ନୌସେନାରେ ସାମିଲ ହେଲା ତଟରକ୍ଷୀ ପାଟ୍ରୋଲ୍‌ ପୋତ ‘ବିଗ୍ରହ’

‘ବିଗ୍ରହ’ ନୌସେନାରେ ସାମିଲ

ନୂଆଦିଲ୍ଲୀ: ଆଜି ଚେନ୍ନାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ବଦେଶ ନିର୍ମିତ ଭାରତୀୟ ତଟ ରକ୍ଷୀ ପୋତ ‘ବିଗ୍ରହ’କୁ ନୌସେନାରେ ସାମିଲ କରିଛନ୍ତି। ଚେନ୍ନାଇରେ ଉକ୍ତ ପୋତର ସାମିଲ ଉତ୍ସବରେ ରାଜନାଥ ସିଂହ କହିଲେ, ‘ବିଗ୍ରହ’ ଆମ ଦେଶର ତଟବର୍ତ୍ତୀ ସୀମାନ୍ତର ଗୋଟାଏ ସଫଳ ପ୍ରହରୀ ହେବ ବୋଲି ମୋର ବିଶ୍ବାସ। ଆମ ଶାସ୍ତ୍ରରେ ‘ବିଗ୍ରହ’ ଶବ୍ଦର ଅତି ସୁନ୍ଦର ବ୍ୟାଖ୍ୟାନ ସବୁ ରହିଛି। ଗୋଟିକରେ ଏହାର ଅର୍ଥ ‘ସମସ୍ତ ପ୍ରକାର ବନ୍ଧନରୁ ମୁକ୍ତ’ ହୋଇଥିବା ବେଳେ ଅନ୍ୟଟିରେ ଏହାକୁ ‘କର୍ତ୍ତବ୍ୟ ଏବଂ ପ୍ରତିବଦ୍ଧତାର ଦାସ’ ଭାବେ ବ୍ୟାଖ୍ୟା କରାଯାଇଛି। ୧୧ଜଣ ଅଧିକାରୀ ଏବଂ ୧୧୦ଜଣ ନାବିକ ଥିବା ୯୮ ମିଟର୍‌ ଦୀର୍ଘ ଏହି ‘ଅଫ୍‌ସୋର୍‌ ପାଟ୍ରୋଲ୍‌ ଭେସେଲ୍‌’ର (ଓପିଭି) ନକ୍ସା ଓ ନିର୍ମାଣ କରିଛି ‘ଲାର୍ସନ୍‌ ଆଣ୍ଡ୍‌ ଟବ୍ରୋ ସିପ୍‌ ବିଲ୍‌ଡିଙ୍ଗ୍‌ ଲିମିଟେଡ୍‌’। ନକ୍ସା ପରିକଳ୍ପନା ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ଏହି ପୋତ ସମ୍ପୂର୍ଣ୍ଣ ଦେଶଜ ଜ୍ଞାନକୌଶଳରେ ଗଠିତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆହୁରି ମଧ୍ୟ କହିଲେ, ଏହି ପୋତ ସାମିଲ କରାଯିବା ଘଟଣା ଭାରତର ତଟୀୟ ପ୍ରତିରକ୍ଷା ସାମର୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ଏବଂ ‘ସଦା-ବର୍ଦ୍ଧିଷ୍ଣୁ ଆତ୍ମନିର୍ଭରଶୀଳତାକୁ ପ୍ରତିପାଦନ କରୁଛି। ‘ବିଗ୍ରହ’ ହେଉଛି ‘ଓପିଭି’ ସିରିଜ୍‌ର ସପ୍ତମ ପୋତ। ଅନ୍ୟଗୁଡ଼ିକ ହେଉଛନ୍ତି ବିକ୍ରମ, ବିଜୟ, ବୀର, ବରାହ, ବରଦ ଏବଂ ବଜ୍ର। ‘ବିଗ୍ରହ’ରେ ଅତ୍ୟାଧୁନିକ ରାଡାର୍‌ ଟେକ୍ନୋଲୋଜି, ଦିଗବାରେଣୀ ଏବଂ ଯୋଗାଯୋଗ ଉପକରଣ, ସେନ୍‌ସର୍‌ ଏବଂ ଉଷ୍ଣ ମଣ୍ଡଳୀୟ ସାମୁଦ୍ରିକ ଅବସ୍ଥାରେ ଚଳି ହେବା ପରି ସାମର୍ଥ୍ୟଯୁକ୍ତ ଯନ୍ତ୍ରପାତି ଖଞ୍ଜା ଯାଇଛି। ଏହି ପୋତରେ ୪୦/୬୦ଟି ‘ବୋଫର୍ସ ବନ୍ଧୁକ’ ରହିବା ସହ ‘ଫାୟାର୍ କଣ୍ଟ୍ରୋଲ୍‌ ସିଷ୍ଟମ୍‌ ସହ ୨ଟି ’୧୨.୭ ଏମ୍‌ଏମ୍‌ ଷ୍ଟାବିଲାଇଜ୍ଡ୍‌ ରିମୋଟ୍‌ ଗନ୍‌’ ସଂଯୁକ୍ତ କରାଯାଇଛି।

Share Now:

Kalinga News Beuro

Next Post

ସେପ୍ଟେମ୍ବର ୩୦ ଯାଏ କୋଭିଡ୍‌ ଗାଇଡ୍‌ଲାଇନ୍‌ ବୃଦ୍ଧି କଲେ କେନ୍ଦ୍ର ସରକାର

Sat Aug 28 , 2021
ପୂଜାପର୍ବାଣି ବେଳାରେ ଅଧିକ ଜନଗହଳି ନ ହେବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ ନୂଆଦିଲ୍ଲୀ: କେତେକ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଆଜି ଗୃହମନ୍ତ୍ରାଳୟ ସ୍ଥିତାବସ୍ଥାରେ ଥିବା କରୋନାଭାଇରସ୍ ମହାମାରୀ ‘କଣ୍ଟେନ୍‌ମେଣ୍ଟ୍‌ ଗାଇଡ୍‌ଲାଇନ୍‌’କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଉପରୋକ୍ତ କୋଭିଡ୍‌-୧୯ କଟକଣା ଜୁନ୍‌ ୨୯ରେ ଜାରି ହୋଇଥିଲା ଏବଂ ପୁନର୍ବାର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ତାହାକୁ ବଳବତ୍ତର ରଖିବା ଲାଗି ଆଜି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। […]
ସେପ୍ଟେମ୍ବର ୩୦ ଯାଏ କୋଭିଡ୍‌ ଗାଇଡ୍‌ଲାଇନ୍‌ ବୃଦ୍ଧିସେପ୍ଟେମ୍ବର ୩୦ ଯାଏ କୋଭିଡ୍‌ ଗାଇଡ୍‌ଲାଇନ୍‌ ବୃଦ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial