ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ

ବନ୍ଦ ରହିବ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ୨ୟ ଲହରକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗୁ କଟକଣାକୁ ଆଉ ଏକ ମାସ ପାଇଁ ବଢାଇ ଦିଆଯାଇଛି। ପୂର୍ବରୁ ଜାରି କଟକଣା ଜୁଲାଇ ୩୧ରେ ସମାପ୍ତ ହେଉଥିବାବେଳେ ତାହାକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଶୁକ୍ରବାର ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ସର୍କୁଲାର ଅନୁସାରେ ଭାରତରୁ ଚଳାଚଳ କରୁଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଅଗଷ୍ଟ ୩୧ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ କେତେକ ସ୍ବତନ୍ତ୍ର କ୍ଷେତ୍ରରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇପାରିବ। ଦେଶରେ କରୋନା ସଂକ୍ରମଣ ବ୍ୟାପିବା ପରେ ଗତ ବର୍ଷ ମାର୍ଚ୍ଚ ୨୩ରୁ ଭାରତରୁ ଅନ୍ତର୍ଜାତୀୟ ସିଡ୍ୟୁଲଡ୍ ବିମାନ ଚଳାଚଳ ବନ୍ଦ ରହିଛି। ତେବେ ୨୦୨୦ ମେ ମାସଠାରୁ ବନ୍ଦେ ଭାରତ ମିଶନ ଅଧିନରେ କେତେକ ବିମାନ ଚଳାଚଳ ହେଉଛି ଓ ୨୦୨୦ ଜୁଲାଇ ମାସଠାରୁ ଏୟାର ବବଲ ମାଧ୍ୟମରେ କେତେକ ଦେଶ ସହ ସ୍ବତନ୍ତ୍ର ବିମାନ ଚଳାଚଳ ଜାରି ରହିଛି। ସେସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶ, ଆଫଗାନିସ୍ତାନ, ଆମେରିକା, ଫ୍ରାନ୍ସ, ଜର୍ମାନି, ଇରାକ, ମାଳଦ୍ବୀପ, ନେପାଳ, ଭୁଟାନ, ଜାପାନ, ୟୁଏଇ, କାତାର,ନେଦରଲାଣ୍ଡସ ଇତ୍ୟାଦି।

Share Now:

Kalinga News Beuro

Next Post

ଭାରତୀୟ କ୍ରିକେଟ ଦଳକୁ କରୋନା କାଳ : ୟୁଜବେନ୍ଦ୍ର ଚହଲ ଓ କେ.ଗୌତମ କରୋନା ପଜିଟିଭ୍

Fri Jul 30 , 2021
ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। କୄନ୍ୟାଳ ପାଣ୍ଡ୍ୟାଙ୍କ ପରେ ଏବେ ଆଉ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି। ଏହି ଦୁଇ ଖେଳାଳି ହେଲେ, ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଓ କେ.ଗୌତମ। ତେବେ ଭାରତୀୟ ଟିମରେ ଆଉ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହେବା […]
ଭାରତୀୟ କ୍ରିକେଟ ଦଳକୁ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial