୨୪ ଘଣ୍ଟାରେ ଦେଶରେ ୩୦,୫୭୦ ନୂଆ କରୋନା ସଂକ୍ରମିତ : ମୃତ୍ୟୁସଂଖ୍ୟା ୪୩୧

୨୪ ଘଣ୍ଟାରେ ଦେଶରେ ୩୦,୫୭୦ କୋଭିଡ୍‌-୧୯ ସଂକ୍ରମିତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୩୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୪ ଶହରୁ ସାମାନ୍ୟ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୫୭୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୩୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୩,୪୭,୩୨୫ ଓ ମୃତ୍ୟୁସଂଖ୍ୟା ୪,୪୩,୯୨୮ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୦୩ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୫,୬୦,୪୭୪ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୪୨,୯୨୫। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୭୬,୫୭,୧୭,୧୩୭ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୬୪,୫୧,୪୨୩ ଡୋଜ୍‌ ଟିକା।

Share Now:

Kalinga News Beuro

Next Post

କୁଆଖାଇ, କୁଶଭଦ୍ରା, ଭାର୍ଗବୀ ନଦୀରେ ବନ୍ୟା ଆଶଙ୍କା

Thu Sep 16 , 2021
ବିପଦ ସଙ୍କେତ ତଳେ ପାଣି, ଦୟା ଓ ଧନୁଆକୁ ପଶିଲା ବନ୍ୟାଜଳ, ଆଜି ଆହୁରି ବଢ଼ିବ ବାଲିଅନ୍ତା/ବାଲିପାଟଣା : ଲଗାଣ ବର୍ଷା ସାଂଗକୁ ମହାନଦୀର ହୀରାକୁଦରେ ଗେଟ୍‌ ଖୋଲା ହେବା ପରେ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଆଜି ଭୋର୍‌ ସମୟରୁ ଧୀରେ ଧୀରେ ଏହି ତିନି ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଏଯାଏ ନଦୀଗୁଡ଼ିକ କୂଳ ଲଂଘି ନଥିଲେ […]
୩ ନଦୀରେ ବନ୍ୟା ଆଶଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial