ରାଜଧାନୀରେ ପୁଣି ବଢ଼ିଲେ କରୋନା ଆକ୍ରାନ୍ତ

ରାଜଧାନୀରେ ପୁଣି ବଢ଼ିଲେ କରୋନା ଆକ୍ରାନ୍ତ

୧୦ ଦିନ ପରେ ୫୦୦ ନିକଟତର, ପଟିଆରୁ ସର୍ବାଧିକ ୩୯ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଛି। ଗତ କିଛି ଦିନ ଧରି ୪ଶହ ତଳେ ରହୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଗୁରୁବାର ପୁଣି ୫୦୦ ନିକଟତର ହୋଇଛି। ୨୪ଘଣ୍ଟା ମଧ୍ୟରେ ସହରରୁ ୪୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦୭ ଜଣ ସ୍ଥାନୀୟ ସଂକ୍ରମଣ ଓ ୮୯ ଜଣ କ୍ୱାରାଣ୍ଟିନ୍‌ରୁ ବାହାରିଛନ୍ତି। ଯଦି ଦେଖାଯାଏ, ଗତ ୧୦ ଦିନ ମଧ୍ୟରେ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶେଷଥର ଲାଗି ଜୁନ୍‌ ୧୩ ତାରିଖରେ ୫୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥି‌ଲେ। ଏହା ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ୫୦୦ତଳେ ରହି ଆସୁଥିଲା। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି ପାଇବା ବିଏମସି ପାଇଁ ଚିନ୍ତାର କାରଣ ପାଲଟିଛି। ଗୁରୁବାରର ସ୍ଥାନୀୟ ସଂକ୍ରମଣ ତଥ୍ୟକୁ ଅନୁଧ୍ୟାନ କଲେ, ପଟିଆରୁ ସର୍ବାଧିକ ୩୯ଜଣ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ଓ ନୂଆପଲ୍ଲୀରୁ ୨୩, ପୁରୁଣା ଭୁବନେଶ୍ୱରରୁ ୧୯, ଡୁମୁଡୁମାରୁ ୧୮, ଖଣ୍ଡଗିରିରୁ ୧୭, ନୀଳାଦ୍ରିବିହାରରୁ ୧୬, ବଡ଼ଗଡ଼ରୁ ୧୩, ଜୟଦେବବିହାରରୁ ୧୧, ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ଜାଗମରା, ଶୈଳଶ୍ରୀବିହାର, ୟୁନିଟ୍‌-୪, ଚକେଇସିଆଣିରୁ ୧୦ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତ ୧୦ ଦିନର ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ, ଜୁନ ୧୪ରେ ୩୨୯, ୧୫ରେ ୩୮୯, ୧୬ରେ ୩୭୨, ୧୭ରେ ୪୧୯, ୧୮ରେ ୪୪୩, ୧୯ରେ ୩୩୨, ୨୦ରେ ୨୮୭, ୨୧ରେ ୨୪୬, ୨୨ରେ ୩୩୯, ୨୩ରେ ୩୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୧୮ ତାରିଖ ପରେ ପୁଣି ଥରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଉପରକୁ ଚାଲି ଯାଇଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା କମ୍‌ ରହିଛି। ଗତ ୨୪ ଘଣ୍ଟାରେ ମାତ୍ର ୪୧୦ ଜଣ ସୁସ୍ଥ ହୋଇଛନ୍ତି।

Share Now:

Kalinga News Beuro

Next Post

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷାଫଳ: ବିନା ପରୀକ୍ଷାରେ ସବୁ ପାସ

Sat Jun 26 , 2021
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଧ୍ୟମିକ ପରୀକ୍ଷାଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି। ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ଏହି ପରୀକ୍ଷାଫଳ ସବୁ କ୍ଷେତ୍ରରେ ରେକର୍ଡ କରିଛି। ପରୀକ୍ଷାରେ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ୯୦ ପ୍ରତିଶତ ଏମିତିକି ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ପୂର୍ବ ବର୍ଷ ମାନଙ୍କ ତୁଳନାରେ ଦୁଇ ଗୁଣ ଅଧିକ ଛାତ୍ରଛାତ୍ରୀ ଏ ବର୍ଷ ପାସ୍ କରିଛନ୍ତି। କରୋନା […]
ମାଟ୍ରିକ୍ ପରୀକ୍ଷାଫଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial