ସାପୁଆ, କଣ୍ଟିଆ ନଦୀରେ ବନ୍ୟା: ୪ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ, ୫୪୮୫ ସ୍ଥାନାନ୍ତର

ଆଠଗଡ଼ରେ ବନ୍ୟା

କଟକ-ସମ୍ବଲପୁର ରାସ୍ତାରେ ୩ ଫୁଟ ପାଣି

ଆଠଗଡ: ଆଠଗଡ଼ରେ ସାପୁଆ ଓ କଣ୍ଟିଆ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ସାପୁଆ ନଦୀରେ ରାସ୍ତାରୁ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଦୁଇ ନଦୀରେ ବନ୍ୟା ଆସିଥିବା ବେଳେ ଆଠଗଡ଼ ବ୍ଲକରେ ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ୍‌ରେ ୩ ହଜାର ହେକ୍ଟରରୁ ଅଧିକ ଜମି ଜଳମଗ୍ନ ହୋଇ ପଡ଼ିଥିବା ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର ସୂଚନା ଦେଇଛନ୍ତି।
୪ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ବ୍ଲକ୍‌ର ଇଚ୍ଛାପୁର, ତରଡ଼ିଙ୍ଗ, ମହାକାଳବସ୍ତ ଓ କୁଲାଇଲୋ ପଞ୍ଚାୟତ ର ୧୬ଟି ଗ୍ରାମରୁ ୫ ହଜାର ୪୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବିଡିଓ ଅରୁଣ କୁମାର ଦାସ ସୂଚନା ଦେଇଛନ୍ତି। ଉପରୋକ୍ତ ୪ଟି ପଞ୍ଚାୟତର ୧୦ ହଜାର ୬୫୦ ଲୋକ ପାଣି ଘେରରେ ଅଛନ୍ତି। ଇଚ୍ଛାପୁର ଗ୍ରାମର ସାପୁଆ ନଦୀର ମାଳବନ୍ଦରେ ୨ଟି ଘାଇ, ମହାକାଳବସ୍ତ ଜିଆଣିଆରେ ଗୋଟିଏ ଘାଇ ସୃଷ୍ଟି ହୋଇଛି। ପୁରୁଣା କଟକ-ସମ୍ବଲପୁର ରାସ୍ତାର ଆଙ୍କୁଲା ପାଟ ନିକଟରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଆଠଗଡ଼ ଏନ୍‌ଏସିର ୭ଟି ୱାର୍ଡ ପାଣି ଘେରରେ ରହିଥିବା ବେଳେ ଗଦାସାହିରେ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଏନ୍‌ଏସିର ୨, ୩, ୪, ୧୦, ୧୧, ୧୨ ଓ ୧୩ ନମ୍ବର ୱାର୍ଡ ବନ୍ୟା ଘେରରେ ଥିବା ବେଳେ ୧୦ ରୁ ଅଧିକ ବ୍ୟକ୍ତିଙ୍କ ଘର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ପାଣି ଜମି ରହି ଆଠଗଡ଼ ସହର କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି।

Share Now:

Kalinga News Beuro

Next Post

ବଢ଼ୁଛି ଦୁଷ୍ମନ୍ତ ମୃତ୍ୟୁ ରହସ୍ୟ: ୨ ୱେବ ସାମ୍ବାଦିକଙ୍କ ଭୂମିକାକୁ ନେଇ ଚର୍ଚ୍ଚା

Wed Sep 15 , 2021
ଆଜି ଜେରା ହେବେ ଦୁଇ ୱେବ ସାମ୍ବାଦିକ କଟକ: କୁଜଙ୍ଗର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଦୁଇ ୱେବ ଚ୍ୟାନେଲ୍ ସାମ୍ବାଦିକ ସହ ଫୋନ୍‌ରେ ଯୋଗାଯୋଗ କରିଥିଲେ। ସ୍ବପ୍ନା ଟିଭିର ଦୁଇ ସାମ୍ବାଦିକ ଅସିତ କୁମାର ରାଉତ ଏବଂ ଦୀପ୍ତି ଓରଫ ଦାମୋଦର ସେଠୀଙ୍କ ଫୋନ୍‌ରେ ସେ କଥାବାର୍ତ୍ତା ହୋଇଥିବା ମଙ୍ଗଳାବାଗ ଥାନା ପୁଲିସ ଜାଣିବା ପରେ ସେମାନଙ୍କୁ ଆସନ୍ତାକାଲି ଥାନାରେ ହାଜର ପାଇଁ ସମନ୍ ଜାରି […]
ବଢ଼ୁଛି ଦୁଷ୍ମନ୍ତ ମୃତ୍ୟୁ ରହସ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial