ସୋରଡ଼ା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରାଯାଉ : ବିଜେପି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର : ବିଜେଡିର ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଗତ ତିନିଟି ବିଧାନସଭା ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦେଇଥିବାରୁ ତାଙ୍କର ସଭ୍ୟପଦ ରଦ୍ଦ କରାଯାଉ ବୋଲି ବିଜେପି ଦାବି କରିଛି। ଆଜି ଏନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ଦେଇଛି। ବିଜେପି ଅଭିଯୋଗ କରିଛି ଯେ, ଗତ ତିନିଟି ନିର୍ବାଚନରେ ସୋରଡ଼ା ବିଧାୟକ ଶ୍ରୀ ସ୍ବାଇଁ ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ତିନି ପ୍ରକାରର ମିଛ ସତ୍ୟପାଠ ଦେଇଛନ୍ତି। ୨୦୦୯ରେ ସତ୍ୟପାଠରେ ସେ ଲେଖିଛନ୍ତି ୧୦ମ ଶ୍ରେଣୀ ପାସ୍ କରିଛନ୍ତି, ୨୦୧୪ରେ ଲେଖିଛନ୍ତି ୯ମ ଶ୍ରେଣୀ ପାସ୍ କରିଛନ୍ତି, ୨୦୧୯ରେ ଲେଖିଛନ୍ତି ୯ମ ‌ପାସ୍ କରିଛନ୍ତି। ଏବେ ଗଣମାଧ୍ୟମରେ ଆମେ ଦେଖୁଛୁ ୧୦ମ ପରୀକ୍ଷା ଦେଉଛନ୍ତି। ତେଣୁ ତାଙ୍କର ଏ ତିନିଟି ସତ୍ୟପାଠ ନୁହେଁ ବରଂ ସଂପୂର୍ଣ୍ଣ ମିଥ୍ୟାପାଠ। ଯେଉଁ ବ୍ୟକ୍ତି ସତ୍ୟପାଠରେ ମିଛ କହୁଛନ୍ତି ସେ ଜନତାଙ୍କୁ କିପରି ସେବା ଯୋଗାଉଥିବେ ତାହା ସ୍ପଷ୍ଟ ଜଣାପଡ଼ୁଛି। ଏହି ଘଟଣାରେ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ ଆୟୋଗ ତୁରନ୍ତ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁଙ୍କ ସଭ୍ୟ ପଦ ରଦ୍ଦ କରନ୍ତୁ।
ଆଜିର ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ବାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଶୋଇ, ଶିଶିର ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ରଂଜନ ରାଉତ, ଜୟନ୍ତୀ ପଢ଼ିଆରୀ, ଗୋପାଳ ଗୌଡ଼ ପ୍ରମୁଖ ସାମିଲ୍‌ ଥିଲେ।

Share Now:

Kalinga News Beuro

Next Post

ଏମ୍ସରେ ପ୍ରହସନ ପାଲଟିଛି ବିଜୁ ସ୍ବାସ୍ଥ୍ୟ ଯୋଜନା

Sat Aug 7 , 2021
ଭୁବନେଶ୍ବର : ଏମ୍ସରେ ପ୍ରହସନ ପାଲଟିଛି ବିଜୁ ସ୍ବାସ୍ଥ୍ୟ ଯୋଜନା। ସୁବିଧା ପାଇବା ପାଇଁ ଦୁଇ ଦିନ ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏଥିଯୋଗୁଁ ଅନେକ ଆବେଦନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହି ଯୋଜନାରେ ପ୍ରତିଦିନ ଆବେଦକଙ୍କ ସଂଖ୍ୟା ଶହେରୁ ଅଧିକ। କିନ୍ତୁ ଦୈନିକ ମାତ୍ର ୧୦ରୁ ୧୨ ରୋଗୀଙ୍କୁ ଟୋକନ୍‌ ମିଳୁଥିବାରୁ ସମ୍ପର୍କୀୟମାନେ ନାକେଦମ୍‌ ହୋଇ ପଡ଼ୁଛନ୍ତି। ମାର୍ଚ୍ଚ ମାସରୁ ରାଜ୍ୟ ସରକାରଙ୍କ ପକ୍ଷରୁ […]
ଏମ୍ସରେ ପ୍ରହସନ ପାଲଟିଛି ବିଜୁ ସ୍ବାସ୍ଥ୍ୟ ଯୋଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial