ଭୁବନେଶ୍ବରରୁ ୨୪ ଘଣ୍ଟାରେ ୧୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ

୨୫୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୨୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୬ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୨୬ଜଣ ରହିଛନ୍ତି। ଏଯାବତ ରାଜଧାନୀରୁ ୧୦୮୦୮୫ଜଣ ଚିହ୍ନଟ ହୋଇଥିବା ବେଳେ ୧୦୪୦୯୫ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି। ଏବେ ବି ଭୁବନେଶ୍ବରରେ ୨୯୬୫ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୦୦୪ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ବି ଆମକୁ ସତର୍କ ରହିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Next Post

ଲାଲ୍‌ ଭେଣ୍ଡି ବଦଳାଇ ଦେଲା ଚାଷୀଙ୍କ ଭାଗ୍ୟ

Mon Sep 6 , 2021
କିଲୋପିଛା ୮୦୦ ଟଙ୍କାରେ ବିକି ହେଲେ ମାଲାମାଲ୍‌ ନୂଆଦିଲ୍ଲୀ: ଏକ ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟପ୍ରଦ ପରିବା ରୂପେ ବିବେଚିତ ଭେଣ୍ଡି ପାରମ୍ପରିକ ଭାବରେ ସବୁଜ ରଙ୍ଗରେ ଉପଲବ୍ଧ ହୋଇଥାଏ। ତେବେ, ମଧ୍ୟପ୍ରଦେଶର ଜନୈକ ପରିବା ଚାଷୀ ତାଙ୍କ କ୍ଷେତରେ ଏକ ନୂତନ କିସମର ଲାଲ୍‌ ରଙ୍ଗର ଭେଣ୍ଡି ଅମଳ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଖାଲି ଏତିକି ନୁହେଁ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭରପୂର ମାତ୍ରାରେ ଭିଟାମିନ୍‌ ରହିଥିବା […]
ଲାଲ୍‌ ଭେଣ୍ଡି କିଲୋପିଛା ୮୦୦ ଟଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial