ଗୁଜୁରାଟ ନିର୍ବାଚନ: ୬ କେନ୍ଦ୍ରରେ ରବିବାର ହେବ ସାନି ମତଦାନ

ଅହମ୍ମଦାବାଦ୍‌: ନିର୍ବାଚନ କମିଶନ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ରବିବାର ୬ ମତଦାନ କେନ୍ଦ୍ରରେ ସାନି ନିର୍ବାଚନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି କେନ୍ଦ୍ରଗୁଡିକରେ ୨ୟ ଚରଣରେ ମତଦାନ ହୋଇଥିବା ବେଳେ ଶୁକ୍ରବାର ରାତିରେ ନିର୍ବାଚନ ଆୟୋଗ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏଠାରେ ହୋଇଥିବା ଭୋଟ ଗ୍ରହଣକୁ ଅସିଦ୍ଧ ଘୋଷଣା କରିଥିଲେ ଓ ସାନି ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ।

ଉପରୋକ୍ତ କେନ୍ଦ୍ରଗୁଡିକରେ ନିର୍ବାଚନ ପୂର୍ବରୁ ଅଭ୍ୟାସ୍‌ ଭୋଟ୍‌ପରେ ଏହାର ଡାଟା ଡିଲିଟ୍‌ କରାଯାଇ ନ ଥିଲା। କମିଶନଙ୍କ ନିକଟରେ ଏ ନେଇ ଅଭିଯୋଗ ହେବା ପରେ ଏଭଳି ପଦେକ୍ଷେପ ନିଆଯାଇଛି।

ଗୁଜୁରାଟ ମୁଖ୍ୟ ନିର୍ବାଚନ ଅଧିକାରୀ ବି.ବି.ସବେନ କହିଛନ୍ତି ବଡଗାଓଁ ବିଧାନସଭା ନିର୍ବାଚନମଣ୍ଡଳୀର ଛନିଆ ୧, ଛନିଆ ୨ ବିରମଗାମ ବିଧାନସଭା କ୍ଷେତ୍ରର ବୁଥ୍‌ ନଂ. ୨୭, ଦସ୍କରୋଇ ବିଧାନସଭା କ୍ଷେତ୍ରର ନୱା ନରୋଦା, ସାୱଲି କ୍ଷେତ୍ରର ନହାରା ୧ ଏବଂ ସକରଦା ୭ କେନ୍ଦ୍ରରେ ଏହି ସାନି ମତଦାନ ହେବ।

Share Now:

Kalinga News Beuro

Leave a Reply

Next Post

ଆରମ୍ଭ ହେଲା ରାହୁଲ ଗିରି

Sun Dec 17 , 2017
ନୂଆଦିଲ୍ଲୀ: କଂଗ୍ରେସରେ ରାହୁଲ ଯୁଗ ଆରମ୍ଭ ହୋଇଛି। ଦେଶର ସର୍ବ ପୁରାତନ ଦଳ ଜାତୀୟ କଂଗ୍ରେସରେ ଆଜି ବିଧିବଦ୍ଧ ଭାବେ ମଙ୍ଗ ଧରିଛନ୍ତି ସୋନିଆ ଗାନ୍ଧିଙ୍କ ପୁଅ ରାହୁଲ ଗାନ୍ଧି। ନୂଆଦିଲ୍ଲୀ ସ୍ଥିତ ୨୪-ଆକବର ରୋଡ୍‌ରେ ଥିବା ଦଳ ମୁଖ୍ୟାଳୟରେ ଏଥିପାଇଁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମାଆ ସୋନିଆ ତାଙ୍କୁ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାହୁଲଙ୍କ ସମେତ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧନମନ୍ତ୍ରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial