ଅପହରଣ ନାଟକରେ ଯବନିକା : ଜେଲ୍ ଗଲା ରସିକିଆ ସ୍ବୀଗିବୟ ଚିକୁନ୍

ଜେଲ୍ ଗଲା ଚିକୁନ୍

ଅପହରଣ ମାମଲା ସମେତ ଲାଗିଲା ୧୦ ଦଫା,ମୋବାଇଲ, ବାଇକ୍ ଜବତ

ଧଉଳି : ନିଜ ଜାଲରେ ନିଜେ ଫସିଲା। ଶେଷରେ ଜେଲ୍ ଗଲା ନିଜ ଅପହରଣ ନାଟକ ନିଜେ ରଚିଥିବା ପତିତପାବନ ପୃଷ୍ଟି ଓରଫ୍‌ ଚିକୁନ୍। ପୁଲିସ ତା’ ବିରୋଧରେ ଅପହରଣ ସମେତ ୧୦ଟି ଦଫା ଲଗାଇବା ସହ ଶୁକ୍ରବାର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତା’କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିଲା। ପୁଲିସ ସୂଚନା ଅନୁସାରେ, ଚିକୁନ୍ ଯେଉଁ ଅପହରଣ ନାଟକ ତିଆରି କରିଥିଲା; ତାହା ଅତି ସାଂଘାତିକ ଥିଲା। ଛୁରାମାଡ଼ ସହ ଗାଡ଼ିରେ ଟେକି ନେବା, ଟଙ୍କା ଛଡ଼ାଇବା, ଜୀବନରୁ ମାରିଦେବାର ଧମକ ଭଳି ମିଛ କାହାଣୀ ତିଆରି କରିଥିଲା। ଏଥିରେ ସାଧାରଣ ଲୋକ ଭୟଭୀତ ହେବା ସହ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ତେଣୁ ଏ ନେଇ ଚିକୁନ୍ ବିରୋଧରେ ଆଇପିସିର ଦଫା ୧୨୦(ବି), ୧୮୨, ୨୦୧, ୨୧୧, ୩୬୪, ୪୧୭, ୪୧୮, ୪୧୯, ୫୦୪ ଓ ୫୦୫ ଦଫାରେ ମାମଲା ରୁଜୁ ହୋଇଛି। ସେହିପରି ଯେଉଁ ମୋବାଇଲରୁ ସେ ପତ୍ନୀ ଅହଲ୍ୟାଙ୍କ ପାଖକୁ ହ୍ବାଟ୍‌ସଆପ୍‌ରେ ଭଏସ୍ ମେସେଜ୍ ପଠାଇଥିଲା ତାହାକୁ ମଧ୍ୟ ଜବତ କରାଯାଇଛି।
ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖରେ ଚିକୁନ୍ ମିଛ ଅପହରଣ ନାଟକ ତିଆରି କରି ପରିବାର ଲୋକ ଓ ପୁଲିସକୁ ବିଭ୍ରାନ୍ତ କରିଥିଲା। ତାକୁ ଲିଙ୍ଗିପୁର ନଦୀବନ୍ଧର ନିକାଞ୍ଚନ ରାସ୍ତାରେ କିଛି ଯୁବକ ଛୁରାମାଡ଼ କରି ଅପହରଣ କରି ନେଉଛନ୍ତି ବୋଲି ପତ୍ନୀ ପାଖକୁ ଭଏସ୍ ମେସେଜ୍ ପଠାଇଥିଲା। ତହିଁ ପରଦିନ ସେ ଯୋଜନା ମୁତାବକ ଗୋପ ବେଦପୁର ଅଞ୍ଚଳର ପ୍ରେମିକାକୁ ଧରି ଉତ୍କଳ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ନିଜାମୁଦ୍ଦିନ୍ ଅଭିମୁଖେ ଯାଉଥିଲା। ତେବେ ଖବର ପାଇ ମଧ୍ୟପ୍ରଦେଶର କଟନୀ ଷ୍ଟେସନ ନିକଟରେ ଆରପିଏଫ୍ ଉଭୟଙ୍କୁ ଅଟକ ରଖିଥିଲା। ଗୁରୁବାର ଧଉଳି ଥାନା ପୁଲିସ ଉଭୟଙ୍କୁ ଧରି ଭୁବନେଶ୍ବରରେ ପହଞ୍ଚିଥିଲା।

Share Now:

Kalinga News Beuro

Next Post

ତାଳଚେର ମେଡିକାଲ କଲେଜ ଖୋଲିବା ନେଇ ଅନିଶ୍ଚିତତା

Sat Sep 18 , 2021
ପୁଣି ଖୋଲିବାକୁ ଅନୁରୋଧ କଲେ ରାଜ୍ୟ ସରକାର, ରାଜ୍ୟ-କେନ୍ଦ୍ର ବିବାଦରେ ବଳି ପଡ଼ୁଛନ୍ତି ଜନତା ଅନୁଗୁଳ : ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ (ମିମସାର)କୁ ଚାଲୁ କରିବା ଲାଗି ପୁଣିଥରେ କୋଇଲା ମନ୍ତ୍ରାଳୟ ଓ ଏମସିଏଲ୍‌କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ତେବେ ଏଥିନେଇ ଅସହାୟତା ପ୍ରକାଶ କରିଛନ୍ତି ଏମସିଏଲ୍‌ କର୍ତ୍ତୃପକ୍ଷ। ମେଡିକାଲ କଲେଜ ପରିଚାଳନା ପାଇଁ ଅଭିଜ୍ଞତାସଂପନ୍ନ ପେସାଦାର ସଂସ୍ଥାଙ୍କ ନିକଟରୁ ଆଗ୍ରହପତ୍ର ମଗାଯାଇଥିଲାବେଳେ […]
ତାଳଚେର ମେଡିକାଲ କଲେଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial