କଟକଣା ଭିତରେ ଚା’ ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି

ଚା’ ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ୍ କଟକଣା ଲଗାଇଛନ୍ତି। ଫଳରେ ବିଭିନ୍ନ ଦୋକାନ ଖୋଲିବା ଉପରେ ଅଙ୍କୁଶ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବାଦ୍ ଆଉକେହି ବ୍ୟବସାୟ କରିପାରୁ ନାହାନ୍ତି। ଏହାକୁ ନେଇ ନାନା ପ୍ରକାର ହଇରାଣ ହେଉଛନ୍ତି ଛୋଟ ଛୋଟ ଦୋକାନୀ। ବିଶେଷ କରି ଚା’ ଦୋକାନ କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଗତ ଦୁଇମାସ ହେଲା ହାତବାନ୍ଧି ବସିଛନ୍ତି।
ଗତବର୍ଷ ପ୍ରଥମ ଲହର ସମୟରେ ମଧ୍ୟ ଏମାନେ ଦୋକାନ ଖୋଲି ପାରିନଥିଲେ। ସରକାର ମିଠା ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ତେଣୁ କଟକଣା ଭିତରେ ଚା’ ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ଚା ଦୋକାନୀ। ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ କରିଛି ଚା ଦୋକାନ ମହାସଂଘ। ଦୋକାନ ଖୋଲିବାକୁ ଅନୁମତି ଦେବା କିମ୍ବା ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛି ମହାସଂଘ।

Share Now:

Kalinga News Beuro

Next Post

ଜରୁରୀକାଳିନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ଅନୁମତି

Tue Jun 29 , 2021
ଭାରତକୁ ମିଳିଲା ଚତୁର୍ଥ କରୋନା ଟିକା ନୂଆଦିଲ୍ଲୀ: ଭାରତକୁ ମିଳିଲା ଚତୁର୍ଥ କରୋନା ଟିକା। କୋଭିସିଲ୍ଡ, କୋଭାକ୍ସିନ୍, ସ୍ପୁଟ୍ନିକ୍ ଭି ପରେ ଏବେ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ମିଳିଲା ଅନୁମତି। ଫାର୍ମା କମ୍ପାନି ସିପଲା ଟିକାର ଜରୁରୀକାଳିନ ବ୍ୟବହାର ସହ ଟିକା ଆମଦାନୀ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ|(ଡିସିଜିଆଇ)ରୁ ଅନୁମତି ମାଗିଥିବା ବେଳେ ଆଜି ଡିସିଜିଆଇ ଟିକାର ବ୍ୟବହାରକୁ ଅନୁମତି ଦେଇଛନ୍ତି। ଏହା […]
ମଡର୍ଣ୍ଣା ଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial