ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ […]

କଟକ: ବିଶ୍ଵପ୍ରସିଦ୍ଧ କଟକର ତାରକସି କାମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ (ଜିଆଇ) ମାନ୍ୟତା ମିଳିଛି। କଟକର ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ନେଇ ଚେନ୍ନାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି। ଏହାକୁ ମିଶାଇ ବର୍ତ୍ତମାନ ଓଡିଶାର ଜିଆଇ ମାନ୍ୟତା ପାଇଥିବା ସମଗ୍ରୀ ତାଲିକା ୨୬କୁ ବୃଦ୍ଧି ପାଇଛି। କଟକର ତାରକସି କାମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ (ଜିଆଇ) ମାନ୍ୟତା ମିଳିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଟି ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍‌ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ […]

ଲାଞ୍ଜିଗଡ଼: ବିଦ୍ୟୁତ୍‌ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କନ୍ଦସାର୍ଲି ଗ୍ରାମବାସୀ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। ବିଶ୍ୱନାଥପୁରରୁ କଲ୍ୟାଣସିଂହପୁର ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କୁମାରଗୁଡ଼ାରୁ କନ୍ଦସାର୍ଲି ଗାଁକୁ ସଂଯୋଗ କରୁଥିବା ବିଦ୍ୟୁତ୍‌ ତାର ୩ ମାସ ହେଲା ଛିଣ୍ଡି ଯାଇଛି। ବାରମ୍ବାର ଅଭିଯୋଗ କଲେ ବି ବିଦ୍ୟୁତ ବିଭାଗର କର୍ମଚାରୀ ଶୁଣୁନାହାନ୍ତି। ବର୍ତ୍ତମାନ ସ୍କୁଲ, […]

ରାୟଗଡା: ଆଜି ରାୟଗଡା ଜିଲ୍ଲା ଚାନ୍ଦିଲି ନିକଟସ୍ଥ ନାଗାବଳୀ ନଦୀରେ ଦୁଇ ନାବାଳିକା ବୁଡି ମୃତ୍ୟୁବରଣ କରିଛନ୍ତି। ଘଟଣା ଅନୁଯାୟୀ ଚାନ୍ଦିଲି ମହିମା ପଡା ଅଞ୍ଚଳର ରାଜକୁାମର ସୁନାଙ୍କ ଝିଅ ହେମାବତୀ ସୁନା(୧୧) ଏବଂ ତୁଳସା ଅବଦୁଲଙ୍କ ଝିଅ ଅନୁ ଅବଦୁଲ(୧୦) ସ୍କୁଲ ଛୁଟି ପରେ ଗାଧୋଇବା ପାଇଁ ନିକଟସ୍ଥ ନାଗାବଳୀ ନଦୀକୁ ଯାଇଥିଲେ। ତେବେ ଗାଧୋଉଥିବା ବେଳେ ହଠାତ୍ ପାଣିରେ ଦୁହେଁ ଭାସିଯାଇଥିଲେ।ତେବେ ଦୁଇ ଜଣଯାକ ପାଣିରେ ଭାସିଯିବା […]

ଆସିକା: ଜଣେ ଗାଡ଼ି ମାଲିକଙ୍କ ବକେୟା ବିଲ୍‌ ପାସ୍‌ କରିବା ପାଇଁ ଲାଞ୍ଚ ନେଉଥିଲେ। ଏତିକିବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳସମ୍ପଦ ବିଭାଗ ଆସିକା ସିଏଡି ଭିଜିଜନ୍‌-୮ (ସେଚାଞ୍ଚଳ ଉନ୍ନୟନ ଖଣ୍ଡ) ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା। ସେମାନଙ୍କ ନିକଟରୁ ଲାଞ୍ଚ ବାବଦ ୨୦ହଜାର ଟଙ୍କା ଜବତ ‌କରାଯାଇଛି। ଲାଞ୍ଚ ନେବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଉଭୟଙ୍କୁ କାବୁ କରିଛି। […]

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର କୋଟିକୋଟି ଟଙ୍କା ଖର୍ଚ୍ଚରେ ମାଳାମାଳ ପ୍ରକଳ୍ପ ପ୍ରସ୍ତୁତ ହେଲା। ହେଲେ ସେଥିରୁ ଅଧାରୁ ଅଧିକ ଖତ ଖାଇ ରାଜଧାନୀବାସୀଙ୍କୁ ସେବା ଦେଇ ପାରୁନାହିଁ। ଏବେ ସ୍ମାର୍ଟ ସିଟି ବନ୍ଦ ହେବାକୁ ବସିଲାଣି। ଅପରପକ୍ଷରେ ବିଏମ୍‌ସି ମଧ୍ୟ ଜନସାଧାରଣଙ୍କ ସ୍ବାର୍ଥ ପାଇଁ କୋଟି କୋଟି ଟଙ୍କାରେ ପ୍ରକଳ୍ପ ପ୍ରସ୍ତୁତ କରୁଛି। ହେଲେ ସେଥିରୁ ଅନେକ କାମରେ ଲାଗି ପାରୁନାହିଁ। ପ୍ରକଳ୍ପଗୁଡ଼ିକରେ କେବଳ ଠିକାଦାର […]

ଫୁଲବାଣୀ: ଫୁଲବାଣୀ ଫାଷ୍ଟଟ୍ରାକ୍‌ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୧୭ ମସିହା ଜୁନ୍‌ ୨୩ ତାରିଖ ଦିନ ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମରେ ଅଭିଯୁକ୍ତ […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍‌ ଉପାଧିରେ ସମ୍ମାନିତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଭବ୍ୟ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ମିଶ୍ରଙ୍କୁ ଡି. ଲିଟ୍‌ ଉପାଧିରେ ସମ୍ମାନିତ କରିଥିଲେ। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ।୧୯୭୨ ବ୍ୟାଚ୍‌ ଭାରତୀୟ […]

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଗୁରୁବାର ବାର୍ଷିକ ଅଧିବେସନରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୟୁକ୍ରେନ ସହିତ ଜାରି ରହିଥିବା ଯୁଦ୍ଧ ସମୟରେ ପୁଟିନଙ୍କ ଏହି ଭାଷଣ ରୁ‌ଷିଆବାସୀଙ୍କ ସହିତ ଆମେରିକା, ୟୁରୋପ ଏବଂ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ପୁଟିନ ପୁଣିଥରେ ୟୁକ୍ରେନକୁ ସହାୟତା ଯୋଗାଇ ଦେଉଥିବା ଦେଶଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି। ରୁଷିଆ ବିରୋଧରେ ଯିବା ଦ୍ୱାରା ‌ସେସବୁ ଦେଶର କ୍ଷତି ହେବ ବୋଲି […]

Social media & sharing icons powered by UltimatelySocial