ପରଲୋକରେ ଅଭିନେତା ଅନୁପମ ଶ୍ୟାମ

ପରଲୋକରେ ଅଭିନେତା ଅନୁପମ ଶ୍ୟାମ

ମୁମ୍ବାଇ: ବଲିଉଡ ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ଘଟିଛି। ମାତ୍ର ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନିଜନିତ ସମସ୍ୟା ଥିଲା। ଆଜି ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିବାର କିଛି ସମୟରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରତିଜ୍ଞା’ ଧାରାବାହିକରେ ଠାକୁର ସଜ୍ଜନ ସିଂହ ଚରିତ୍ରକୁ ନେଇ ସେ ବେଶ୍ ଲୋକପ୍ରିୟ ହୋଇଥିଲେ। ଅନୁପମଙ୍କ ସ୍ୱାସ୍ଥ୍ୟ ମଝିରେ ଠିକ୍ ହୋଇଯିବା ପରେ ନିୟମିତ ଭାବେ ଡାଏଲିସିସ୍ କରାଯାଉଥିଲା। ଚଳିତ ବର୍ଷ ‘ପ୍ରତିଜ୍ଞା’ର ସିଜିନ୍-୨ର ସୁଟିଂ କରୁଥିଲେ ଅନୁପମ। ସୁଟିଂ ଚାଲିଥିବା ବେଳେ ସପ୍ତାହକୁ ୩ ଥର ତାଙ୍କୁ ଡାଏଲିସିସ୍ ପାଇଁ ହସ୍ପିଟାଲକୁ ନିଆଯାଉଥିଲା। ଅନୁପମ ଶ୍ୟାମ୍ ସ୍ଲୁମଡୋଗ୍ ମିଲିଅନାୟାର, ବଣ୍ଡିଟ୍ କୁଇନ, ଦସ୍ତକ, ଦୁସ୍ମନ, ସତ୍ୟା, ଦିଲ୍ ସେ, ଲଗାନ, ନାୟକ ଆଦି ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ହେଲେ ଧାରାବାହିକ ‘ପ୍ରତିଜ୍ଞା’ ତାଙ୍କୁ ଦେଶର ଘରେ ଘରେ ପରିଚିତ କରାଇଥିଲା।

Share Now:

Kalinga News Beuro

Next Post

୨୩ରୁ ରାଜଧାନୀରେ ଖୋଲିବ ଧର୍ମାନୁଷ୍ଠାନ : ଏସ୍‌ଓପି ଜାରି କଲା ବିଏମ୍‌ସି

Tue Aug 10 , 2021
ଭୁବନେଶ୍ବର : ଆସନ୍ତା ୨୩ ତାରିଖରୁ ରାଜଧାନୀର ସମସ୍ତ ମନ୍ଦିର ସମେତ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବ। ଏ ନେଇ ଆଜି ବିଏମ୍‌ସି ପକ୍ଷରୁ କରେନା କଟକଣାକୁ ଆଧାର କରି ଏସ୍‌ଓପି ଜାରି ହୋଇଛି। ଏହି ଏସ୍‌ଓପି ଅନୁସରଣ କରି ସମସ୍ତ ମନ୍ଦିର ସର୍ବସାଧାରଣଙ୍କୁ ପ୍ରବେଶ ଅନୁମତି ଦେବେ। କଟକଣା ଉଲ୍ଲଂଘନ ହେଲେ ମନ୍ଦିର ବନ୍ଦ କରି ଦିଆଯିବ। ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସମ୍ପୃକ୍ତ ଟ୍ରଷ୍ଟ ବୋର୍ଡ […]
୨୩ରୁ ରାଜଧାନୀରେ ଖୋଲିବ ଧର୍ମାନୁଷ୍ଠାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial