ସରକାରୀ ଆବାସ ଯୋଜନା ଠାରୁ ବହୁ ଦୂରରେ ବିଧବା ମହିଳା ବବି

ବିଧବା ମହିଳା

ଖମାର : ପାଳଲହଡ଼ା ବ୍ଲକ୍ ମୁଣ୍ଡୁରୀବେଡ଼ା ଗାଁର ଜଣେ ବିଧବା ମହିଳା ବବି ଦେହୁରୀ ଅଭାବ ଅନଟନରେ ଭାଙ୍ଗି ପଡ଼ିଛନ୍ତି। ପେଟକୁ ଦାନା ଯୋଗାଡ଼ ପାଇଁ ଜୁ ନଥିବା‌ବେଳେ ରୋଗାକାନ୍ତ ଝିଅର ଚିକିତ୍ସା କରାଇପାରୁନାହାନ୍ତି। ଏହି ନିଃସ୍ବ ମହିଳାଙ୍କୁ ଏ ପର୍ଯ୍ୟନ୍ତ ସରକାରଙ୍କ ‘ଆବାସ’ ଯୋଜନାରେ ମଧ୍ୟ ସାମିଲ କରାଯାଇପାରିଲା ନାହିଁ। ବବି ଦେହୁରୀ କହିବା ଅନୁଯାୟୀ, ତାଙ୍କ ସ୍ବାମୀ ଖଗେଶ୍ବର ଦେହୁରୀଙ୍କର ୮ବର୍ଷ ତଳେ ମୃତ୍ୟୁ ଘଟିଛି। ବବିଙ୍କ ଗୋଡ଼ ଅକାମୀ ହୋଇଯିବାରୁ ସେ ନିଜେ ଛିଡ଼ା ହୋଇପାରୁ ନାହାନ୍ତି। ତାଙ୍କର ସନ୍ତାନ କହିଲେ ୧୭ ବର୍ଷର ଝିଅଟିଏ ଅଛି। ଜନ୍ମରୁ ସେ ମୂର୍ଚ୍ଛାରୋଗରେ ପୀଡ଼ିତ। ଅଧିକାଂଶ ସମୟରେ ସେ ସଂଜ୍ଞାହୀନ ହୋଇ ପଡ଼ିରହେ। ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ମିଳୁଥିବା ୫ଶହ ଟଙ୍କା ଭତ୍ତା ଓ ୫ କେଜି ଚାଉଳ ତାଙ୍କ ପାଇଁ ସମୁଦ୍ରକୁ ଶଙ୍ଖେଭଳି। ଦିଅର, ଦେଢ଼ଶୁରଙ୍କ ସହଯୋଗରେ ସେ ଚଳିଯାଉଛନ୍ତି। ସେମାନେ ଦିନେ କାମକୁ ନଗଲେ ଘରେ ଚୁଲି ଜଳେ ନାହିଁ। ଝିଅର ଚିକିତ୍ସା ପାଇଁ ସହଯୋଗ କରିବାକୁ କେହି ନାହାନ୍ତି। ପ୍ରଶାସନକୁ ବାରମ୍ବାର ନିବେଦନ ସତ୍ତ୍ବେ ସରକାରୀ ଆବାସ ଯୋଜନାରେ ତାଙ୍କୁ ପକ୍କାଘର ମିଳିଲା ନାହିଁ। ଝାଟିମାଟି ନଡ଼ାଛପର ଘରେ ବହୁ କଷ୍ଟରେ ସେ ଚଳୁଛନ୍ତି। ତାଙ୍କ ପରିସ୍ଥିତି ସଂପର୍କରେ ତଦନ୍ତ କରାଯିବା ସହ ଝିଅର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଆର୍ଥିକ ସହାୟତା‌ ଯୋଗାଇ ଦେବାକୁ ବବି ନିବେଦନ କରିଛନ୍ତି।

Share Now:

Kalinga News Beuro

Next Post

ତାଲିବାନ ଆତଙ୍କବାଦୀଙ୍କ ନିୟନ୍ତ୍ରଣରେ ଆଫଗାନ ରାଷ୍ଟ୍ରପତି ଭବନ

Mon Aug 16 , 2021
କାବୁଲ : ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରାଯ଼ିବା ପରେ ତାଲିବାନ ପକ୍ଷରୁ ରାଷ୍ଟ୍ରପତି ଭବନକୁ ନିଜ ଅଧିକାରକୁ ନିଆଯାଇଛି। ଏହା ପୂର୍ବରୁ ରାଷ୍ଟ୍ରପତି ଅସରଫ ଗନି କାବୁଲ ଛାଡ଼ି ପଡ଼ୋଶୀ ଦେଶ ତାଜିକିସ୍ତାନ ଚାଲିଯାଇଥିବା ଏକ ପ୍ରମୁଖ ଆଫଗାନି ଗଣମାଧ୍ୟମ ଟୋଲୋ ନ୍ୟୁଜ କହିଛି। ଅନ୍ୟପକ୍ଷରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯ଼େ କାବୁଲରେ ଲୁଟପାଟକୁ ରୋକିବାକୁ କେତେକ ଯୋଦ୍ଧା ସହରରେ ପ୍ରବେଶ କରିଛନ୍ତି। […]
ତାଲିବାନ ଆତଙ୍କବାଦୀଙ୍କ ନିୟନ୍ତ୍ରଣରେ ଆଫଗାନ ରାଷ୍ଟ୍ରପତି ଭବନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial