ସମ୍ବଲପୁରରେ ଆଇପିଏଲ୍‌ ବେଟିଂ: ୬ ଗିରଫ

ସମ୍ବଲପୁର: ଗତ ରାତିରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଚାଲିଥିବା ଏକ ଆଇପିଏଲ୍‌ ମ୍ୟାଚ୍‌ରେ ବେଂଟି ଲଗାଇଥିବା ୬ ଜଣ ବ୍ୟକ୍ତିଙ୍କୁ ସଦର ଥାନା ପୁଲିସ ଗିରଫ କରିଛି।

ସେମାନଙ୍କ ଠାରୁ ୧୦ଟି ମୋବାଇଲ୍‌ ଫୋନ୍‌ ଏବଂ ନଗର ୬୭ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ରେଙ୍ଗାଲି ଅନ୍ତର୍ଗତ ମହାବୀର ଛକର ରାଜେଶ ଅଗ୍ରଓ୍ଵାଲ, ସମଲାଇ ମନ୍ଦିରପଡ଼ାର ସୁଦର୍ଶନ ମିଶ୍ର, ପ୍ରଧାନପାଲିର ବିଟୁ ଓରଫ ରହଦୀପ ଅଗ୍ରଓ୍ଵାଲ, କ୍ଷେତରାଜପୁର ମହାବୀର ଗଳିର ବୁଲୁ ଓରଫ ତପନ ଖେର୍‌ଓ୍ଵାଲ୍‌, ଆକାଶ ଅଗ୍ରଓ୍ଵାଲ ଏବଂ ଏସ୍‌ଆର୍‌ଆଇଟି କଲୋନିର ସରୋଜ ହୋତା।

ସାଧାରଣ ଲୋକେ ଏମାନେ ବେଟିଂ କରୁଥିବା ସୂଚନା ସମ୍ବଲପୁର ଏସ୍‌. ପି.ଙ୍କୁ ଦେବା ପରେ ତାଙ୍କ ନିର୍ଦେଶ କ୍ରମେ ସଦର ପୁଲିସ ଏମାନଙ୍କୁ ଗିରଫ କରିଥିଲା। ଛତିଶଗଡ଼ରେ ଥାଇ ବୁକିମାନେ ଏହି ବେଟିଂ ପରିଚାଳନା କରୁଥିବ ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ତୁଟିଲା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମୋହ: ଏଣିକି ଅଫ୍‌ଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଆବେଦନ

Mon Apr 30 , 2018
ଭୁବନେଶ୍ୱର : ଦୀର୍ଘ ୯ ମାସ କାଳ ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଆବେଦନ ଓ ଅନୁମୋଦନର ପ୍ରହସନ କରିବା ପରେ ଏବେ ନଗର ଉନ୍ନୟନ ବିଭାଗ ଏଥିରୁ ଓହରି ଯାଇଛି। ନଗର ଉନ୍ନୟନ ବିଭାଗର ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମୋହ ଏବେ ଟିକେ ଭାଙ୍ଗିବାରୁ ହଜାର ହଜାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି। କିନ୍ତୁ ମୋହ ପୂରା ଛାଡ଼ି ନଥିବାରୁ ଭବିଷ୍ୟତରେ ବି ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ପୁଣି ସରକାରଙ୍କୁ ଫସାଇବା ଆଶଙ୍କାକୁ ଏଡ଼ାଇ ହେଉନି। ଅଗଷ୍ଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial