେ ଆଜି ଏହାର ଅବସାନ ଘଟିଛି। ଜୁନ ୩୦ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ାଇଛନ୍ତି କେନ୍ଦ୍ର ସରକାର। ତେବେ ଲକଡାଉନର ଏହି ପଞ୍ଚମ ପର୍ଯ୍ୟାୟରେ ଅନେକ କଟକଣାକୁ ସରକାର କୋହଳ କରିଥିବା ଜଣାପଡିଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ସମସ୍ତ କାର୍ଯ୍ୟକଳାପକୁ ପର୍ଯ୍ୟାୟକ୍ରମେ ପୁନଃ ପ୍ରଚଳନ କରିବାକୁ ଅନୁମତି ଦିଆଯାଇଛି। ଏହି ନିର୍ଦ୍ଦେଶାବଳୀ ଜୁନ୍ […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନରେ ୧୨୯ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି ରାଜ୍ୟରେ। ଏଯାବତ୍ ଏତେ ସଂଖ୍ୟକ ଆକ୍ରାନ୍ତ ଏକାଥରକରେ ଚିହ୍ଟଟ ହୋଇ ନଥିଲେ। […]

ଭୁବନେଶ୍ୱର : କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଲାଗି ଆଜି ଅପରାହ୍‌ଣ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ଲାଗି ରାଜ୍ୟ ସରକାର ଘୋଷଣା କରିବା ପରେ ବ୍ୟାପକ ପ୍ରସ୍ତୁତି ହୋଇଛି। କମିସନରେଟ୍‌ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସୂଚନା ଅନୁସାରେ, ଭୁବନେଶ୍ୱରର ସବୁ ପ୍ରମୁଖ ଟ୍ରାଫିକ ଛକରେ ସଙ୍ଗୀତ ଗାନ କରାଯିବ। ଠିକ୍ ଏହାର ୩ ମିନିଟ ପୂର୍ବରୁ ଅର୍ଥାତ୍ ୫ଟା ୨୭ରେ ଟ୍ରାଫିକ୍‌ […]

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ କମିବାରେ ଲାଗିଥିବା ବେଳେ କାଳବୈଶାଖୀ ତାଣ୍ଡବ ଆରମ୍ଭ ହୋଇଯାଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ୩୧ ତାରିଖ ଦିନ ବଡ଼ କାଳବୈଶାଖୀର ସମ୍ଭାବନା ରହିଛି। ୫୦ରୁ ୬୦କିମି ବେଗରେ ପବନ ବହିବା ସହ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା […]

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୯୬ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ସଙ୍ଗରୋଧରେ ଥିଲେ। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୯୬ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ୫୦ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି। […]

Social media & sharing icons powered by UltimatelySocial