ଭୁବନେଶ୍ବର ପାଣ୍ଡରାରେ ଅଗ୍ନିକାଣ୍ଡ: ଜଳିଗଲା ଫାଇବର୍ ବୋଟ

ଭୁବନେଶ୍ବର ପାଣ୍ଡରାରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ୱର ପାଣ୍ଡରାରେ ଆଜି ଅଗ୍ନିକାଣ୍ଡ ହୋଇଛି। ପାଣ୍ଡରାସ୍ଥିତ ଗଙ୍ଗୁଆ ବସ୍ତି ନିକଟରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡ ଯୋଗୁଁ ପୁରୁଣା ଲଞ୍ଚ ବୋଟ ପୋଡ଼ିଯାଇଥିବା ଜଣାଯାଇଛି। ନିଆଁ ଏତେ ପ୍ରଖର ବେଗରେ ଜଳୁଥିଲା ଯେ ତାହା ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଧୂଆଁ ଦେଖାଯାଉଥିଲା। ଏଠାରେ ପୁରୁଣା ଡଙ୍ଗାର ଭଗ୍ନାବଶେଷ ସାମଗ୍ରୀ ରହିଥିଲା।

ଆଜି ଅପରାହ୍ନରେ ନିଆଁ ଲାଗିଥିଲା। ଏଥିରେ ସମସ୍ତ ଡଙ୍ଗା ସାମଗ୍ରୀ ଜଳି ଯାଇଥିଲା। ତେବେ ନିଆଁ କେଉଁ କାରଣରୁ ଲାଗିଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ସେପଟେ ଦୁଇଟି ଦମକଳ ବାହିନୀ ପହଁଞ୍ଚି ନିଆକୁ ଆୟତ୍ତ କରିଥିଲେ।

Share Now:

Kalinga News Beuro

Next Post

ମିନି ପାକିସ୍ତାନ ବୟାନକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚନ ଆୟୋଗଙ୍କ ଚେତାବନୀ

Tue Apr 13 , 2021
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ନନ୍ଦିଗ୍ରାମ ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ନିର୍ବାଚନ ଆୟୋଗ। ତେବେ ନିର୍ବାଚନ ଆୟୋଗ ଶୁଭେନ୍ଦୁଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇଥିବାରୁ ଏହାକୁ ନେଇ ଖପ୍ପା ହୋଇଛି ତୃଣମୂଳ କଂଗ୍ରେସ। ଟିଏମସି ପକ୍ଷରୁ କୁହାଯାଇଛି ଗତ ମାସରେ ଶୁଭେନ୍ଦୁ ମମତାଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲେ ବି ନିର୍ବାଚନ ଆୟୋଗ କେବଳ ଚେତାବନୀ ହିଁ […]
ଶୁଭେନ୍ଦୁ ଅଧିକାରୀଙ୍କୁ ଚେତାବନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial