ନାହାନ୍ତି ଡାକ୍ତର, ରୋଗୀଙ୍କୁ ମିଳୁନି ଥଣ୍ଡା ଔଷଧ ଚନ୍ଦ୍ରଶେଖରପୁର : ରାଜଧାନୀରେ ମାଡି ଚାଲିଛି କରୋନା। ତା’ ସାଙ୍ଗକୁ ଥଣ୍ଡା, ଜ୍ବର ବି ବଢ଼ୁଛି। ଶୀତ ସାଙ୍ଗକୁ ବର୍ଷା ପାଗ ହୋଇଥିବାରୁ ପ୍ରତି ଘରେ ଘରେ ଏବେ ଥଣ୍ଡା ରୋଗୀ। କଲୋନିଠାରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ, ସବୁଠି ସମାନ ଚିତ୍ର। ସହରରେ ସ୍ଥିତି ଅଧିକ ଗମ୍ଭୀର ହେଉଥିବା ବେଳେ ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ରୋଗୀଙ୍କ ଭିଡ଼ ଜମୁଛି। […]

କଟକ: ରାଜ୍ୟ ସ୍ବାସ୍ଥ୍ୟ ସେବାର ପ୍ରାଣକେନ୍ଦ୍ର କଟକ। ଏଠା‌ରେ ରୋଗୀଙ୍କ ପାଇଁ ରାତି ଦିନ ଏକ। ସବୁବେଳେ ଆମ୍ବୁଲାନସ ଲାଗି ଥାଏ ପଛକୁ ପଛ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରେଫର ହୋଇ ‌ରୋଗୀ କଟକ ବଡମେଡିକାଲକୁ ଆସନ୍ତି। ତେବେ ଦିନରେ ଯାହା ଯେମିତି ଚିକତ୍ସା ବ୍ୟବସ୍ଥା ଢଙ୍ଗ‌ରେ ଚାଲିଥାଏ। ‌ହେଲେ ରାତି ହେଲେ ବ୍ୟବସ୍ଥା ବିଗିଡି ଯାଏ। ଅଜଣା ‌ରୋଗୀ ସଂପର୍କୀୟ ବାଟ ପାଏନା। କଟକର ଜରୁରୀ ଚିକିତ୍ସ‌ା ବ୍ୟବସ୍ଥା […]

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଚିକିତ୍ସା ପାଇଁ ମର୍କ କମ୍ପାନୀର ବଟିକା ବ୍ୟବହାରକୁ ମିଳିଲା ଅନୁମୋଦନ। ଏହା କୋଭିଡ -୧୯ର ସଫଳ ଚିକିତ୍ସାରେ ସହାୟକ ହେବ ବୋଲି ବିଶ୍ବର ପ୍ରଥମ ଆଣ୍ଟିଭାଇରାଲ ବଟିକାର ସର୍ତ୍ତମୂଳକ ବ୍ୟବହାରକୁ ବ୍ରିଟେନ ଅନୁମୋଦନ କରିଛି। ବ୍ରିଟେନ ହେଉଛି ପ୍ରଥମ ଦେଶ ଯିଏ ଏହି ବଟିକା ଦ୍ବାରା କରୋନାର ଚିକିତ୍ସା କରିବା ପାଇଁ ଅନୁମତି ଦେଇଛି। ହେଲେ ଏହି ବଟିକା କେତେ ଶୀଘ୍ର ଉପଲବ୍ଧ ହେବ ତାହା […]

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣାଧୀନ ବୋଲି କୁହାଯାଉଛି। କିନ୍ତୁ କ୍ୟାପିଟାଲ ହସ୍‌ପିଟାଲରେ ଗତ କିଛି ଦିନ ହେଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୈନିକ ୧୨୦ ନମୁନା ପରୀକ୍ଷା ହେଉଥିବା ବେଳେ ୨୫ ରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା.ଲକ୍ଷ୍ମୀଧର ସାହୁଙ୍କ ସୂଚନା ଅନୁସାରେ ଦୈନିକ ହରାହାରି ୨୦ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଏଠାରେ ଚିକିତ୍ସିତ ହେଉଛନ୍ତି। ଆଜି ୧୮ […]

ଶିଶୁ ରୋଗୀଙ୍କ କ୍ଷୀର, ବିସ୍କୁଟ ଖାଇବା ସହ ପିଲାଙ୍କ ଶଯ୍ୟାରେ ଶୋଉଛନ୍ତି ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଏବେ କୁକୁର ଓ ବିଲେଇଙ୍କ ଉତ୍ପାତ ବଢ଼ିଯାଇଛି। ହସ୍ପିଟାଲ ଭିତରେ ନିର୍ଭୟରେ କୁକୁର ଓ ବିଲେଇ ବିଚରଣ କରୁଛନ୍ତି। ଏଥିପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅସୁବିଧାରେ ପଡ଼ୁଛନ୍ତି। ହେଲେ ସବୁ ଜାଣି ହସ୍ପିଟାଲ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବିଲେଇଙ୍କ ପ୍ରାଦୁର୍ଭାବ ଯୋଗୁଁ ଶିଶୁ ବିଭାଗରେ […]

‘କେଣ୍ଡିଡା ଅରିସ’ର ଚିହ୍ନଟ ପାଇଁ ଡିଭାଇସ ପ୍ରସ୍ତୁତ କରୁଛି ଏମ୍ସ ଭୁବନେଶ୍ବର : ଡାକ୍ତରଖାନା ଆଇସିୟୁରେ ସଂକ୍ରମଣ ନିୟନ୍ତ୍ରଣର ଉପଯୁକ୍ତ ବ୍ୟବସ୍ଥା ନାହିଁ। ଏଥିଯୋଗୁଁ ଆଇସିୟୁରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ମଧ୍ୟ ରୋଗୀ ବିଭିନ୍ନ ଫଙ୍ଗସ୍‌ ଜନିତ ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି। କିଛି ଦିନ ହେଲା ‘କେଣ୍ଡିଡା ଅରିସ’ ନାମକ ନୂତନ ପ୍ରକାର ଫଙ୍ଗାଲ ସଂକ୍ରମଣ ହେଉଛି; ଯାହାର ଚିହ୍ନଟ ସହଜ ହେଉନାହିଁ। ଏଥିଯୋଗୁଁ […]

ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ ଜରୁରୀକାଳୀନ ବିଭାଗରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ଟୋକନ ମିଳିବାରେ ସମସ୍ୟା ହେଉଛି ବୋଲି ଅଭିଯୋଗ ହେଉଛି। ଟୋକନ ବଣ୍ଟନ ଦାୟିତ୍ବରେ ଥିବା ବେସରକାରୀ ସଂସ୍ଥା ରୋଗୀମାନଙ୍କୁ ହଇରାଣ କରୁଥିବା ଦେଖିବାକୁ ମଳୁଛି। ଉକ୍ତ ସଂସ୍ଥା ରୋଗୀର ଅବସ୍ଥା ପରଖିବା ବାହାନାରେ ମନମାନୀ କରୁଛି ବୋଲି ଅଭିଯୋଗ ହେଉଛି। ଅନେକ ସମୟରେ ରୋଗୀର ଅବସ୍ଥା ସଙ୍ଗୀନ ନଥିବା ଦର୍ଶାଇ ଟୋକନ ଦେଉନାହିଁ ଓ […]

ରାତି ୨ଟାରେ ଶିଶୁକନ୍ୟା ତଣ୍ଟିରୁ ବାହାରିଲା ଲୁହା ପିନ୍‌ ଭୁବନେଶ୍ୱର: ତଣ୍ଟିରେ ଲୁହା ପିନ୍‌ ଲାଗି ଯାଇଥିବା ୧୦ ମାସର ଶିଶୁକନ୍ୟାଟି ଯନ୍ତ୍ରଣାରେ ଛଟପଟ ହେଉଥିଲା। ମାତ୍ର ଡାକ୍ତରଙ୍କ ମନରେ ଟିକିଏ ବି ଦୟା ହେଲା ନାହିଁ। ଗରିବ ବାପାମା’ ଯେତେ ନେହୁରା ହେଲେ ମଧ୍ୟ ନିର୍ଦ୍ଦୟ ଡାକ୍ତର କିଛି କଲେ ନାହିଁ। ଏକ୍‌ସ-ରେ କଲେ ଯାଇ ସେ କିଛି କରିବେ ବୋଲି କହି ଶିଶୁଟିର ଚିକିତ୍ସାକୁ ଜାଣିଶୁଣି ଏଡ଼ାଇ […]

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ମୁହାଁ ହେଲାଣି। ଆଜି ଆଉ ୫୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୩୦ରେ ପହଞ୍ଚିଛି। ସେଥିରୁ (ଅଗଷ୍ଟ ୨୧ ତାରିଖ ସୁଦ୍ଧା) କେବଳ କ୍ୟାପିଟାଲ ହସ୍ପିଟାଲ୍‌କୁ ଆସି ଡେଙ୍ଗୁ ପରୀକ୍ଷା କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୫ ଛୁଇଁଛି। ପ୍ରତିଦିନ ଶତାଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସି ଡେଙ୍ଗୁ ପରୀକ୍ଷା କରୁଛନ୍ତି ଏବଂ ସେଥିରୁ ଅଧିକାଂଶ […]

ଭୁବନେଶ୍ବର : ଏମ୍ସରେ ପ୍ରହସନ ପାଲଟିଛି ବିଜୁ ସ୍ବାସ୍ଥ୍ୟ ଯୋଜନା। ସୁବିଧା ପାଇବା ପାଇଁ ଦୁଇ ଦିନ ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏଥିଯୋଗୁଁ ଅନେକ ଆବେଦନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହି ଯୋଜନାରେ ପ୍ରତିଦିନ ଆବେଦକଙ୍କ ସଂଖ୍ୟା ଶହେରୁ ଅଧିକ। କିନ୍ତୁ ଦୈନିକ ମାତ୍ର ୧୦ରୁ ୧୨ ରୋଗୀଙ୍କୁ ଟୋକନ୍‌ ମିଳୁଥିବାରୁ ସମ୍ପର୍କୀୟମାନେ ନାକେଦମ୍‌ ହୋଇ ପଡ଼ୁଛନ୍ତି। ମାର୍ଚ୍ଚ ମାସରୁ ରାଜ୍ୟ ସରକାରଙ୍କ ପକ୍ଷରୁ […]

Social media & sharing icons powered by UltimatelySocial