ନିଶ୍ବାସ ନେବାରେ ଅସୁବିଧା : ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀପ କୁମାର

ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀପ କୁମାର

ମୁମ୍ୱାଇ: ହିନ୍ଦୀ ସିନେମାର ଜଣାଶୁଣା ଅଭିନେତା ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲୀପ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ଆଜି ସକାଳ ୮.୩୦ରେ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପ କହିଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଡାକ୍ତରଙ୍କ ନୀରିକ୍ଷଣରେ ରହିଛି। ଗତ ମାସରେ ବି ଦିଲ୍ଲୀପ କୁମାର ରୁଟିନ ଚେକଅପ ପାଇଁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି ସ୍ତ୍ରୀ ସାୟରା ବାନୁ କହିଥିଲେ। ରିପୋର୍ଟ ଠିକ ଆସିବା ପରେ ତାଙ୍କୁ ହିନ୍ଦୁଜା ହସ୍ପିଟାଲରୁ ଛୁଟି କରାଯାଇଥିଲା।

Share Now:

Kalinga News Beuro

Next Post

ରାଜଧାନୀରୁ ଚିହ୍ନଟ ହେଲେ ୪୨୪ଜଣ କରୋନା ଆକ୍ରାନ୍ତ

Mon Jun 7 , 2021
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୪୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୯୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୩୬୯ଜଣ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୩୬୯ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରିଛି। ତେବେ ଏଯାବତ ରାଜ୍ୟରେ ୭୯୨୨ଟି କରୋନା ସକ୍ରିୟ ମାମଲା ଥିବା ବେଳେ ୩୫୮ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା ଭୁବନେଶ୍ବର […]
ରାଜଧାନୀରୁ ଚିହ୍ନଟ ହେଲେ ୪୨୪ଜଣ କରୋନା ଆକ୍ରାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial