ରାଜଧାନୀରେ ଭୁଶୁଡ଼ି ପଡ଼ିଲା ତିନିମହଲା କୋଠା: ଦୁଇ ଶିଶୁଙ୍କ ମୃତ୍ୟୁ,ଅନେକ ଦବି ରହିଥିବା ସନ୍ଦେହ

ଭୁଶୁଡ଼ି ପଡ଼ିଲା ତିନିମହଲା କୋଠା

ନୂଆଦିଲ୍ଲୀ: ଉତ୍ତରଦିଲ୍ଲୀରେ ପରିବା ମଣ୍ଡି ଅଞ୍ଚଳରେ ତିନିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। କୋଠା ଭୁଶୁଡି ପଡ଼ିବା ହେତୁ ସେହି ବାଟ ଦେଇ ଯାଉଥିବା ଦୁଇଜଣ ଶିଶୁ ଏହା ତଳେ ଚାପି ହୋଇ ରହି ଯାଇଥିଲେ। ଭୁଶୁଡି ଯାଇଥିବା କୋଠା ତଳୁ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ଶିଶୁ ଦ୍ବୟଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି। କୋଠା ଭୁଶୁ଼ଡିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଏହି କୋଠା ତଳୁ ଜଣେ ଆହତ ବୃଦ୍ଧଙ୍କୁ ବି ଉଦ୍ଧାର କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି କୋଠା ତଳେ ତିନିରୁ ଚାରି ଜଣ ଆହୁରି ଦବି ରହିଥିବା ଅନୁମାନ କରାଯାଉଛି। କୋଠାଟି ପ୍ରାୟ ୫୦ ବର୍ଷ ତଳର ଓ ତଳ ମହଲାରେ ଥିବା ଦୋକାନରେ କିିଛି ନିର୍ମାଣ କାର୍ଯ୍ୟ ଚାଲିଥିବା କୁହାଯାଇଛି। ତେବେ କୋଠା ଭୁଶୁଡିବାର ପ୍ରକୃତ କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ଯେଉଁ ଦୋକାନରେ କାମ ଚାଲୁଥିଲା, ସେହି ଦୋକାନ ମାଲିକଙ୍କ ବିରୋଧରେ ଧାରା ୩୦୪ରେ ମାମଲା ରୁଜୁ କରାଯାଇଛି। ଏଥିସହିତ କୋଠା ତଳେ କାମ କରୁଥିବା ଶ୍ରମିକ ବି ଏଥିରେ ଦବି ରହିଥିବା ଆଶଙ୍କା କରାଯାଉଛି। ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ କରି ଲେଖିଛନ୍ତି, ପରିବା ମଣ୍ଡି ଅଞ୍ଚଳରେ କୋଠା ଭୁଶୁଡ଼ିବା ଘଟଣା ଦୁଃଖଦ। ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଜିଲ୍ଲା ପ୍ରଶାସନ ମାଧ୍ୟମରେ ଘଟଣା ସହିତ ମୁଁ ଯୋଡିହୋଇ ରହିଛି।

Share Now:

Kalinga News Beuro

Next Post

ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା

Mon Sep 13 , 2021
ଏକାମ୍ର କ୍ଷେତ୍ର ଜଳମଗ୍ନ, ଘରେ ଘରେ ପାଣି ଭୁବନେଶ୍ୱର : ରାଜଧାନୀରେ ରବିବାର ରେକର୍ଡ ବର୍ଷା ହୋଇଛି। ସକାଳ ସାଢ଼େ ୮ଟାରୁ ଆଜି ପାହାନ୍ତା ୪.୩୦ ମଧ୍ୟରେ ଭୁବନେଶ୍ବରରେ ୧୯୫.୦ ମିଲିମିଟର ବର୍ଷା ହୋଇଛି। ୧୯୫୮ ମସିହା ସେପ୍ଟେମ୍ବର ମାସରେ ସର୍ବାଧିକ ୧୬୩ମିମି ବର୍ଷା ହୋଇଥିବା ରେକର୍ଡ ହୋଇଥିଲା। କିନ୍ତୁ ଏବେ ସେ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହୋଇଛି। ବର୍ଷବର୍ଷ ବିତିବା ପରେ ବି ସ୍ବତନ୍ତ୍ର ଡ୍ରେନେଜ୍‌ […]
ରାଜଧାନୀରେ ବର୍ଷାବିତ୍ପାତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial