ନକଲି ପଞ୍ଜିକରଣ ପୋର୍ଟାଲରୁ ଦୂରେଇ ରୁହନ୍ତୁ: ପୁଲିସ ଡିଜି

ନକଲି ପଂଜୀକରଣ ପୋର୍ଟାଲରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର: ଟିକାକରଣ ନାଁରେ ନକଲି ପଞ୍ଜିକରଣ ପୋର୍ଟାଲରୁ ଦୂରେଇ ରୁହନ୍ତୁ। ଟିକାକରଣ ପାଇଁ ନାମ ପଞ୍ଜିକରଣ କରିବାଲାଗି ୩ଟି ଅସଲି ପୋର୍ଟାଲ ରହିଛି। ସେଗୁଡ଼ିକ ହେଲା ଆରୋଗ୍ୟ, କୋୱିନ ଓ ଉମଙ୍ଗ ପୋର୍ଟାଲ। ଟିକାକରଣ ପାଇଁ ଏହି ୩ଟି ପୋର୍ଟାଲ ହିଁ ରହିଛି। କୋଭିଡ ସଚେତନା ମୂଳକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ଅଭୟ ଏହା କହିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଅନ୍‌ଲାଇନ୍ ମାଧ୍ୟମରେ ଔଷଧ କିଣୁଥିଲେ ସତର୍କ ରୁହନ୍ତୁ। ସେହିପରି ଇ-କମର୍ସ ସାଇଟ୍‌ରୁ ଜିନିଷ କିଣିବା ପୂର୍ବରୁ ସଜାଗ ରହିଲେ ଭଲ। କିଛି ଠକ ସଂସ୍ଥା ସୋସିଆଲ ମିଡିଆ ମାଧ୍ୟମରେ ଆକର୍ଷିତ କରି ଠକି ନେଉଛନ୍ତି। ସୋସିଆଲ ମିଡିଆରେ ପ୍ରାଇଭେସିକୁ ଭଲ ଭାବରେ ରଖନ୍ତୁ। ତେଣୁ ସୋସିଆଲ ମିଡିଆରେ ଅଧିକ ତଥ୍ୟ ଦିଅନ୍ତୁ ନାହିଁ। କୋଭିଡ ସର୍ଭେ ନାଁରେ ଠକେଇ ନେଇ ଅଭିଯୋଗ ଆସୁଛି। ଘରୁ ବାହାରିଲେ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ। ସାମାଜିକ ଦୂରତା ରକ୍ଷା କରନ୍ତୁ। କେଉଁଠି ବି କୌଣସି ପରିସ୍ଥିତିରେ ଗହଳି କରୁ ନାହାନ୍ତି। କୋଭିଡ କଟକଣା ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ ଏନଫୋର୍ସମେଣ୍ଟ ଟିମ କାର୍ଯ୍ୟାନୁଷ୍ଠାନ କରୁଛନ୍ତି। କୋଭିଡ ନିୟମ ଭାଙ୍ଗିଥିବା ୧୬ ହଜାର ୬୮୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେମାନଙ୍କର ଠାରୁ ୯କୋଟି ୮ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଜରିମାନା ଆଦାୟ କରାଯାଇଛି। କଳାବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯଦି ଆପଣଙ୍କର ଅଂଚଳରେ କଳାବଜାରୀ ହେଉଛି, ନିକଟସ୍ଥ ଥାନାକୁ ସୂଚନା ଦେଇପାରିବେ। କୋଭିଡ ସମୟରେ ସାଇବର କ୍ରାଇମ ବଢ଼ିବାର ଅଛି। ତେଣୁ ଏଥି ପ୍ରତି ଲୋକେ ସତର୍କ ହେବା ଦରକାର।

Share Now:

Kalinga News Beuro

Next Post

ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ ‘ୟସ୍’ : ସ୍କାଏମେଟ୍

Thu May 20 , 2021
ମୌସୁମୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନକୁ ଓମାନ ପକ୍ଷରୁ ୟସ୍ ନାମକରଣ କରାଯ଼ାଇଛି। ୨୨ ମେରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ୨୩ ତାରିଖ ସକାଳ ସୁଦ୍ଧା ଡିପ୍ରେସନ ଓ ସେହିଦିନ ସଂଧ୍ୟାସୁଦ୍ଧା ଡିପ ଡିପ୍ରେସନରେ ପରିଣତ ହେବ ଓ ୨୪ ତାରିଖ ବେଳକୁ ବାତ୍ୟା ରୂପନେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ […]
ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ ‘ୟସ୍’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial