ରେଜ ଭଏସ ୟୁଥ କ୍ଲବ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ରେଜ ଭଏସ ୟୁଥ କ୍ଲବ

ଭୁବନେଶ୍ୱର : ରେଜ ଭଏସ ୟୁଥ କ୍ଲବ, ସତ୍ୟବିହାର ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ସତ୍ୟ ବିହାର ୱେଲଫେୟାର ଆସୋସିଏସନ ଓ ରେଜ ଭଏସ ୟୁଥ କ୍ଲବର ମିଳିତ ଅନୁକୁଲ୍ୟରେ ଭାରତ ସ୍ୱାଧୀନତାର ଏହି ଅମୃତ ମହୋତ୍ସବକୁ କରୋନା କଟକଣା ସହିତ ମହା ସମାରୋହରେ ପାଳନ କରିଥିଲେ। ବୟୋଜ୍ୟେଷ୍ଠ ଶ୍ରୀଯୁକ୍ତ ବୃନ୍ଦାବନ ଦୀକ୍ଷିତଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ପରେ ପରେ ସାମୁହିକ ଜାତୀୟ ସଙ୍ଗୀତ ପରିବେଷଣ ହୋଇଥିଲା। ରେଜ ଭଏସ ୟୁଥ କ୍ଲବର ସଭାପତି କିଶୋର ନାୟକ ଓ ସମ୍ପାଦକ ମନୋଜ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ଅରକ୍ଷିତ ମାଝୀ,ସମୀର କୁମାର ମହାପାତ୍ର,ଶୀତୁ କର, ଅଭିନାଶ ରାୟ,ଜଗନ୍ନାଥ ଲେଙ୍କା, ଦେବାଶିଷ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Share Now:

Kalinga News Beuro

Next Post

କାବୁଲରୁ ଭାରତକୁ ଉଡ଼ାଣ କଲା ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ

Tue Aug 17 , 2021
ଆଫଗାନଙ୍କ ପାଇଁ ଭାରତ ସରକାର ଘୋଷଣା କଲେ ଇ ଏମରଜେନ୍ସି ଏକ୍ସ-ମିସ୍କ ଭିସା ନୂଆଦିଲ୍ଲୀ: କାବୁଲରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଉଡ଼ିଲା ବିମାନ। ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଣାଯାଉଛି। କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା। ଏହା ପରେ ଏବେ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଉଛି। କାବୁଲରେ ପାଖାପାଖି ୫୦୦ରୁ ଅଧିକ […]
ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial