ସିଲ୍‌ ‌ହେଲା ରାମ ମନ୍ଦିରର ଫଙ୍କ୍‌ସନ୍‌ ହଲ : ୫୦୦୦ ଜରିମାନା ଆଦାୟ

ସିଲ୍‌ ‌ହେଲା ରାମ ମନ୍ଦିରର ଫଙ୍କ୍‌ସନ୍‌ ହଲ୍‌

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲୁଥିବା କାରଣରୁ ସଚେତନତା ବ୍ୟବସ୍ଥାକୁ ପୂର୍ବାପେକ୍ଷା କଡ଼ାକଡ଼ି କରାଯାଇଛି। ଏହି ପରିସ୍ଥିତିରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ବିନା ଅନୁମତିରେ ଜନପଥରେ ଥିବା ରାମ ମନ୍ଦିର ପରିସରରେ ଥିବା ଫଙ୍କ୍‌ସନ୍‌ ହଲ୍‌ରେ ଏକ ଜନ୍ମଦିନ ଉତ୍ସବ ପାଳନ ହେଉଥିବାରୁ ହଲ୍‌କୁ ସିଲ୍‌ କରାଯାଇଛି। ବିଏମସି ଜୋନାଲ ଡେପୁଟି କମିସନର (ଦକ୍ଷିଣ ପୂର୍ବ) ଅଂଶୁମାନ ରଥ ଘଟଣାସ୍ଥଳକୁ ପରିଦର୍ଶନ କରି ଏହି ଉତ୍ସବ ବିଏମ୍‌ସିର ଅନୁମତି ବିନା ହେଉଥିବା ଜାଣିବାକୁ ପାଇଲେ। ବିଏମ୍‌ସିର ବିନା ଅନୁମତିରେ କୌଣସି ଉତ୍ସବ ପାଳନ ହୋଇ ପାରିବ ନାହିଁ ବୋଲି ନିୟମ ରହିଥିବା ବେଳେ ଏପରି ଭାବେ ରାମ ମନ୍ଦିର ହଲ୍‌ରେ ଜନ୍ମଦିନ ପାଳନ ହୋଇଥିବାରୁ ତାହାକୁ ଖାଲି କରି ସିଲ୍‌ କରାଯାଇଛି। ଉତ୍ସବ ସଂପର୍କରେ ଖବର ମିଳିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ତୁରନ୍ତ ସେହି ସ୍ଥାନରୁ ଅପସାରିତ କରାଯାଇଛି ଓ ଜନ୍ମଦିିନ ଆୟୋଜନ କରିଥିବା ବ୍ୟକ୍ତିଙ୍କଠାରୁ ୫୦୦୦ ଜରିମାନା ଆଦାୟ କରାଯାଇଛି।

Share Now:

Kalinga News Beuro

Next Post

କରୋନା ବଢ଼ାଇବେ ଅମାନିଆ ଛାତ୍ରଛାତ୍ରୀ :ସାମାଜିକ ଦୂରତା ଶୂନ୍

Wed Apr 7 , 2021
ରମାଦେବୀରେ ୧୫୦ ଛାତ୍ରୀଙ୍କ କୋଭିଡ୍‌ ପରୀକ୍ଷା ଭୁବନେଶ୍ୱର: ରାଜଧାନୀର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ମାଡ଼ି ଚାଲିଛି କରୋନା। ପ୍ରଥମେ ଏକ୍ସଆଇଏମ୍‌ବିରୁ ୨୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ଏହାକୁ ସିଲ୍‌ କରିଥିଲା। ଏବେ ଡଜନେରୁ ଅଧିକ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇସାରିଲେଣି। ଅମାନିଆ ଛାତ୍ରଛାତ୍ରୀଙ୍କ ଲାଗି ଏହି ଧାରା ଜାରି ରହିଛି। ପ୍ରତିଦିନ ଏକାଧିକ ଶିକ୍ଷାନୁଷ୍ଠାନରୁ କରୋନା ଆକ୍ରାନ୍ତ ବାହାରୁଛନ୍ତି। ‌ଯେଉଁଥିପାଇଁ ଇତିମଧ୍ୟରେ […]
ରମାଦେବୀରେ ୧୫୦ ଛାତ୍ରୀଙ୍କ କୋଭିଡ୍‌ ପରୀକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial