ପୁରୀ: ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ଅଫିସର ବୀର ବିକ୍ରମ ଯାଦବ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶ୍ରୀ ଯାଦବ ପ୍ରଥମେ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିରର ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ଥିଲେ। ପରେ ସେ ଶ୍ରୀମନ୍ଦିର କାର୍ଯ୍ୟଳୟକୁ ଯାଇ ଦାୟିତ୍ୱ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ବୀର ବିକ୍ରମ […]

ଭୁବନେଶ୍ବର: ଭୁବନେଶ୍ବର ନୂଆ ରେଳଷ୍ଟେସନ୍‌ ପୂର୍ଣ୍ଣାଙ୍ଗ କେବେ? ସୋମବାର ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପୂର୍ବତଟ ରେଳପଥ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଷ୍ଟେସନ୍‌ରେ ୪ଟି ଟ୍ରେନ୍‌ ରହଣି ପାଇଁ ସ୍ଥିର ହୋଇଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-କଟକ-ପୁରୀ ମେମୁ, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ, ପଲାସା-କଟକ-ପଲାସା ପାସେଞ୍ଜର ଓ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍‌-ଖଡ଼ଗପୁର ଫାଷ୍ଟ ପାସେଞ୍ଜର୍‌। ଆସନ୍ତା ୧୦ ତାରିଖଠାରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ‌ରେଳପଥ ପକ୍ଷରୁ ସୂଚନା […]

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପଳାଶୁଣି ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପଳାଶୁଣି ଛକ ନିକଟରେ ଏକ ଟ୍ରକର ବ୍ରେକ୍ ଫେଲ ହୋଇ ରାସ୍ତାରେ ଠିଆ ହୋଇଥିଲା। ତାକୁ ଏକ କାର ଧକ୍କା ଦେଇଥିଲା। ତାପରେ ଆଉ ଏକ ଟ୍ରକ୍ କାରକୁ ପଛପଟୁ ଧକ୍କା ଦେଇଥିଲା। ୨ଟି ଟ୍ରକ ମଝିରେ ଚାପି ହୋଇଯାଇଥିଲା କାରଟି। ତାପରେ ସେହି କାର ଚାଳକ ଚାପି ହୋଇଯାଇଥିଲେ ଏବଂ ଘଟଣାସ୍ଥଳରେ […]

ଭୁବନେଶ୍ୱର : ରାଜଧାନୀର ଜଳବନ୍ଦୀ ସମସ୍ୟା ସୁଧୁରିନି କିମ୍ବା ନିକଟ ଭବିଷ୍ୟତରେ ମଧ୍ୟ ସୁଧୁରିବାର ନାହିଁ। ୧୦ଟି ମୁଖ୍ୟ ଡ୍ରେନ୍‌ ଓ ୨ଟି ଶାଖା ଡ୍ରେନ୍‌ର ସମ୍ପ୍ରସାରଣ ପାଇଁ ଯେଉଁ ଯୋଜନା ହୋଇଥିଲା, ତାହା ଅଧା ବାଟରେ ଅଟକିଛି। ଏଯାବତ୍‌ ଜମି ଅଧିଗ୍ରହଣ ହୋଇନାହିଁ। ତେଣୁ ପ୍ରତିବର୍ଷ ଭଳି ଆଗାମୀ ବର୍ଷା ଋତୁରେ ରାଜଧାନୀ ପୁଣି ଭାସିବା ଥୟ ହୋଇଛି। ଅପାରଗ ଅଧିକାରୀଙ୍କ ପାଇଁ ଭୁବନେଶ୍ବର ବାସିନ୍ଦା ପୁଣି ଜଳବନ୍ଦୀ […]

ଭୁବନେଶ୍ୱର: ପୌର ନିର୍ବାଚନ ସରିଛି। ନେତାମାନେ ଭୋଟରଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେଇଛନ୍ତି। ହାତଯୋଡ଼ି ନତମସ୍ତକ ହୋଇ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ଭୋଟର୍‌ଙ୍କ ମନରେ ଭରସା ଓ ବିଶ୍ବାସ ଜନ୍ମାଇ ଭୋଟ୍‌ ହାତେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। କିଛି ପ୍ରାର୍ଥୀ ଭୋଟର୍‌ଙ୍କ ହୃଦୟ ଜିତି ବିଜୟ ତିଳକ ପିନ୍ଧିଛନ୍ତି ଓ ଆଉ କେତେଜଣ ପରାଜୟ ବରଣ କରିଛନ୍ତି। ଏମିତି ପ୍ରତି ପୌର ନିର୍ବାଚନରେ ଘଟୁଛି। ହେଲେ ବିଜୟ ପରେ […]

ଭୁବନେଶ୍ବର: ଓଡ଼ିଶା ପୁଲିସର ୮୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସପ୍ତମ ବାଟାଲିଆନଠାରେ କମିସନରେଟ ପୁଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମିସନରେଟ ପୁଲିସ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ ନେଇ ଆଜି ସଂକଳ୍ପ ନିଆଯାଇଥିବା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସେବା ମନୋବୃତ୍ତି ନେଇ କମିସନରେଟ ପୁଲିସ କାମ କରିବ। […]

ଭୁବନେଶ୍ୱର: ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି। ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶକ୍ତି ସଚିବ ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କାର ଏକ ଚେକ୍‌ ମୁଖ୍ୟ ଶାସନ […]

ଭୁବନେଶ୍ୱର : ଚେତିଲାନି ପ୍ରଶାସନ। ବାରମ୍ବାର ସତର୍କ ସତ୍ତ୍ବେ ରାଜଧାନୀ ଉପକଣ୍ଠ ଭୁଆସୁଣୀ ଡମ୍ପିଂୟାର୍ଡରେ ପଡ଼ୁଛି ରାଜଧାନୀର ଅଳିଆ। ପାଖାପାଖି ୧୨ ବର୍ଷ ଧରି ଏହି ଡମ୍ପିଂୟାର୍ଡ ସମସ୍ୟା ରହିଥିଲେ ହେଁ ପ୍ରଶାସନିକ ଉଦାସୀନତା କାରଣରୁ ସମାଧାନ କରାଯାଉ ନାହିଁ। ଯେଉଁଥିପାଇଁ ଡମ୍ପିଂୟାର୍ଡରେ ବାରମ୍ବାର ନିଆଁ ଲାଗି ‌ରାଜଧାନୀ ପ୍ରତି ବିପଦ ସୃଷ୍ଟି କରୁଛି। ହଜାର ହଜାର ଲୋକେ ପ୍ରଭାବିତ ହେଉଛନ୍ତି। ବିଶେଷକରି ଖରା ଦିନେ ଏଠାରେ ଭୟଙ୍କର ପରିସ୍ଥିତି […]

ଭୁବନେଶ୍ୱର: ଆଜି ମଧ୍ୟ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର୍ ପିଛା ୮୫ ପଇସା ଓ ଡିଜେଲ ଲିଟର ପିଛା ୭୪ ପଇସା ବଢ଼ିଛି। ଏହାଫଳରେ, ରାଜଧାନୀରେ ପେଟ୍ରୋଲ ଲିଟର ପିଛା ଦର ହେଲା ୧୦୭.୧୧ ଓ ଡିଜେଲ୍ ୯୬.୮୩ ଟଙ୍କା। ଏଣେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ସାରା ଦେଶରେ ଲିଟର ପିଛା ପେଟ୍ରୋଲ ୮୦ ପଇସା ଓ […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ୨୦୨୨ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜନ ହେବାକୁ ଯାଉଛି। ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ […]

Social media & sharing icons powered by UltimatelySocial