ସର୍ଜିକାଲ ଷ୍ଟ୍ରାଇକ୍‌ ପୂର୍ବରୁ ପାକିସ୍ତାନକୁ କହିଥିଲି,ସମୟ ଅଛି ତ ଶବ ଉଠାଅ…

ନୂଆଦିଲ୍ଲୀ: ୪ଦିନିଆ ବିଦେଶ ଗସ୍ତରେ ଥିବା ମୋଦି ଲଣ୍ଡନରୁ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ୱେଷ୍ଟମିନିଷ୍ଟର ସେଣ୍ଟ୍ରାଲ ହଲରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କଲା ବେଳେ ବଖାଣିଛନ୍ତି ସର୍ଜିକାଲ ଷ୍ଟ୍ରାଇକର ପୂରା କାହାଣୀ। ସେ କହିଛନ୍ତି,“ଯେତେବେଳେ ଭାରତର ସେନା ସର୍ଜିକାଲ ଷ୍ଟ୍ରାଇକ୍ କଲେ, ସେତେବେଳେ ଭାରତୀୟ ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ସେ ପ୍ରଥମେ ପାକିସ୍ତାନକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଯଦି ସମୟ ଅଛି ତେବେ ଶବ ଉଠାଅ ବୋଲି ପାକିସ୍ତାନ ସେନାକୁ କହିଥିଲେ।”

ଏହି ଅବସରରେ ଆତଙ୍କବାଦ ପ୍ରସଙ୍ଗରେ ମୋଦି ପାକିସ୍ତାନ ଉପରେ ମନଇଚ୍ଛା ବର୍ଷିଥିଲେ। ଏହାସହ ନିଜ ଅଭିଭାଷଣରେ କାଠୁଆ ଗଣଦୁଷ୍କର୍ମ କଥା ଉଠାଇଥିଲେ। ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଖୁବ୍ ମର୍ମାହତ ବୋଲି କହିବା ସହ ଏହାକୁ ନେଇ ରାଜନୀତିକରଣ କରାଯିବା ଉଚିତ୍ ନୁହେଁ ବୋଲି କହିଥିଲେ।

Share Now:

Kalinga News Beuro

Leave a Reply

Next Post

ଏଟିଏମ୍‌ରେ ଟଙ୍କା ଅଭାବ: ଆସନ୍ତାକାଲି ୩୦ଟି ଜିଲ୍ଲାର ସମସ୍ତ ରାଷ୍ଟ୍ରାୟାତ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବ ବିଜେଡି

Fri Apr 20 , 2018
ଭୁବନେଶ୍ୱର: ଗତ କିଛି ଦିନ ହେବ ଦେଶର ଏଟିଏମଗୁଡ଼ିକରେ ଅର୍ଥ ଅଭାବ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିଜେଡି ପ୍ରବଳ ମାତ୍ରାରେ ଗର୍ଜିଛି। ଏ ନେଇ ଆସନ୍ତାକାଲି ୩୦ଟି ଜିଲ୍ଲାର ସମସ୍ତ ରାଷ୍ଟ୍ରାୟାତ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ କରିବ ବିଜେଡି। ଭୁବନେଶ୍ୱର ଆରବିଆଇ ସାମନାରେ ବିଜେଡି ଧାରଣା ଦେବ। ଶାନ୍ତିପୂର୍ଣ୍ଣ ଭାବେ ଦିନ ୧୦ରୁ ଦିନ ୧୨ଟା ଯାଏଁ ୨ ଘଣ୍ଟିଆ ପ୍ରତିବାଦ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial