ରାଜଧାନୀରୁ ଚିହ୍ନଟ ହେଲେ ୨୫୮ ଜଣ କରୋନା ଆକ୍ରାନ୍ତ

୨୫୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରୁ ୨୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୭୯୦ରେ ପହଞ୍ଚିଛି। ସେହିପରି ଏଯାବତ ୧୦୪୫୪୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୦୦୯ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି। ଏବେ ବି ରାଜଧାନୀରେ ୩୨୧୫ଟି କରୋନା ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୨୫୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୨୧୩ ଜଣ ରହିଥିବା ବେଳେ କ୍ବାରେଣ୍ଟାଇନରୁ ୪୫ଜଣ ରହିଛନ୍ତି।

Share Now:

Kalinga News Beuro

Next Post

ଭାରତୀୟ ପାରାଲିମ୍ପିକ୍ ଦଳକୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦୀ

Thu Sep 9 , 2021
ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ଟୋକିଓ ୨୦୨୦ ପାରାଲିମ୍ପିକ୍ କ୍ରୀଡାର ଭାରତୀୟ ଦଳ ପାଇଁ ଅଭ୍ୟର୍ଥନା ସମାରୋହର ଆୟୋଜନ କରିଛନ୍ତି। ଏହି ଦଳରେ ପାରା-ଆଥଲେଟ୍ସ ଏବଂ ସେମାନଙ୍କ କୋଚ୍ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମଗ୍ର ଦଳ ସହିତ ଏକ ଖୋଲା ଏବଂ ଅନୌପଚାରିକ କଥାବାର୍ତ୍ତା କରିଥିଲେ। ପାରାଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ସହିତ ରେକର୍ଡ ଭାଙ୍ଗିବା ପାଇଁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। […]
ଭାରତୀୟ ପାରାଲିମ୍ପିକ୍ ଦଳକୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial