ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘର ଯାଞ୍ଚ କଲା ଇଡି

ପ୍ରାୟ ୪କୋଟି ଟଙ୍କାର ସମ୍ପତ୍ତି ଜବତ

ପ୍ରାୟ ୪କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରର ତଲାସୀ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ଇଡି ନାଗପୁର ଜିଲ୍ଲାରେ ଥିବା ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଦୁଇଟି ବାସଭବନରେ ତଲାସୀ କରିଥିବା ନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି। ସୂଚନା ମୁତାବକ, ଇଡିର ଦୁଇଟି ଟିମ ନାଗପୁର ଜିଲ୍ଲାର ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ କାଟୋଲ ସହରରେ ଦେଶମୁଖଙ୍କ ଘର ଏବଂ କାଟୋଲ ନିକଟ ୱାଡଭିହିରା ଗ୍ରାମରେ ତାଙ୍କ ପୈତୃକ ଘରର ଛାନଭିନ କରିଥିବା ପୁଲିସ ଅଧିକାରୀଜଣକ କହିଛନ୍ତି। ତେବେ ଦେଶମୁଖଙ୍କ କାଟୋଲରେ ଥିବା ଘରର ଛାନଭିନ ଚାଲିଥିବାବେଳେ ୱାଡଭିହିରାରେ ଥିବା ପୈତୃକ ଘରର ଛାନଭିନ ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ଶେଷ ହୋଇଛି। ଏହା ପୂର୍ବରୁ ଅନିଲ ଦେଶମୁଖଙ୍କର ପ୍ରାୟ ୪ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି କହିଥିଲା ଯେ, ପିଏମଏଲଏ ଅଧୀନରେ ଜାରି ନିର୍ଦ୍ଦେଶ ଅନୁଯାୟୀ ଦେଶମୁଖଙ୍କ ସମ୍ପତ୍ତି ଜବତ ହୋଇଛି। ୭୨ ବର୍ଷୀୟ ଦେଶମୁଖ, ତାଙ୍କ ପୁଅ ହୃଷିକେଶ ଏବଂ ପତ୍ନୀଙ୍କୁ ଇଡି ସମନ କରିଥିଲା କିନ୍ତୁ ସେମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନଥିଲେ। ୧୦୦ କୋଟି ଟଙ୍କାର ଲାଞ୍ଚ ଏବଂ ଦାଦାବଟି ଆଦାୟ ମାମଲାରେ ଇଡି ଦ୍ବାରା ଏହି ସମନ କରାଯାଇଥିଲା।

Share Now:

Kalinga News Beuro

Next Post

ମୌସୁମୀ ଅଧିବେଶନ ପାଇଁ ସଂସଦୀୟ ଦଳକୁ ପୁନର୍ଗଠନ କଲେ ସୋନିଆ ଗାନ୍ଧୀ

Sun Jul 18 , 2021
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ସଂସଦୀୟ ଟିମକୁ ପୁନର୍ଗଠନ କରିଛନ୍ତି। ଏହି ପୁନର୍ଗଠନରେ “ଜି -୨୩” ର ନେତାମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁମାନେ ଗତ ବର୍ଷ ବିସ୍ଫୋରକ ଚିଠି ଲେଖି ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ହରାଇଥିଲେ। “ଜି -୨୩”ର ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ଥିବା ଶଶି ଥରୁର ଏବଂ ମନୀଷ ତିୱାରୀଙ୍କୁ ଲୋକସଭାର ସାତ ସଦସ୍ୟ ବିଶିଷ୍ଟ ଗୋଷ୍ଠୀରେ ସାମିଲ […]
ସୋନିଆ ଗାନ୍ଧୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial