ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୧୧ ଜଣ କରୋନା ପଜିଟିଭ ଚିହ୍ନଟ : ୬୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ରାଜ୍ୟରେ କରୋନା

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୫୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୩ ଜଣ, ବାଲେଶ୍ୱରରୁ ୫୧ ଜଣ, ବରଗଡ଼ରୁ ୭ ଜଣ, ଭଦ୍ରକରୁ ୧୨ ଜଣ, ବଲାଙ୍ଗୀରରୁ ୫ ଜଣ, କଟକରୁ ୮୮ ଜଣ, ଦେବଗଡ଼ରୁ ୧୦ ଜଣ, ଢେଙ୍କାନାଳରୁ ୧୬ ଜଣ, ଗଜପତିରୁ ୬, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୨୪ ଜଣ, ଯାଜପୁରରୁ ୪୯ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୩୧ ଜଣ, କେଉଁଝରରୁ ୧୦ ଜଣ, ଖୋର୍ଦ୍ଧାରୁ ୩୫୨ ଜଣ, କୋରାପୁଟରୁ ୬ ଜଣ, ମାଲକାନଗିରିରୁ ୭ ଜଣ, ମୟୁରଭଞ୍ଜରୁ ୩୮ ଜଣ, ନୟାଗଡ଼ରୁ ୧୯ ଜଣ, ପୁରୀରୁ ୩୦ ଜଣ, ରାୟଗଡ଼ାରୁ ୮ ଜଣ, ସମ୍ୱଲପୁରରୁ ୧୩ ଜଣ, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ ପୁଲରୁ ୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୬ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୨୮୯କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୬୬ ମୃତକଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଥିବା ବେଳେ କଟକ ଜିଲ୍ଲାରୁ ୧୦ ଓ ଢେଙ୍କାନାଳରୁ ୮ କଟକ ଜଣ ଅଛନ୍ତି। ଏହାଛଡ଼ା କେନ୍ଦ୍ରାପଡ଼ାରୁ ୭ ଜଣ, ଯାଜପୁର ଓ ଅନୁଗୁଳ ଜିଲ୍ଲାରୁ ୬ ଜଣ ଲେଖାଏଁ ମୃତକ ଥିବା ଜଣାଯାଇଛି। ଏଣେ ଭଦ୍ରକ ଜିଲ୍ଲାରୁ ୫ ଜଣ, ବାଲେଶ୍ବର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜ, ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ମୃତକ ରହିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୦୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୮୩, ୨୪୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୯, ୪୯୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Share Now:

Kalinga News Beuro

Next Post

ତାଳଗଛ ତସ୍କରୀ: ତେଲେଙ୍ଗାନାକୁ ଚାଲାଣ, ବଳି ପଡ଼ିଲାଣି ହଜାର ହଜାର ଗଛ

Sat Aug 21 , 2021
ନିଅଣ୍ଟ ହେବ ହାତୀର ଖାଦ୍ୟ, ତାଳଗୁଡ଼ ଶିଳ୍ପକୁ ବିପଦ, ଉଜୁଡ଼ୁଛି ପକ୍ଷୀଙ୍କ ବସା ବଅଁରପାଳ : ପଡ଼ିଆରେ ଅଲୋଡ଼ା ଠିଆ ହୋଇଥିବା ତାଳଗଛ ହଠାତ୍‌ ଏବେ ଖୋଜା ପଡ଼ିଛି। ଗୋଟାକୁ ୫ଶହରୁ ୭ଶହ ଟଙ୍କାରେ ଖର୍ଦ୍ଦି କରି ଦଲାଲଙ୍କ ମଧ୍ୟସ୍ଥତାରେ ତାଳଗଛର ମଞ୍ଜ ସବୁ ସୁଦୂର ତେଲେଙ୍ଗାନାକୁ ଚାଲାଣ ଚାଲିଛି। ତେଲେଙ୍ଗାନା ଲୋକଙ୍କ ନଜର କାହିଁକି ଅନୁଗୁଳ ମାଟିର ତାଳଗଛ ଉପରେ ପଡ଼ିଛି ତାକୁ ନେଇ ପରିବେଶବିତ୍‌ ସନ୍ଦେହ ପ୍ରକଟ […]
ତେଲେଙ୍ଗାନାକୁ ତାଳଗଛ ଚାଲାଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial