ଦ୍ରୁତବେଗରେ ବ୍ୟାପୁଛି ଡେଙ୍ଗୁ : ୨ ଦିନରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ରୋଗୀ ସଂଖ୍ୟା ୨ ଗୁଣ

ଦ୍ରୁତବେଗରେ ବ୍ୟାପୁଛି ଡେଙ୍ଗୁ

ଭୁବନେଶ୍ବର : କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଗତ ଶନିବାର ସୁଦ୍ଧା ୧୨ ଜଣ ଡେଙ୍ଗୁ ଆକ୍ରାନ୍ତ ଏଠା‌ରେ ଚିକିତ୍ସାଧୀନ ଥିଲେ। ସୋମବାର ଏହି ସଂଖ୍ୟା ୨୩ରେ ପହଞ୍ଚିଥିବାରୁ ଆକ୍ରାନ୍ତ ସଂଖ୍ୟା ଦୁଇ ଗୁଣକୁ ଛୁଇଁବାକୁ ଯାଉଛି। ହସ୍ପିଟାଲ୍‌ର ନର୍ସିଂହୋମ୍‌ରେ ବର୍ତ୍ତମାନ ୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। କ୍ୟାପିଟାଲ୍‌ ହସ୍ପିଟାଲ୍‌ ଡେଙ୍ଗୁ ୱାର୍ଡରେ ମୋଟ୍‌ ୩୦ଟି ଶଯ୍ୟା ରହିଛି। କିନ୍ତୁ ଡେଙ୍ଗୁ ଯେମିତି ଦ୍ରୁତବେଗରେ ବ୍ୟାପୁଛି ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଆଗାମୀ ଦୁଇ ତିନି ଦିନ ଭିତରେ ହସ୍ପିଟାଲ୍‌ରେ ଶଯ୍ୟା ନିଅଣ୍ଟ ପଡ଼ିବା ଆଶଙ୍କା କରାଯାଉଛି। ଚଳିତ ମାସ ଆରମ୍ଭରୁ ଏ ପର୍ଯ୍ୟନ୍ତ କେବଳ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ୭୪ ଜଣ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା କରାଯାଇଛି। ବଡ଼ କଥା ହେଉଛି ଏହି ୱାର୍ଡରେ ନିୟୋଜିତ ନର୍ସ ସଂଖ୍ୟା କମ୍‌ ବୋଲି ଅଭିଯୋଗ ହେଉଛି। ଏବେ ଚିକିତ୍ସାଧୀନ ୨୩ ଜଣଙ୍କ ପାଇଁ ୯ ଜଣ ନର୍ସ ନିୟୋଜିତ ହୋଇଛନ୍ତି। ସେମାନେ ଅଲଗା ଅଲଗା ସମୟରେ ଡ୍ୟୁଟି କରୁଛନ୍ତି। ତେଣୁ ଚିକିତ୍ସାରେ ବାଧା ଉପୁଜୁଥିବା ରୋଗୀଙ୍କ ସର୍ମ୍ପକୀୟମାନେ ଅଭିଯୋଗ କରିଛନ୍ତି। ଏ ନେଇ ହସ୍ପିଟାଲ୍‌ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ କହିଛନ୍ତି, ଏଭଳି ଅଭିଯୋଗ ଅମୂଳକ। ବେଡ୍ ଅନୁସାରେ ଆବଶ୍ୟକ ନର୍ସ ନିୟୋଜିତ ହୋଇଛନ୍ତି ଓ ଆଗକୁ ରୋଗୀ ସଂଖ୍ୟା ବଢ଼ିଲେ ବିହିତ ପଦକ୍ଷେପ ନିଆଯିବ।

Share Now:

Kalinga News Beuro

Next Post

ପରକୀୟା ପ୍ରୀତି କଥା ମିଛ : ଖସିଯିବାକୁ ଚାଲ ଖେଳୁଛି ବୋହୂ

Tue Jul 20 , 2021
ପାରଳାଖେମୁଣ୍ଡି : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। କିଏ ସତ କହୁଛି, କିଏ ମିଛ କହୁଛି ସ୍ପଷ୍ଟ ହୋଇପାରୁନି। ସ୍ୱାମୀଙ୍କ ପରକୀୟା ପ୍ରୀତି ଥିବା ନେଇ ବିଦ୍ୟାଭାରତୀ ମୁହଁ ଖୋଲିବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ମା‌ଆ। ପୁଅର ଅନ୍ୟ କେଉଁ ଝିଅ ସହ ସମ୍ପର୍କ ଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ପୁଅର ପରକୀୟା ସମ୍ପର୍କ ବିଷୟରେ ବୋହୂକୁ ଯଦି […]
ଖସିଯିବାକୁ ଚାଲ ଖେଳୁଛି ବୋହୂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial