ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ୍

ଭୁପେନ୍ଦ୍ର ପଟେଲ

ଗାନ୍ଧୀନଗର: ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କଲେ ୫୯ ବର୍ଷିୟ ‘ବିଜେପି’ ନେତା ଭୂପେନ୍ଦ୍ର ପଟେଲ୍। ଗାନ୍ଧୀନଗରରେ ଆୟୋଜନ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବା ସହ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ଗ୍ରହଣ କରାଇଛନ୍ତି। ଭୂପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ପ୍ରମୋଦ ସାୱନ୍ତ ମଧ୍ୟ ମଞ୍ଚ ଉପରେ ଉପସ୍ଥିତ ଥିବା ଦେଖାଯାଇଛି। ଏହା ପୂର୍ବରୁ ରାଜ୍ୟପାଳ ଟ୍ୱିଟ କରିଥିଲେ ଯେ, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ନବନିଯୁକ୍ତ ନେତା ଭୂପେନ୍ଦ୍ରଭାଇ ପଟେଲ୍‌ ତାଙ୍କ ନେତୃତ୍ବରେ ନୂତନ ସରକାର ଗଠନ କରିବା ଲାଗି ରାଜଭବନରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ତାଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ, ୨୦୨୧ ସେପ୍ଟେମ୍ବର ୧୩ ତାରିଖ ଅପରାହ୍ନ ୨.୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ତାଙ୍କୁ ଆମନ୍ତ୍ରଣ କରାଯାଇଛି।

Share Now:

Kalinga News Beuro

Next Post

ସାରା ରାଜ୍ୟରେ ପ୍ରବଳ ବର୍ଷା : ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ ଗତି କରୁଛି ଡିପ୍ ଡିପ୍ରେସନ

Mon Sep 13 , 2021
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ବା ତୀବ୍ର ଅବପାତ ଆଜି ସ୍ଥଳଭାଗ ଅତିକ୍ରମ କରି ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଆସି ଦିନ ସାଢେ ୧୧ଟା ସୁଦ୍ଧା ଚାନ୍ଦବାଲିଠାରୁ ୭୦ କିଲୋମିଟର ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଓ କେନ୍ଦୁଝରଠାରୁ ୯୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ରହିଥିଲା। ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର-ଛତିଶଗଡ଼, […]
ଡିପ୍ ଡିପ୍ରେସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial