ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ପରିକ୍ରମା କରିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି ହକି ବିଶ୍ୱକପର ଟ୍ରଫି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଭିନ୍ନ ବାଦ୍ୟର ତାଳେ ତାଳେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି। ଟ୍ରଫିକୁ ସ୍ୱାଗତ କରିବାକୁ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ମେୟର ସୁଲୋଚନା […]

ରାଉରକେଲା: ରାଉରକେଲାରେ ନବନିର୍ମିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଭାରତ ଓ କୋରିଆ କନିଷ୍ଠ ଦଳ ମଧ୍ୟରେ ରବିବାରଠାରୁ ୩ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଗୁରୁବାର ଭାରତୀୟ ଦଳ ଅଭ୍ୟାସ ମ୍ୟାଚ୍‌ରେ ୭-୨ ଗୋଲ୍‌ରେ ସେଲ୍‌ ହକି ଏକାଡେମୀ(ରାଉରକେଲା)କୁ ପରାସ୍ତ କରିଥିବାବେଳେ ଶୁକ୍ରବାର କୋରିଆ ଦଳ ତା’ର ଅଭ୍ୟାସ୍‌ ମ୍ୟାଚ୍‌ରେ ଓଡ଼ିଶା ଦଳଠାରୁ ପରାସ୍ତ ହୋଇଛି।ଶୁକ୍ରବାର ସନ୍ଧ୍ୟାରେ ଷ୍ଟାଡିୟମ୍‌ର […]

ଟିମରେ ଓଡ଼ିଆ ପୁଅ ନକୁଳ ବଡ଼ନାୟକ ବେଙ୍ଗାଲୁରୁ : ଦୃଷ୍ଟିହୀନ ଟି-୨୦ କ୍ରିକେଟରେ ଭାରତ ବିଶ୍ବ ଚାମ୍ପିଅନ ହୋଇଛି। ବେଙ୍ଗାଲୁରୁର ଏନ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ବାଂଲାଦେଶକୁ ୧୨୦ ରନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨ ଓ୍ବିକେଟ ହରାଇ ୨୭୭ ରନ କରିଥିଲା। ଭାରତ ପକ୍ଷରୁ ରମେଶ ୧୬୩ ରନ କରିଥିବାବେଳେ ଅଜୟ ୧୦୦ ରନ […]

ରାଉରକେଲା: ହକି ବିଶ୍ୱକପ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା। ଆଜି ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ପତାକା ଉତ୍ତୋଳନ କରି ଏହାକୁ ଉଦଘାଟନ କରିଛନ୍ତି। ରାଉରକେଲାଠାରେ ଅନୁଷ୍ଠିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ପାନପୋଷ ଉପଖଣ୍ଡର ପ୍ରାୟ ୫୦ଟି କଲେଜର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। […]

ନୂଆଦିଲ୍ଲୀ : ପ୍ରଥମ ୨ଟି ମ୍ୟାଚ ହାରି ସିରିଜ୍ ହାରିଯାଇଥିବା ଭାରତୀୟ ଦଳ ଚଟ୍ଟଗ୍ରାମରେ ଅନୁଷ୍ଠିତ ୩ୟ ଦିନିକିଆରେ ରନର ପାହାଡ଼ ଛିଡ଼ା କରିଛି। ଇଶାନ କିଷନଙ୍କ ବିସ୍ଫୋରକ ଦ୍ୱିଶତକ ଓ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ବାଂଲାଦେଶ ଆଗରେ ୪୧୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ […]

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ବା ବିସିସିଆଇ ଭାରତୀୟ ମହିଳା କ୍ରିକେଟ୍ ଦଳର କୋଚିଂ ଷ୍ଟାଫରେ ଏକ ବଡ଼ ପରିବର୍ତ୍ତନ କରିଛି। ବାସ୍ତବରେ ବୋର୍ଡ ପୂର୍ବତନ ଭାରତୀୟ କ୍ରିକେଟର ଋଷିକେଶ କାନିଟକରଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ନୂତନ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ଘରୋଇ ଟି -୨୦ ସିରିଜ୍ ପୂର୍ବରୁ ସେ ଦଳରେ ଯୋଗଦେବେ। ଅଷ୍ଟ୍ରେଲିଆ ବିପକ୍ଷରେ […]

ଭୁବନେଶ୍ୱର : ଏସିଆର ଦୀର୍ଘତମ ସାଇକଲେ ଅଭିଯାନ ‘ଟୁର୍-ଦେ-କଳିଙ୍ଗ’ର ଚତୁର୍ଥ ସଂସ୍କରଣ ଚଳିତ ମାସ ୧୧ ତାରିଖରୁ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ ହେବ। ଏହି ଅଭିଯାନ ସମୟରେ ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଗ୍ରାମରେ ପ୍ରଦୂଷଣ, ଗ୍ଲୋବାଲ ୱାର୍ମିଂ ଏବଂ ଡ୍ରଗ୍‌ସ ଭଳି ପ୍ରସଙ୍ଗ ଉପରେ ଜନସାଧାରଣଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ୧୧ ତାରିଖ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା କରିବ ଏବଂ ପୁନର୍ବାର ‌ଭୁବନେଶ୍ୱର […]

ଦୋହା : କତାରରେ ଖେଳାଯାଉଥିବା ଫୁଟବଲ ବିଶ୍ବକପରେ ମଙ୍ଗଳବାରଦିନ ସବୁଠାରୁ ବଡ଼ ବିପର୍ଯ୍ୟୟ ହୋଇଛି। ସାଉଦି ଆରବ ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଲିଏନେଲ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଛି। ମେସି ମ୍ୟାଚର ଦଶମ ମିନିଟରେ ପେନାଲ୍ଟି ମାରି ନିଜ ଦେଶ ପାଇଁ ସ୍କୋର କରିଥିଲେ। ଏହି ଗୋଲ ସହିତ ସେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାତଟି ବିଶ୍ୱକପ ଗୋଲର ରେକର୍ଡର ସମକକ୍ଷ ହୋଇଛନ୍ତି। ଏହା ସହିତ ସେ ଆର୍ଜେଣ୍ଟିନାର […]

ଆଡିଲେଡ୍ : ଭାରତ ବିଶ୍ୱ ଚାମ୍ପିଅନ ଆଶା ଧୂଳିସାତ ହୋଇଯାଇଛି। ଗୁରୁବାର ଖେଳାଯାଇଥିବା ୨ୟ ସେମିଫାଇନାଲ ମ୍ୟାଚରେ ଭାରତକୁ ୧୦ ଓ୍ବିକେଟରେ ଶୋଚନୀୟଭାବେ ହରାଇ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ଇଂଲଣ୍ଡ ଆସନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭେଟିବ। ଇଂଲଣ୍ଡର ବିଜୟ ପାଇଁ ଭାରତ ୧୬୯ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଇଂଲଣ୍ଡର ଦୁଇ ଓପନର ଆଲେକ୍ସ ହେଲ୍ସ ଓ ଜସ ବଟଲର ହିଁ ଖେଳ […]

ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ସୁପର-୧୨ର ଏକ ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୧୭୯ ରନ କରିଥିଲା। ଆଜିର ମ୍ୟାଚରେ ପୁଣି ବିଫଳ ହୋଇଥିଲେ କେଏଲ ରାହୁଲ। ସେ ମାତ୍ର […]

Social media & sharing icons powered by UltimatelySocial