ଆଫଗାନିସ୍ତାନ ପରିସ୍ଥିତି ପାଇଁ ଆମେରିକା ଦାୟୀ : ତାଲିବାନ

ଆମେରିକାକୁ ଦାୟୀ କଲା ତାଲିବାନ

ନାଗରିକଙ୍କୁ ଖାଲି କରିବା ଅସମ୍ଭବ ହେଲାଣି: ୟୁରୋପୀୟ ସଂଘ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରରୁ ହଜାର ହଜାର ଲୋକଙ୍କୁ ଖାଲି କରିବା ସମୟରେ ଯେଉଁ ଅରାଜକ ସ୍ଥିତି ଉପୁଜିଛି ସେଥିପାଇଁ ତାଲିବାନ ଆମେରିକାକୁ ଦାୟୀ କରିଛି। ତାଲିବାନ ଅଫିସର୍‌ ଅମିର ଖାନ୍‌ ମୁତାକି କହିଛନ୍ତି, ଆମେରିକା ଏହାର ସମସ୍ତ ଶକ୍ତି ଏବଂ ସୁବିଧାର ବ୍ୟବହାର କରି ମଧ୍ୟ ବିମାନବନ୍ଦରରେ ଶାନ୍ତି ରକ୍ଷା‌ କରିବାରେ ବିଫଳ ହୋଇଛି। ସମଗ୍ର ଦେଶରେ ଶାନ୍ତି ଏବଂ ସ୍ଥିରତା ଜାରି ରହିଥିବା ବେଳେ କେବଳ କାବୁଲ ବିମାନବନ୍ଦରରେ ଅରାଜକ ସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ ଆମେରିକା ଏହାର ନାଗରିକଙ୍କୁ କାବୁଲ ବିମାନବନ୍ଦରର ସୁରକ୍ଷା ସ୍ଥିତି ନେଇ ସତର୍କ କରାଇଛି। ତାଲିବାନ କବଳରୁ ସମସ୍ତ ନାଗରିକଙ୍କୁ ମୁକ୍ତ କରିବା ଅସମ୍ଭବ ବୋଲି ୟୁରୋପୀୟ ସଂଘ ସ୍ବୀକାର କରିଛି। ଏବେ ଭୟଭୀତ ଆଫଗାନ୍‌ ନାଗରିକମାନେ କାବୁଲ ବିମାନବନ୍ଦରରେ ପହଞ୍ଚି ସେମାନଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରୁଛନ୍ତି। ଦିନକୁ ଦିନ ସ୍ଥିତି ଅତ୍ୟନ୍ତ ଜଟିଳ ହେଉଛି। ଆମେରିକା ମଧ୍ୟ ଏତେ ସଂଖ୍ୟାରେ ନାଗରିକଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଛି। ଅନେକ ଲୋକ ଚିତ୍କାର କରି କହୁଛନ୍ତି, ‘ଦୟାକରି ଆମକୁ ନେଇଯାଅ, ଯେଉଁଠି ହେଲେ ବି ପହଞ୍ଚାଇ ଦିଅ’। ଆମେରିକା ଅଗଷ୍ଟ ୩୧ ସୁଦ୍ଧା ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଶେଷ କରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆଫଗାନିସ୍ତାନରୁ ୧୫ ହଜାର ଆମେରିକୀୟ ଏବଂ ୫୦ରୁ ୬୦ ହଜାର ଆଫଗାନ୍‌ ସହଯୋଗୀ ଖାଲି ହେବେ ବୋଲି ବାଇଡେନ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

Mon Aug 23 , 2021
କୃଷି ଶ୍ରମିକମାନଙ୍କୁ ମନରେଗା ଯୋଜନାରେ କାମ ଦେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ଆବଶ୍ୟକ ଠାରୁ ବହୁତ କମ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟର ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଫଳରେ ଚାଷୀ ବି ପ୍ରଭାବିତ ହୋଇଛନ୍ତି। ସ୍ୱଳ୍ପ ବର୍ଷା ଯୋଗୁଁ ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗୀର ସର୍ବାଧିକ ପ୍ରଭାବିତ ହୋଇଛି। ସେହିପରି ଆହୁରି ୨୦ […]
ରାଜ୍ୟରେ ନିଅଣ୍ଟିଆ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial